ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ ପରେ ରତନସରାରେ ମିଳିତ ଚଢଉ

ଆଜି ପୁଣି ବେଆଇନ କୋଇଲା ଖଣି ଉପରେ ମିଳିତ ଚଢଉ ଚାଲିଛି। ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ ପରେ ଗୋପାଳପୁର ପଞ୍ଚାୟତ ରତନସରାରେ ଉପଜିଲାପାଳ, ପୁଲିସ ଓ ତହସିଲ ଟିମ ମିଳିତ ଭାବରେ ଚଢଉ ଜାରି ରଖିଛନ୍ତି।

zas

ସୁନ୍ଦରଗଡ଼ : ପୁଣି ଆକ୍ସନ ମୁଡରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ। ଆଜି ପୁଣି ବେଆଇନ କୋଇଲା ଖଣି ଉପରେ ମିଳିତ ଚଢଉ ଚାଲିଛି। ଗୋପାଳପୁର ପଞ୍ଚାୟତ ରତନସରାରେ ଉପଜିଲାପାଳ, ପୁଲିସ ଓ ତହସିଲ ଟିମ ମିଳିତ ଭାବରେ ଚଢଉ ଜାରି ରଖିଛନ୍ତି।

ଆଜି ପୁଣି ବେଆଇନ କୋଇଲା ଖଣି ଉପରେ ମିଳିତ ଚଢଉ ଚାଲିଛି। ଗୋପାଳପୁର ପଞ୍ଚାୟତ ରତନସରାରେ ଉପଜିଲାପାଳ, ପୁଲିସ ଓ ତହସିଲ ଟିମ ମିଳିତ ଭାବରେ ଚଢଉ ଜାରି ରଖିଛନ୍ତି। ରତନସରାରେ ବି ୧୦ରୁ ଅଧିକ ବେଆଇନ କୋଇଲା  ଖଣି ଠାବ ହୋଇଛି। ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ ପରେ ସେଠାରେ ଚଢଉ କରାଯାଇଛି। ବିପୁଳ ମାତ୍ରାରେ କୋଇଲା ଉତ୍ତୋଳନ ପରେ ଗଚ୍ଛିତ ରଖାଯାଇଛି।

ରତନସରାରେ ବି ୧୦ରୁ ଅଧିକ ବେଆଇନ କୋଇଲା  ଖଣି ଠାବ ହୋଇଛି। ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ ପରେ ସେଠାରେ ଚଢଉ କରାଯାଇଛି। ବିପୁଳ ମାତ୍ରାରେ କୋଇଲା ଉତ୍ତୋଳନ ପରେ ଗଚ୍ଛିତ ରଖାଯାଇଛି। ନାଳ କଡ଼ରେ, ରାୟତି ଜମିରେ ମଧ୍ୟ ଖୋଳାଯାଇଛି।

ଖଣି ଚୋରି ମାମଲାରେ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଚୋରା କୋଇଲା ଖଣିରୁ କୋଲ ୱାସେରିକୁ ଯାଉଥିଲା କି କୋଇଲା
ସୁନ୍ଦରଗଡ଼ ଜିଲ୍ଲାପାଳ ସୁନ୍ଦରଗଡ଼ ଉପଜିଲାପାଳ, ଖଣି ଉପନିର୍ଦ୍ଦେଶକ ଓ ହେମଗିରି ତହସିଲଦାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ତିନି ଦିନ ମଧ୍ୟରେ ତଦନ୍ତ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେଲେନଡ଼ିହିର ବିଶାଳ ଚୋରା ଖଣିରୁ କୋଇଲା ଚାଲାଣ ହେଉଥିଲା। କୋଲ ୱାସେରି ଓ କୋଲ ଡିପୋମାନଙ୍କୁ ଚୋରା କୋଇଲା ଯାଉଥିବା ସନ୍ଦେହ ଉପୁଜିଛି। ଅଞ୍ଚଳର ସମସ୍ତ କୋଲ ୱାସେରି ଓ କୋଲ ଡିପୋକୁ ଯାଞ୍ଚ କରିବା ସହ ଷ୍ଟକର ହିସାବ ନେବା ପାଇଁ  ସୁନ୍ଦରଗଡ଼ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯଦି ହିସାବରୁ ଅଧିକ କୋଇଲା ବାହାରିଲା, ତାହାଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି  ସୁନ୍ଦରଗଡ଼ ଜିଲ୍ଲାପାଳ।

raid

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe