ସୁନ୍ଦରଗଡ଼: ସୁନ୍ଦରଗଡ଼ଜିଲ୍ଲା ମହୋତ୍ସବ ଯତରା ଏବଂ ସୁଭଦ୍ରା ଶକ୍ତି ମେଳା ୨୦୨୬ ଉପଲକ୍ଷେ ଆଜି ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରାଜବାଟୀ ସ୍ଥିତ ସମଲେଇ ମନ୍ଦିର ଠାରେ ପୂଜାର୍ଚ୍ଚନା ପରେ ମଶାଲ ଧରି ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଏଥିରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ, ସଦର ବିଧାୟକ ଯୋଗେଶ କୁମାର ସିଂ, ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତି, ପୌରାଧ୍ୟକ୍ଷା ତନୟା ମିଶ୍ର, ଉପାଧ୍ୟକ୍ଷ ଲଲାଟେନ୍ଦୁ ପରିଡ଼ା ଙ୍କ ସମେତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ଜିଲ୍ଲାର ସମସ୍ତ ଅଧିକାରୀ ସାମିଲ ହୋଇଥିଲେ ।
ଶୋଭାଯାତ୍ରାରେ ଦୁଲଦୁଲି, ଆଦିବାସୀ ପାରମ୍ପରିକ ନୃତ୍ୟ ଦଳ, ବିଭିନ୍ନ ଅନୁଷ୍ଠାନର ସାଂସ୍କୃତିକ ଦଳ, ବିଭାଗୀୟ ପ୍ରଜ୍ଞାପନ ମେଢ, କୀର୍ତ୍ତନ ମଣ୍ଡଳୀ ଏବଂ ଅନେକ ଅନୁଷ୍ଠାନ ସାମିଲ ଥିଲେ । ଶୋଭାଯାତ୍ରା ସମଲେଇ ମନ୍ଦିର ଠାରୁ ଆରମ୍ଭ ହୋଇ ବିଏସ ହାଇସ୍କୁଲ ଛକ, ପଞ୍ଚମୁଖୀ ହନୁମାନ ମନ୍ଦିର ଛକ, ରାଉରକେଲା ଛକ, ପୁରୁଣା ବସଷ୍ଟାଣ୍ଡ, ଡିଆରଡ଼ିଏ ଛକ, ଅଟଳ ଛକ ଦେଇ ମୁଖ୍ୟରାସ୍ତା ରେ ରଙ୍ଗାଢିପା ଛକ, ସୁନ୍ଦରଗଡ଼ ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ଦେଇ ସୁନ୍ଦରଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ସମ୍ମୁଖ ଯତରା ପଡିଆଠାରେ ସମାପନ ହୋଇଥିଲା । ସେଠାରେ ମଶାଲ ପ୍ରତିଷ୍ଠା କରାଯାଇଥିଲା ।
ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି
ଏହି ଅବସରରେ ଚଳିତ ବର୍ଷ ଜିଲ୍ଲା ମହୋତ୍ସବ ଶାନ୍ତି, ଶୃଙ୍ଖଳା ଏବଂ ମହାସମାରୋହରେ ପାଳିତ ହେଉ ବୋଲି ସମସ୍ତ ଅତିଥି ଆଶାବ୍ୟକ୍ତ କରିଛନ୍ତି। ଜିଲ୍ଲା ମହୋତ୍ସବକୁ ଶାନ୍ତି ଶୃଙ୍ଖଳା ଏବଂ ବ୍ୟବସ୍ଥିତ ଭାବରେ ଆୟୋଜନ ପାଇଁ ବ୍ୟାପକ ପୁଲିସ ବ୍ୟବସ୍ଥା ମଧ୍ୟ କରାଯାଇଛି । ସ୍ବତନ୍ତ୍ର ଭାବରେ ପାର୍କିଂ ଏବଂ ଟ୍ରାଫିକ ବ୍ୟବସ୍ଥାକୁ ସୂଚାରୁ ରୂପେ ତୁଲାଇବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଆହୁରି ପଢ଼ନ୍ତୁ: T20 World Cup: ସ୍କଟଲାଣ୍ଡ୍କୁ ହରାଇଲା ୱେଷ୍ଟଇଣ୍ଡିଜ୍; ସେପାର୍ଡ ନେଲେ ପ୍ରଥମ ହ୍ୟାଟ୍ରିକ୍
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2026/02/08/untitled-2026-02-08-11-27-54.png)