‘ଜନସାଧାରଣଙ୍କ ସମସ୍ୟାକୁ ତ୍ୱରିତ ଭାବେ ସମାଧାନ କରିବା ପାଇଁ ମୁଁ ସଂକଳ୍ପବଦ୍ଧ’

ପୂର୍ତ୍ତବିଭାଗ ଓଡ଼ିଶା ସରକାରଙ୍କ ଦ୍ବାରା ପୁରୁଣା ପିପିଲି କୋଣାର୍କ ରାସ୍ତା ଠାରୁ ହରିପୁର ପର୍ଯ୍ୟନ୍ତ ଭାୟା ବାମନାଳ ରାସ୍ତାର ପ୍ରଶସ୍ତୀକରଣ ନିମନ୍ତେ ଆଜି ଅପରାହ୍ନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ବାରା ୨୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି।

Prabhati Parida

Prabhati Parida Photograph: (sambad.in)

ବାମନାଳ: ପୂର୍ତ୍ତବିଭାଗ ଓଡ଼ିଶା ସରକାରଙ୍କ ଦ୍ବାରା ପୁରୁଣା ପିପିଲି କୋଣାର୍କ ରାସ୍ତା ଠାରୁ ହରିପୁର ପର୍ଯ୍ୟନ୍ତ ଭାୟା ବାମନାଳ ରାସ୍ତାର ପ୍ରଶସ୍ତୀକରଣ ନିମନ୍ତେ ଆଜି ଅପରାହ୍ନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ବାରା ୨୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଏହି ରାସ୍ତାର ୧୬.୭୦୦ କିମି ପର୍ଯ୍ୟନ୍ତ ଏହାର ଅଟକଳ ମୂଲ୍ୟ ୨୦ କୋଟି ୪୦ ଲକ୍ଷ ୨୨ ହଜାର ୬୭୦ ଟଙ୍କା ବୋଲି ଜଣାପଡ଼ିଛି। ଏହି ରାସ୍ତା ହେବାଦ୍ବାରା ବଳଙ୍ଗା, କୋଠକୁସାଙ୍ଗ,ଦକ୍ଷୀଣରାଡଶ, ଉଚ୍ଛୁପୁର, ଗୋପୀନାଥପୁର ଓ ଶାଈଶଶାଶନ ପଞ୍ଚାୟତର ଲକ୍ଷାଧିକ ଲୋକ ଉପକୃତ ହେବା ସଙ୍ଗେ ସଙ୍ଗେ ଏହି ରାସ୍ତା ର ଉନ୍ନତିକରଣ ପାଇଁ ବହୁ ଦିନ ହେବ ସ୍ଥାନୀୟ ଜନ ସାଧାରଣଙ୍କ ର ଦାବି ରହି ଆସିଥିଲା।  

ଗ୍ରାମାଞ୍ଚଳରେ ଭିତ୍ତିଭୂମିର ବିକାଶ ସହ ଜନସାଧାରଣଙ୍କର ସାମଗ୍ରିକ ବିକାଶ ପାଇଁ ଆମ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ଏହା ବ୍ୟତୀତ ବଳଙ୍ଗା-ନିମାପଡ଼ା ରାସ୍ତା କାମ ପାଇଁ ଟେଣ୍ଡର ଆହ୍ଵାନ କରାଯାଇ ଅଛି ଯାହା ପାଇଁ ୪୪ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

ଜନସାଧାରଣଙ୍କର ଛୋଟରୁ ବଡ଼ ସମସ୍ତ ସମସ୍ୟାକୁ ତ୍ୱରିତ ଭାବେ ସମାଧାନ କରିବା ପାଇଁ ମୁଁ ସଂକଳ୍ପବଦ୍ଧ ବୋଲି ଶ୍ରୀମତୀ ପରିଡ଼ା ତାଙ୍କ ଅଭିଭାଷଣରେ କହିଥିଲେ। ବଳଙ୍ଗାରୁ ନିମାପଡ଼ା ରାସ୍ତା ତୁରନ୍ତ କାମ କରାଯିବ ବୋଲି ଉପ ମୂଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ରଖିଥିଲେ।

ଆଜିର ଶିଳାନ୍ୟାସ ଉତ୍ସବରେ ବଳଙ୍ଗା ମଣ୍ଡଳ ସଭାପତି ଦେବାଶିଷ ଆଚାର୍ଯ୍ୟ, ସରପଞ୍ଚ ଅଞ୍ଜଳି ପ୍ରଧାନ, ଜୟନ୍ତୀ ବିଶ୍ଵାଳ, ପ୍ରସନ୍ନ ଦାଶ ଓ ପୂର୍ତ୍ତବିଭାଗୀୟ ଅଧିକାରୀ ସୈମ୍ୟରଞ୍ଜନ ଦ୍ବିବେଦୀ, କୁଶାଲ ହେମ୍ରମ ଓ ସହକାରୀ ଯନ୍ତ୍ରୀ ଶକ୍ତି ବ୍ରତ ଜେନା, ପୁରୀ ଜିଲ୍ଲା କୃଷକ ମୋର୍ଚ୍ଚା ଉପସଭାପତି ଅର୍ଜୁନ ବରାଳ ପ୍ରମୁଖ ଉପସ୍ଥିତ ଥିଲେ।

puri | Prabhati Parida

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe