ଜଳେଶ୍ଵର: ଜଳେଶ୍ଵର ମ୍ୟୁନିସିପାଲଟି ଅଧୀନସ୍ଥ ୧ ନମ୍ବର ଓ୍ବାର୍ଡ ଝାଡ଼େଶ୍ବରପୁର ଗ୍ରାମରେ ଦୀର୍ଘ ଦିନ ଧରି ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଜଳେଶ୍ଵର ଥାନା ପୁଲିସ ଗତକାଲି ମଧ୍ୟରାତ୍ରିରେ ଚଢ଼ାଉ କରିଛି। ଚଢ଼ାଉ ସମୟରେ ପୁଲିସ ୧୨ ଜଣକୁ ଗିରଫ କରିଥିବା ବେଳେ ଘଟଣାସ୍ଥଳରୁ ୧୨ ଟି ମୋବାଇଲ, ୯ ଟି ବାଇକ୍, ୪ଟି ତାସପାଲି ଗୋଛା ଜବତ କରାଯାଇଛି।
ନିର୍ଦ୍ଦିଷ୍ଟ ଘରେ ଦୀର୍ଘ ଦିନ ଧରି ଜୁଆ ଖେଳ
ଝାଡ଼େଶ୍ବରପୁର ଗ୍ରାମରେ ଏକ ନିର୍ଦ୍ଦିଷ୍ଟ ଘରେ ଦୀର୍ଘ ଦିନ ଧରି ଜୁଆ ଖେଳ ଚାଲୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ଗତକାଲି ରାତି ପାଖାପାଖି ୧୨ଟା ସମୟରେ ଜଳେଶ୍ୱର ଏସଡିପିଓ ସୁବ୍ରତ କୁମାର ବେହେରାଙ୍କ ନିର୍ଦ୍ଦେଶରେ, ଆଇଆଇସି ଅଶୋକ କୁମାର ବାରିକଙ୍କ ତତ୍ତ୍ଵାବଧାନରେ ଏସଆଇ ଚିରଞ୍ଜିବୀ ରାଉତ, ଏଏସଆଇ ଭଗବାନ ଦାସ, ଏଏସଆଇ ଧୀରେନ୍ଦ୍ର ସାମଲଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍ ସେହି ଘର ଉପରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସହ ୧୨ ଜଣ ଜୁଆଡିଙ୍କୁ ଗିରଫ କରିଛି।
ଆହୁରି ପଢନ୍ତୁ-BJP Announcement : ଡକ୍ଟର ଐଶ୍ବର୍ଯ୍ୟା ବିଶ୍ବାଳ ମହିଳା ଓ ଅଭିଳାଷ ପଣ୍ଡା ଯୁବ ମୋର୍ଚ୍ଚା ସଭାପତି
ସେମାନଙ୍କଠାରୁ ୧୨ ମୋବାଇଲ, ନଗଦ ୧୫୨୬୦ ଟଙ୍କା,୪ ଗୋଛା ତାସପାଲି ଜବତ ହୋଇଛି। ସେହିପରି ଘଟଣାସ୍ଥଳରୁ ଜୁଆଡିମାନଙ୍କର ୯ ଟି ସ୍କୁଟି ଓ ବାଇକ୍ ଜବତ ହୋଇଛି। ଜବତ୍ ସ୍କୁଟି ଓ ବାଇକ୍ ର ନମ୍ବର ହେଉଛି ଓଡି୦୧ଏଏ ୬୪୯୧, ଓଡି୦୧ଏୟୁ ୦୨୬୯, ଓଡି୦୧ଏକେ ୨୦୯୫,ଓଡି୦୧ବିବି୧୧୬୯, ଓଡି୦୧ଏଚ ୯୫୪୮, ଓଡି୦୧ଏନ ୨୯୪୮, ଓଡି୦୧ଏଜେଡ ୨୨୧୮, ଓଡି୦୧ଏସି ୯୭୮୯, ଓଡି୦୧ଏମ୮୨୫୬। ଗିରଫ ଅଭିଯୁକ୍ତମାନଙ୍କ ପରିଚୟ ଜଣା ପଡିନଥିଲେ ବି ସେମାନେ ସମସ୍ତେ ଝାଡ଼େଶ୍ବରପୁର,ରାଜପୁର ଓ ନାମ୍ପୋ ଗାଁର ବୋଲି ସୂଚନା ମିଳିଛି।
ଆହୁରି ପଢନ୍ତୁ- Leopard Karatapata Forest ଶିକାରୀ ଫାସରେ ପଡ଼ିଲା କଲରାପତରିଆ ବାଘ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/09/untitled-10-2025-12-09-14-37-57.jpg)