ସମ୍ବଲପୁର ଓ ବରଗଡ଼ କାରାଗାରରେ ଅଚାନକ ଚଢ଼ାଉ

ଆଜି ସମ୍ବଲପୁର ମଣ୍ଡଳ କାରାଗାର ଓ ବରଗଡ଼ ଉପ କାରାଗାରରେ ଅଚାନକ ଚଢ଼ାଉ କରାଯାଉଛି। ଭୋର ପ୍ରାୟ ୪ଟାରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚଢ଼ାଉ କରାଯାଇଛି। ସମ୍ବଲପୁର ମଣ୍ଡଳ କାରାଗାର ଭିତରୁ ବିପୁଳ ପରିମାଣର ଗୁଟ୍‌ଖା, ଖଇନି ସହ ଲାଇଟର ଜବତ ହୋଇଥିବାର ସୂଚନା ରହିଛି।

sambalpur jail

ସମ୍ବଲପୁର/ବରଗଡ଼: ଆଜି ସମ୍ବଲପୁର ଓ ବରଗଡ଼ କାରାଗାରରେ ଅଚାନକ ଚଢ଼ାଉ କରାଯାଉଛି। ଭୋର ପ୍ରାୟ ୪ଟାରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚଢ଼ାଉ କରାଯାଇଛି। ସମ୍ବଲପୁର ମଣ୍ଡଳ କାରାଗାରରେ ପୁଲିସ ଫୋର୍ସ ସହ ସମ୍ବଲପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଓ ସଦର ଏସଡିପିଓଙ୍କ ନେତୃତ୍ବରେ ଏହି ଚଢ଼ାଉ ହେଉଛି। ସମ୍ବଲପୁର ମଣ୍ଡଳ କାରାଗାର ଭିତରୁ ବିପୁଳ ପରିମାଣର ଗୁଟ୍‌ଖା, ଖଇନି ସହ ଲାଇଟର ଜବତ ହୋଇଥିବାର ସୂଚନା ରହିଛି।

ଏଣେ ବରଗଡ଼ରେ ଆରକ୍ଷୀ ଅଧୀକ୍ଷକଙ୍କ ଉପସ୍ଥିତରେ ପୁଲିସ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି। କାରାଗାର ଅଧୀକ୍ଷକଙ୍କୁ ମଧ୍ୟ ପଚରାଉଚରା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe