ଷ୍ଟଣ୍ଟ କରିବା ବେଳେ କଣ୍ଠଶିଳ୍ପୀ ଗୁରୁ ରନ୍ଧାୱା ଆହତ; ଆରୋଗ୍ୟ ପାଇଁ ପ୍ରାର୍ଥନା କଲେ ପ୍ରଶଂସକ

ଆହତ ହେଲେ ଲୋକପ୍ରିୟ ପଞ୍ଜାବୀ କଣ୍ଠଶିଳ୍ପୀ-ଅଭିନେତା ଗୁରୁ ରନ୍ଧାୱା। ଷ୍ଟଣ୍ଟ କରିବା ସମୟରେ ଗୁରୁଙ୍କୁ ଆଘାତ ଲାଗିବାରୁ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

Guru Randhawa Badly Injured

Guru Randhawa Badly Injured Photograph: (Sambad.in)

ମୁମ୍ବାଇ: ପଞ୍ଜାବୀ କଣ୍ଠଶିଳ୍ପୀ ତଥା ଅଭିନେତା ଗୁରୁ ରନ୍ଧାୱାଙ୍କୁ ନେଇ ଏକ ଖରାପ ଖବର ଆସିଛି।‌ ସେ ଷ୍ଟଣ୍ଟ କରିବା ସମୟରେ ଆହତ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ହସ୍ପିଟାଲ ବେଡରୁ ଏକ ଫଟୋ ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ ଆହତ ଅବସ୍ଥାରେ ଅଛନ୍ତି। 

ଷ୍ଟଣ୍ଟ କରିବା ସମୟରେ ଅଭିନେତା ଜଣକ ଆହତ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏବେ କଣ୍ଠଶିଳ୍ପୀ ଗୁରୁ ରନ୍ଧାୱା ନିଜେ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ତାଙ୍କ ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି। ଯେଉଁଥିରେ ତାଙ୍କୁ ହସ୍ପିଟାଲ ବେଡ୍ ଉପରେ ଆହତ ଅବସ୍ଥାରେ ଶୋଇଥିବାର ଦେଖିବାକୁ ମିଳିଛି। ତାଙ୍କ ବେକ ଏବଂ ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡ଼ିଛି।  

ସୂଚନାନୁସାରେ, ଗୁରୁ ରନ୍ଧାୱା ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଶୌଙ୍କି ସର୍ଦ୍ଦାର'ର ସୁଟିଂ କରୁଛନ୍ତି। ସୁଟିଂ ସେଟରେ ଏକ ଷ୍ଟଣ୍ଟ କରିବା ସମୟରେ ସେ ଆହତ ହୋଇଥିଲେ। ଏନେଇ ସେ  ସାମାଜିକ ଗଣମାଧ୍ୟମ ‘ଇନଷ୍ଟାଗ୍ରାମ୍‌’ରେ ଏକ ଫଟୋ ସେୟାର କରି ତାଙ୍କ ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି, ଯେଉଁଥିରେ ତାଙ୍କୁ ହସ୍ପିଟାଲ ବେଡ୍ ଉପରେ ଆହତ ଅବସ୍ଥାରେ ଶୋଇଥିବାର ଦେଖିବାକୁ ମିଳିଛି। ତାଙ୍କ ବେକ ଏବଂ ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡ଼ିଛି।  

ଫଟୋ ସେୟାର କରି ଗୁରୁ କ୍ୟାପସନରେ ଲେଖିଛନ୍ତି, ‘‘ମୋର ପ୍ରଥମ ଷ୍ଟଣ୍ଟ, ମୋର ପ୍ରଥମ ଆଘାତ କିନ୍ତୁ ମୋର ସାହସ ଅକ୍ଷୁର୍ଣ୍ଣ ରହିଛି। 'ଶୌଙ୍କି ସର୍ଦ୍ଦାର' ଚଳଚ୍ଚିତ୍ରର ସୁଟିଂ ସେଟରୁ ଏକ ସ୍ମୃତି ମିଳିଯାଇଛି। ଏହା ବହୁତ କଷ୍ଟକର କିନ୍ତୁ ମୁଁ ମୋ ଦର୍ଶକଙ୍କ ପାଇଁ କଠିନ ପରିଶ୍ରମ କରିବି।’’ 

ଗୁରୁଙ୍କ ଏହି ପୋଷ୍ଟ ଦେଖି କେବଳ ତାଙ୍କ ପ୍ରଶଂସକ ନୁହଁନ୍ତି ବରଂ ଅନେକ ସେଲିବ୍ରିଟି ମଧ୍ୟ ଚିନ୍ତିତ ଅଛନ୍ତି। ଗୁରୁ ଶୀଘ୍ର ସୁସ୍ଥ ହେବା ପାଇଁ ତାଙ୍କ ପ୍ରଶଂସକମାନେ ପ୍ରାର୍ଥନା ମଧ୍ୟ କରୁଛନ୍ତି। ସୂଚନାଯୋଗ୍ୟ, ଗୁରୁଙ୍କ ଆଗାମୀ ଚଳଚ୍ଚିତ୍ର 'ଶୌଙ୍କି ସର୍ଦ୍ଦାର' ୧୬ ମେ'ରେ ପରଦାକୁ ଆସିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe