‘ପୁନଶ୍ଚ ପୃଥିବୀ’ ମହାସମ୍ମିଳନୀ ଉଦଘାଟିତ

Advertisment

ସମ୍ବାଦ ଗ୍ରୁପ ପକ୍ଷରୁ ଆଜିଠାରୁ ଭୁବନେଶ୍ବରରେ ତିନିଦିନିଆ ‘ପୁନଶ୍ଚ ପୃଥିବୀ’ ମହାସମ୍ମିଳନୀ ଆରମ୍ଭ ହୋଇଛି। ଏହାକୁ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଉଦଘାଟନ କରିଛନ୍ତି। ସେ ବୃକ୍ଷରେ ଜଳଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।

ସମ୍ବାଦ ଗ୍ରୁପ ପକ୍ଷରୁ ଆଜିଠାରୁ ଭୁବନେଶ୍ବରରେ ତିନିଦିନିଆ ‘ପୁନଶ୍ଚ ପୃଥିବୀ’ ମହାସମ୍ମିଳନୀ ଆରମ୍ଭ ହୋଇଛି। ଏହାକୁ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଉଦଘାଟନ କରିଛନ୍ତି। ସେ ବୃକ୍ଷରେ ଜଳଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।

pu

ଭୁବନେଶ୍ବର: ପରିବେଶ ସୁରକ୍ଷା ପାଇଁ ଓ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଜନଜାଗରଣ ସୃଷ୍ଟି କରିବା ପାଇଁ ସମ୍ବାଦ ଗ୍ରୁପ ପକ୍ଷରୁ ଆଜିଠାରୁ ଭୁବନେଶ୍ବରରେ ତିନିଦିନିଆ ‘ପୁନଶ୍ଚ ପୃଥିବୀ’ ମହାସମ୍ମିଳନୀ ଆରମ୍ଭ ହୋଇଛି। ଏହାକୁ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଉଦଘାଟନ କରିଛନ୍ତି। ସେ ବୃକ୍ଷରେ ଜଳଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏଥିରେ ‘ସମ୍ବାଦ’ ସଂପାଦକ ତନୟା ପଟ୍ଟନାୟକ ସ୍ବାଗତ ଭାଷଣ ଦେଇ କହିଛନ୍ତି, ଆମେ ଏହାଭିତରେ ୧୪୦ ବିଧାନସଭା ନିର୍ବାଚନମଣ୍ଡଳୀ ସହ ଯୋଡ଼ି ହୋଇଛି ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମ।୨୦୨୧ରେ ‘ପୁନଶ୍ଚ ପୃଥିବୀ’ ଏକ ଅଭିଯାନ ଭାବରେ ଆରମ୍ଭ ହୋଇଥିଲା। ଏବେ ଏହା ଆନ୍ଦୋଳନରେ ପରିଣତ ହୋଇଛି। ଏଥିରେ ସମ୍ବାଦ ଗ୍ରୁପର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର୍ ପଟ୍ଟନାୟକ ମଧ୍ୟ ଅଭିଭାଷଣ ଦେଇଛନ୍ତି। ପ୍ରଫେସର ଚେତନ ସୋଲାଙ୍କି ଏଥିରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଛନ୍ତି। ସମ୍ବାଦ ଗ୍ରୁପ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ବି ଏଥିରେ ଯୋଗ ଦେଇଛନ୍ତି।
ସମ୍ବାଦ ଓ କନକ ନ୍ୟୁଜର ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ହେଉଛି ଏହି ୩ଦିନିଆ ସମ୍ମିଳନୀ। ଆଜିଠୁ  ୪ତାରିଖ ଯାଏଁ ହେବାକୁ ଥିବା ଏହି ସମ୍ମିଳନୀରେ ଏକାଠି ହେବେ ବିଶେଷଜ୍ଞ, ଗବେଷକ ଓ ୩ ଦିନ ଧରି ଚାଲିବ ମାନସ ମନ୍ଥନ। 
କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏହି ସମ୍ମିଳନୀର ଉଦଘାଟନ କରିବେ। ୪ତାରିଖ ପୂର୍ବାହ୍ନରେ ଉଦଯାପନୀ ଉତ୍ସବରେ ଯୋଗଦେବେ ରାଜ୍ୟପାଳ ରଘୁବର ଦାସ। ଏଥିରେ ଉନ୍ମୋଚନ ହେବ କ୍ଲାଇମେଟ୍ ଆଟଲାସ। ରାଜ୍ୟରେ ପ୍ରଥମ ଥର ପାଇଁ ଗୋଟିଏ ମଞ୍ଚରେ ଏକାଠି ବସିବେ ଦେଶର ବରିଷ୍ଠ ବିଷେଷଜ୍ଞ, ପରିବେଶ ସୁରକ୍ଷା ଦିଗରେ କାମ କରୁଥିବା ୪୦ରୁ ଅଧିକ ଅତିଥି ଓ ବକ୍ତା। ୧୧ରୁ ଅଧିକ ଅଧିବେଶନରେ ଜଳବାୟୁ ପରିବର୍ତ୍ତନର ବିଭିନ୍ନ ଦିଗକୁ ନେଇ ଆଲୋଚନା ହେବ। ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସରୁ ୬୦ଦିନିଆ ଆନ୍ଦୋଳନ ଆରମ୍ଭ କରିଥିଲା ସମ୍ବାଦ ଗ୍ରୁପ।
ପ୍ରଥମ ଥର ପାଇଁ ରାଜ୍ୟର ୧୩୦ରୁ ଅଧିକ ନିର୍ବାଚନମଣ୍ଡଳୀରେ ପରିବେଶ ପଞ୍ଚାୟତ ଆୟୋଜନ କରି ଲୋକଙ୍କୁ ସଚେତନ କରାଯାଇଛି। ଆଉ ଅକ୍ଟୋବର ୪ତାରିଖ ଦିନ ଭୁବନେଶ୍ୱର ସ୍ୱସ୍ତି ପ୍ରିମିୟମରେ ଆୟୋଜିତ ହେବାକୁ ଯାଉଛି ରାଜ୍ୟସ୍ତରୀୟ କ୍ଲାଇମେଟ ପଞ୍ଚାୟତ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe