raid by saintala forest department, wood loaded truck seized Photograph: (Sambad.in)
ଦେଓଗାଁ: ବରଗଡ଼-ବୋରିଗୁମା ଜାତୀୟ ରାଜପଥ ୨୬ ବଲାଙ୍ଗୀର-ଟିଟଲାଗଡ଼ ରାସ୍ତାରେ ସଇଁତଲା ବନ ବିଭାଗ ଚଢ଼ାଉ କରି ଏକ ଖଇର କାଠ ବୋଝେଇ ଗାଡ଼ିକୁ ଧରିଛି। ପଶ୍ଚିମବଙ୍ଗ ନମ୍ବର ଥିବା ଗାଡ଼ିକୁ ପୁଲିସ୍ ଜବତ କରିଥିବା ବେଳେ ଡ଼୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇ ଯାଇଛି। ଟ୍ରକର କାଠକୁ ନେଇ ବନ ବିଭାଗ ତଦନ୍ତ ଜାରି ରଖିଛି।
ଅଧିକ ତଦନ୍ତ କରିବା ପରେ ତଥ୍ୟ ଦିଆଯିବ
ମିଳିଥିବା ସୂଚନା ମତେ ଆଜି ଆଜି ସକାଳେ ବଲାଙ୍ଗୀର ବନ ବିଭାଗ ବଲାଙ୍ଗୀର-ଟିଟଲାଗଡ଼ ରାସ୍ତାର କନ୍ଧକେଲ ଗାଁ ରେଳ ଫାଟକ ନିକଟରେ ଚଢ଼ାଉ କରି ଏକ ଖଇର କାଠ ବୋଝେଇ ବଡ଼ ଟ୍ରକକୁ ଜବତ କରିଛି ବନ ବିଭାଗ। ସଇଁତଳା ରେଞ୍ଜର କନ୍ଧ କେଲ୍ ଗାଁ ବିଟ ହାଉସ୍ ରେ ଏହି ଗାଡ଼ିକୁ ଅଟକ ରଖି ବନ ବିଭାଗ ତଦନ୍ତ କରୁଥିବା ଜଣାଯାଇଛି। ଏନେଇ ଅଧିକ ତଦନ୍ତ କରିବା ପରେ ତଥ୍ୟ ଦିଆଯିବ ବୋଲି ସଇଁତଲା ରେଞ୍ଜର ସୂଚନା ଦେଇଛନ୍ତି।
ଆହୁରି ପଢ଼ନ୍ତୁ: Rain Northen India ଜାନୁଆରି ୩୧ରୁ ଉତ୍ତର ଭାରତରେ ପ୍ରବଳ ତୁଷାରପାତ ଓ ବର୍ଷା ସମ୍ଭାବନା
Follow Us