ବାଂଲାଦେଶୀ ଫେରିବାଲାଙ୍କୁ ଦେଖିଲେ ଖବର ଦେବାକୁ କହିଲେ ପୁଲିସ ବାବୁ

Advertisment

ସାଇବର ଠକଙ୍କ ଠାରୁ ଯଥାସମ୍ଭବ ଦୁରେଇ ରହିବାକୁ ପରାମର୍ଶ ଦେଇଥିଲେl ଅନ୍ୟପଟେ ଉପସ୍ଥିତ ଜନପ୍ରତିନିଧିଙ୍କ ଦ୍ୱାରା ସ୍ଥାନୀୟ ସମସ୍ୟାଗୁଡ଼ିକୁ ଉପସ୍ଥାପନ କରାଯିବା ସହିତ ତାର ସମାଧାନ ବିଷୟ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲାl

ସାଇବର ଠକଙ୍କ ଠାରୁ ଯଥାସମ୍ଭବ ଦୁରେଇ ରହିବାକୁ ପରାମର୍ଶ ଦେଇଥିଲେl ଅନ୍ୟପଟେ ଉପସ୍ଥିତ ଜନପ୍ରତିନିଧିଙ୍କ ଦ୍ୱାରା ସ୍ଥାନୀୟ ସମସ୍ୟାଗୁଡ଼ିକୁ ଉପସ୍ଥାପନ କରାଯିବା ସହିତ ତାର ସମାଧାନ ବିଷୟ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲାl

ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ପରିସରରେ ଆମ ପୁଲିସ ସମିତି ବୈଠକ ବୁଧବାର ସନ୍ଧ୍ୟା ସମୟରେ ଅନୁଷ୍ଠିତ ହୋଇଯାଇଛି। ବୈଶିଙ୍ଗା ଥାନା ଅଧିକାରୀ ବାରିଣି ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଉକ୍ତ ବୈଠକକୁ ଏଏସଆଇ ଭାବଗ୍ରାହୀ ମହାନ୍ତ ଓ ଶୁଭ୍ରାଂଶୁ ରାଉଳ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେl

ବୈଠକରେ ଥାନାଧିକାରୀ ମୁଖ୍ୟତଃ ସ୍ଥାନୀୟ ଅଞ୍ଚଳରେ ବାହାର ରାଜ୍ୟରୁ ଆସି ଭଡ଼ା ସୂତ୍ରରେ ରହୁଥିବା ଲୋକ ପରିଚୟ ପତ୍ର ଯାଞ୍ଚ କରି ଘର ଭଡ଼ା ଦେବାକୁ ପରାମର୍ଶ ଦେଇଥିଲେl ସେହିପରି କୌଣସି ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ବାଂଲାଦେଶୀ ଫେରିବେପାରୀଙ୍କୁ ଦେଖିଲେ ତୁରନ୍ତ ପୁଲିସକୁ ଖବର ଦେଲେ ପଶ୍ଚିମବଙ୍ଗ ପଟରୁ ବାଲେଶ୍ୱର ଜିଲ୍ଲା ଦେଇ ବେଆଇନ ଅନୁପ୍ରବେଶକାରୀଙ୍କ ବିରୁଦ୍ଧରେ ଉଚିତ ପଦକ୍ଷେପ ନିଆଯିବ ବୋଲି ଥାନାଧିକାରୀ ପ୍ରକାଶ କରିଥିଲେl

ମୁଖ୍ୟତଃ ଜାତୀୟ ରାଜପଥ ଅଞ୍ଚଳରେ ଦ୍ରୁତଗତିରେ ବାଇକ ଚାଳନାକୁ ରୋକିବା, ମଦ ଏବଂ ନିଶାଦ୍ରବ୍ୟ ବିକ୍ରି ଉପରେ ରୋକ ଲଗାଇବା  ଏବଂ ଅନ୍ୟାନ୍ୟ ସମସ୍ୟା ବିଷୟରେ ଆଲୋଚନା କରାଯାଇଥିଲା।

publive-image

ସେହିପରି ସାଇବର ଠକଙ୍କ ଠାରୁ ଯଥାସମ୍ଭବ ଦୁରେଇ ରହିବାକୁ ପରାମର୍ଶ ଦେଇଥିଲେl ଅନ୍ୟପଟେ ଉପସ୍ଥିତ ଜନପ୍ରତିନିଧିଙ୍କ ଦ୍ୱାରା ସ୍ଥାନୀୟ ସମସ୍ୟାଗୁଡ଼ିକୁ ଉପସ୍ଥାପନ କରାଯିବା ସହିତ ତାର ସମାଧାନ ବିଷୟ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲାl ମୁଖ୍ୟତଃ ଜାତୀୟ ରାଜପଥ ଅଞ୍ଚଳରେ ଦ୍ରୁତଗତିରେ ବାଇକ ଚାଳନାକୁ ରୋକିବା, ମଦ ଏବଂ ନିଶାଦ୍ରବ୍ୟ ବିକ୍ରି ଉପରେ ରୋକ ଲଗାଇବା  ଏବଂ ଅନ୍ୟାନ୍ୟ ସମସ୍ୟା ବିଷୟରେ ଆଲୋଚନା କରାଯାଇଥିଲା। କୌଣସି ସ୍ଥାନରେ ଅପ୍ରୀତିକର ପରିସ୍ଥିତ ସୃଷ୍ଟି ହେଲେ ସଙ୍ଗେସଙ୍ଗେ ପୁଲିସକୁ ଜଣାଇବା ପାଇଁ ଥାନାଧିକାରୀ ଅନୁରୋଧ କରିଥିଲେ। ଉକ୍ତ ବୈଠକରେ ଜନପ୍ରତିନିଧିଙ୍କୁ ଛାଡି ଆମ ପୋଲିସ ସମିତିର ଅନ୍ୟାନ୍ୟ ସଦସ୍ୟ, ସାମ୍ବାଦିକ ଓ ସ୍ଥାନୀୟ ବୁଦ୍ଧିଜୀବୀ ଯୋଗଦେଇଥିଲେl

Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe