ଓଡ଼ିଆ ସିନେମା ପାଇଁ ଖୁସି ଖବର: 'ପୁଷ୍କରା'କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି। ଶୁଭ୍ରାଂଶୁ ଦାଶଙ୍କ ନିର୍ଦ୍ଦେଶିତ 'ପୁଷ୍କରା' ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ମନୋନୀତ ହୋଇଛି। ତରଙ୍ଗ ସିନେ ପ୍ରଡକସନ୍ସର 'ପୁଷ୍କରା' ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ବିବେଚିତ ହୋଇଛି। ଏହି  ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ସବ୍ୟସାଚୀ ମିଶ୍ର ଅଭୀନୟ କରିଛନ୍ତି।

New Project (27)

ଭୁବନେଶ୍ବର: ଜାତୀୟ ଚଳଚ୍ଚିତ୍ର ପୁରସ୍କାର-୨୦୨୩ ଘୋଷଣା ହୋଇଛି। ଶୁଭ୍ରାଂଶୁ ଦାଶଙ୍କ ନିର୍ଦ୍ଦେଶିତ 'ପୁଷ୍କରା'କୁ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ଜାତୀୟ ପୁରସ୍କାର ମିଳିବ। ତରଙ୍ଗ ସିନେ ପ୍ରଡକସନ୍ସର 'ପୁଷ୍କରା' ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ବିବେଚିତ ହୋଇଛି। ଏହି  ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ସବ୍ୟସାଚୀ ମିଶ୍ର ଅଭୀନୟ କରିଛନ୍ତି।

ସମସ୍ତ ପ୍ରତୀକ୍ଷାର ଅବସାନ ଘଟାଇ ୨୦୨୩ ଗଣେଶ ପୂଜାଦିନ ବହୁପ୍ରତୀକ୍ଷିତ ଓଡ଼ିଆ ଛବି ‘ପୁଷ୍କରା’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ନିଚ୍ଛକ ଅଭୀନୟ ଦର୍ଶକଙ୍କୁ ଆକର୍ଷିତ କରିଛି। କେତେବେଳ ସେ ଗଞ୍ଜେଇ ଟାଣୁଛନ୍ତି, ତ ପୁଣି କେତେ କେତେବେଳେ ସମୁଦ୍ରକୂଳରେ ଶୋଇଛନ୍ତି, ଆଉ ସାଗରର ଢେଉ ତାଙ୍କ ଉପରକୁ ମାଡ଼ି ଆସିଛି। ଏଥିରେ ଓଲିଉଡର ଗ୍ଲାମରସ୍ ନାୟିକା ସୁପ୍ରିୟାଙ୍କୁ ବି ଦେଖିବାକୁ ମିଳିଛି। ଏହା ସବ୍ୟସାଚୀ-ସୁପ୍ରିୟା ଯୋଡ଼ିଙ୍କର ପ୍ରଥମ ସିନେମା।

WhatsApp Image 2025-08-01 at 18.27.34

ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ନିଚ୍ଛକ ଅଭୀନୟ ଦର୍ଶକଙ୍କୁ ଆକର୍ଷିତ କରିଛି। କେତେବେଳ ସେ ଗଞ୍ଜେଇ ଟାଣୁଛନ୍ତି, ତ ପୁଣି କେତେ କେତେବେଳେ ସମୁଦ୍ରକୂଳରେ ଶୋଇଛନ୍ତି, ଆଉ ସାଗରର ଢେଉ ତାଙ୍କ ଉପରକୁ ମାଡ଼ି ଆସିଛି। ଏଥିରେ ଓଲିଉଡର ଗ୍ଲାମରସ୍ ନାୟିକା ସୁପ୍ରିୟାଙ୍କୁ ବି ଦେଖିବାକୁ ମିଳିଛି।

524862417_1184518237037118_4201597497467797321_n

ଏଥିରେ ଚୌଧୁରୀ ବିକାଶ ଦାସ ଓ ଅଶ୍ରୁମୋଚନ ମହାନ୍ତିଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ତରଙ୍ଗ ସିନେ ପ୍ରଡକସନ୍ସ ବ୍ୟାନରରେ ପ୍ରସ୍ତୁତ  ଏହି ଫିଲ୍ମର କଥାବସ୍ତୁ ପ୍ରଖ୍ୟାତ ନାଟ୍ୟକାର ଶଙ୍କର ତ୍ରିପାଠୀଙ୍କ ଉପନ୍ୟାସ ‘ନାଦବିନ୍ଦୁ’ ଉପରେ ଆଧାରିତ। ଏହାର କାହାଣୀ ମୃତ୍ୟୁ ପରେ ପୁଷ୍କର ଛଡ଼ାଇବା ପରମ୍ପରା ଉପରେ ପର୍ଯ୍ୟବେସିତ। ‘ପୁଷ୍କରା’ର ଚିତ୍ରନାଟ୍ୟ ପ୍ରସ୍ତୁତ କରିଛନ୍ତି ଦେବୀଦତ୍ତ ମହାନ୍ତି। ସିନେମାଟୋଗ୍ରାଫର୍ ଶୁଭ୍ରାଂଶୁ ଦାଶ ଏହି ଚଳଚ୍ଚିତ୍ରର ନିର୍ଦେଶନା ଦେଉଛନ୍ତି। ରମେଶ ବାରିକ ଏହାର ନିର୍ମାତା। ବିଭୂତି ଭୂଷଣ ଗଡ଼ନାୟକ ଏହାର ସଙ୍ଗୀତକାର। ଏହି ସିନେମା ଏଥିରେ ଏକ ସଂପୂର୍ଣ୍ଣ ଭିନ୍ନ ଚରିତ୍ରରେ ଅଭିନୟ କରିବାର ସୁଯୋଗ ପାଇଥିବାରୁ  ସେ ଖୁବ୍ ଖୁସି। ‘ପୁଷ୍କରା’  ତାଙ୍କ କ୍ୟାରିଅରକୁ ନୂଆ ମୋଡ଼ ଦେବ ବୋଲି ସବ୍ୟସାଚୀ ଆଶା ପ୍ରକାଶ କରିଥିଲେ। ଏବେ ଏହା ସତ୍ୟରେ ପରିଣତ ହୋଇଛି। 

Entertainment 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe