health insurance
ରାଉରକେଲା: ଚିକିତ୍ସା ଅବହେଳାରୁ ରୋଗୀମୃତ୍ୟୁକୁ ନେଇ ସିଭିଲଟାଉନ୍ସିପ୍ର ଏକ ଘରୋଇ ହସ୍ପିଟାଲରେ ଉତ୍ତେଜନା ଦେଖାଇଥିଲା। ମୃତକଙ୍କ ପରିବାର କ୍ଷତିପୂରଣ ସହ ଦୋଷୀ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। କ୍ଷତିପୂରଣ ନ ମିଳିବା ପର୍ଯ୍ୟନ୍ତ ମର୍ଗରୁ ଶବ ଉଠିବ ନାହିଁ ବୋଲି ପରିବାର ଓ ସମ୍ପର୍କୀୟ ଚେତାବନୀ ଦେଇଥିଲେ। ଖବର ଲେଖାହେବା ପର୍ଯ୍ୟନ୍ତ ଡାକ୍ତରଖାନା ପରିସରରେ ଉତ୍ତେଜନା ଲାଗି ରହିଛି।
ସେକ୍ଟର-୧୩ ଲୁଆକେରା ବସ୍ତିର ରିତଭଞ୍ଜନ ସିଂ (୫୦) ପାଇଲ୍ସ ଅସ୍ତ୍ରୋପଚାର ପାଇଁ ଗତ ୨୦ ଦିନ ପୂର୍ବରୁ ସିଭିଲଟାଉନ୍ସିପ୍ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଖର୍ଚ୍ଚ ପାଇଁ ଆୟୁଷ୍ମାନ୍ କାର୍ଡ ହସ୍ପିଟାଲରେ ଜମା କରିଥିଲେ। ଏହା ସତ୍ବେ ହସ୍ପିଟାଲ କର୍ମଚାରୀ ତାଙ୍କଠୁ ଅସ୍ତ୍ରୋପଚାର ପାଇଁ ୨୫ ହଜାର ଟଙ୍କା ଦେଇଥିଲେ। ଅସ୍ତ୍ରୋପଚାର ପରେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ଖବର ପାଇ ପରିବାର ଓ ସମ୍ପର୍କୀୟ ଲୋକ ପହଞ୍ଚି ହସ୍ପିଟାଲରେ ପାଟିତୁଣ୍ଡ କରିଥିଲେ। ଆୟୁଷ୍ମାନ କାର୍ଡ ଜମା କରିବା ସତ୍ବେ କାହିଁକି ଅସ୍ତ୍ରୋପଚାର ପାଇଁ ଟଙ୍କା ନିଆଗଲା, ରୋଗୀଙ୍କ ମୃତ୍ୟୁ କେମିତି ହେଲା ବୋଲି ପରିବାର ଲୋକ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ପଚାରିଥିଲେ। ହସ୍ପିଟାଲ କର୍ତ୍ତୃପକ୍ଷ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ସମ୍ପର୍କୀୟମାନେ ପାଟିତୁଣ୍ଡ କରିଥିଲେ।
Ayushman Bharat Scheme | ayushman-bharat-yojana
Follow Us