ବେଆଇନ ମାଟି ଚୋରାଚାଲାଣ ବେଳେ ଭଦ୍ରକ ଜିଲ୍ଲାପାଳ ଓ ଏସପିଙ୍କ ଚଢ଼ାଉ: ହାଇୱା ଓ ଜେସିବି ମେସିନ ଜବତ, ଦୁଇ ଅଟକ

Advertisment

ବେଆଇନ ଭାବେ ମାଟି ଚୋରାଚାଲାଣ ହେଉଥିବା ସ୍ଥାନରେ ରାତ୍ରିରେ ଚଢ଼ାଉ ହୋଇଛି।  ଭଦ୍ରକ ଜିଲ୍ଲାପାଳ ଓ ଏସପି ମିଳିତ ଭାବେ ଚଢ଼ାଉ କରିଛନ୍ତି। ମାଟି ଉତ୍ତୋଳନ ସ୍ଥାନରୁ ଗୋଟିଏ ହାଇୱା ଓ ଗୋଟିଏ ଜେସିବି ମେସିନ ଜବତ ହୋଇଛି । ଏହି ମାମଲାରେ ୨ ଜଣ ଅଟକ ରହିଛନ୍ତି।

ବେଆଇନ ଭାବେ ମାଟି ଚୋରାଚାଲାଣ ହେଉଥିବା ସ୍ଥାନରେ ରାତ୍ରିରେ ଚଢ଼ାଉ ହୋଇଛି।  ଭଦ୍ରକ ଜିଲ୍ଲାପାଳ ଓ ଏସପି ମିଳିତ ଭାବେ ଚଢ଼ାଉ କରିଛନ୍ତି। ମାଟି ଉତ୍ତୋଳନ ସ୍ଥାନରୁ ଗୋଟିଏ ହାଇୱା ଓ ଗୋଟିଏ ଜେସିବି ମେସିନ ଜବତ ହୋଇଛି । ଏହି ମାମଲାରେ ୨ ଜଣ ଅଟକ ରହିଛନ୍ତି।

ୂର

ଭଦ୍ରକ: ବେଆଇନ ଭାବେ ମାଟି ଚୋରାଚାଲାଣ ହେଉଥିବା ସ୍ଥାନରେ ରାତ୍ରିରେ ଚଢ଼ାଉ ହୋଇଛି।  ଭଦ୍ରକ ଜିଲ୍ଲାପାଳ ଓ ଏସପି ମିଳିତ ଭାବେ ଚଢ଼ାଉ କରିଛନ୍ତି।  ଚରମ୍ପା ନିକଟସ୍ଥ ଧାମରା ରେଳ ଲାଇନ ପାଖରେ ମଧ୍ୟ ରାତ୍ରିରେ ପହଞ୍ଚି ଜିଲ୍ଲାପାଳ ଓ ଏସପି  ଚଢ଼ାଉ କରିଛନ୍ତି।  ମାଟି ଉତ୍ତୋଳନ ସ୍ଥାନରୁ ଗୋଟିଏ ହାଇୱା ଓ ଗୋଟିଏ ଜେସିବି ମେସିନ ଜବତ ହୋଇଛି । ଏହି ମାମଲାରେ ୨ ଜଣ ଅଟକ ରହିଛନ୍ତି।

ଗତ କିଛି ଦିନ ହେବ ଛୁଟି ଦିନରେ ବେଆଇନ ଭାବେ ଧାମରା ରେଳ ଲାଇନ ପାଖରୁ ମାଟି ଚାଲାଣ ହେଉଥିବା ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ କୌଣସି ସୂତ୍ରରୁ ଖବର ପାଇଥିଲେ। ତେଣୁ ସେମାନଙ୍କୁ ଧରିବା ପାଇଁ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଭଦ୍ରକ ଏସପିଙ୍କ ସହିତ କଥା ହୋଇ ପ୍ଲାନ କରିଥିଲେ।  ସେହି ଅନୁଯାୟୀ ରବିବାର ମଧ୍ୟ ରାତ୍ରିରେ ଭଦ୍ରକ ଜିଲ୍ଲାପାଳ ଓ ଏସପି ପୁଲିସ ଫୋର୍ସ ଏବଂ ମାଇନିଂ ଅଫିସରଙ୍କୁ ସାଙ୍ଗରେ ନେଇ ଅତର୍କିତ ଭାବେ ମାଟି ଚାଲାଣ ହେଉଥିବା ସ୍ଥାନରେ ପହଞ୍ଚି  ଚଢ଼ାଉ କରିଥିଲେ। ତେବେ ଜିଲ୍ଲାପାଳ ଓ ଏସପିଙ୍କୁ ଦେଖି ମାଟି ଚାଲାଣ କରୁଥିବା ମାଫିଆମାନେ କୌଶଳ କ୍ରମେ ସେଠାରୁ ଫେରାର ହୋଇ ଯାଇଥିଲେ। 

ସୂଚନାନୁସାରେ ଗତ କିଛି ଦିନ ହେବ ଛୁଟି ଦିନରେ ବେଆଇନ ଭାବେ ଧାମରା ରେଳ ଲାଇନ ପାଖରୁ ମାଟି ଚାଲାଣ ହେଉଥିବା ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ କୌଣସି ସୂତ୍ରରୁ ଖବର ପାଇଥିଲେ। ତେଣୁ ସେମାନଙ୍କୁ ଧରିବା ପାଇଁ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଭଦ୍ରକ ଏସପିଙ୍କ ସହିତ କଥା ହୋଇ ପ୍ଲାନ କରିଥିଲେ।  ସେହି ଅନୁଯାୟୀ ରବିବାର ମଧ୍ୟ ରାତ୍ରିରେ ଭଦ୍ରକ ଜିଲ୍ଲାପାଳ ଓ ଏସପି ପୁଲିସ ଫୋର୍ସ ଏବଂ ମାଇନିଂ ଅଫିସରଙ୍କୁ ସାଙ୍ଗରେ ନେଇ ଅତର୍କିତ ଭାବେ ମାଟି ଚାଲାଣ ହେଉଥିବା ସ୍ଥାନରେ ପହଞ୍ଚି  ଚଢ଼ାଉ କରିଥିଲେ।

ତେବେ ଜିଲ୍ଲାପାଳ ଓ ଏସପିଙ୍କୁ ଦେଖି ମାଟି ଚାଲାଣ କରୁଥିବା ମାଫିଆମାନେ କୌଶଳ କ୍ରମେ ସେଠାରୁ ଫେରାର ହୋଇ ଯାଇଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe