Wood seized by forest department in Malkangiri. Photograph: (sambad.in)
ମାଲକାନଗିରି: ମାଲକାନଗିରି ବନାଞ୍ଚଳ ପକ୍ଷରୁ ଚଢାଉ କରାଯାଇ ଲକ୍ଷାଧିକ ଟଂକାର ଶାଗୁଆନ କାଠ ଜବତ କରାଯାଇଛି। ଖଣ୍ଡୀୟ ବନାଧିକାରୀ ପ୍ରତାପ କତ୍ତାପାଲୀଙ୍କ ନିର୍ଦେଶକ୍ରମରେ ମାଲକାନଗିରି ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ରାଉତଙ୍କ ନେତୃତ୍ବରେ ସମସ୍ତ ବନପାଳ, ବନରକ୍ଷୀ ସହ ପାରା ଷ୍ଟାଫ ଏମଭି-୨୩ ଗ୍ରାମରେ ଚଢାଉ କରିଥିଲେ।
ଏହି ଗ୍ରାମର ଶ୍ରୀବାସ ବେପାରୀଙ୍କ ଘରେ ଲକ୍ଷାଧିକ ଟଂକା କାଠ ମହଜୁଦ ରହିଥିବା ସୂଚନା ପାଇବା ପରେ ସକାଳ ସକାଳୁ ଚଢାଉ କରିଥିଲେ। ଶ୍ରୀବାସଙ୍କ ଘରୁ ୪୬ ଖଣ୍ଡ ଶାଗୁଆନ କାଠ ଏବଂ ୧୪ ଖଣ୍ଟ ପିଆଶାଳ ସାଇଜ ଜବତ କରାଯାଇଛି। ଏଥିସହ ଅଧା ଗଢା ହୋଇଥିବା ଖଟକୁ ମଧ୍ୟ ଜବତ କରାଯାଇଛି।
ତେବେ ବନ ବିଭାଗର ଚଢାଉ ଖବର ଶୁଣି ଶ୍ରୀବାସ କେଉଁ ଆଡେ ଚାଲିଯାଇଥିବା ଜଣାପଡିଛି। ତେବେ ବନ ବିଭାଗ ତରଫରୁ ଅଧିକା ତଦନ୍ତ ଚାଲିଥିବା ବନାଞ୍ଚଳ ଅଧିକାରୀ ଶ୍ରୀ ରାଉତ ପ୍ରକାଶ କରିଛନ୍ତି।
Forest | Malkangiri
Follow Us