ଚୋରା କୋଇଲା ଖଣି ଠାବ ପରେ ସ୍ପଞ୍ଜ ଆଇରନ, କୋଲ୍ ୱାସେରିରେ ଚଢ଼ଉ

ଏମ୍‌ସିଏଲ୍‌ କ୍ଷେତ୍ର ଅଧୀନ ତେଲେନଡିହି ଜଙ୍ଗଲ, ରତନସରା ଓ ଭୋଗ୍ରାକଛାର ନିକଟ ନାଳରେ ଶତାଧିକ ଚୋରା କୋଇଲା ଖଣିରୁ ହଜାର ହଜାର ଟନ୍ କୋଇଲା ଚୋରାଚାଲାଣ ହେଉଥିବା ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ରାଜ୍ଯରେ ହଇଚଇ ସୃଷ୍ଟି ହୋଇଛି।

ଅଦ୍ୟତନ ହୋଇଛି
Sundargarh coal mines

Sundargarh coal mines Photograph: (sambad.in)

ସୁନ୍ଦରଗଡ଼: ମହାନଦୀ କୋଲ ଫିଲ୍ଡ ଲିମିଡେଟ୍‌ (ଏମ୍‌ସିଏଲ୍‌) କ୍ଷେତ୍ର ଅଧୀନ ତେଲେନଡିହି ଜଙ୍ଗଲ, ରତନସରା ଓ ଭୋଗ୍ରାକଛାର ନିକଟ ନାଳରେ ଶତାଧିକ ଚୋରା କୋଇଲା ଖଣିରୁ ହଜାର ହଜାର ଟନ୍ କୋଇଲା ଚୋରାଚାଲାଣ ହେଉଥିବା ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ରାଜ୍ଯରେ ହଇଚଇ ସୃଷ୍ଟି ହୋଇଛି।

ଗତ ୫ ତାରିଖ ଠାରୁ ପ୍ରଶାସନ ଚଢ଼ଉ କରି କୋଇଲା ଜବତ କରୁଥିବାବେଳେ ଆଜି ଖଣି ବିଭାଗ ଉପନିର୍ଦ୍ଦେଶକ ବିମ୍ବାଧର ସେଠୀ, ଉପଜିଲ୍ଲାପାଳ ଦାଶରଥି ସରାବୁ ଚୋରା  ଖଣି ଓ ପୋଡ଼ାଜଲଙ୍ଗାସ୍ଥ ବସୁନ୍ଧରା ମେଟାଲିକ୍ ସ୍ପଞ୍ଜ ଆଇରନ କାରଖାନା ଓ ବରପାଲିର ଭାଟିଆ ଏନାର୍ଜି କୋଲ୍ ୱାସେରିରେ ଚଢ଼ଉ କରି କୋଇଲା ଷ୍ଟକ ଯାଞ୍ଚ କରିଛନ୍ତି। ବସୁନ୍ଧରା ସ୍ପଞ୍ଜ ଆଇରନ କାରଖାନାରେ ୧୩ ହଜାର ଟନ୍ ଗଚ୍ଛିତ ଥିବା ଷ୍ଟକ ରେଜିଷ୍ଟରରୁ ଜଣାପଡ଼ିଥିଲା। କିନ୍ତୁ ମାପଯୁପ  ପରେ ୨୨୭ ଟନ୍ କୋଇଲା କମ୍ ଥିବା ଜଣାପଡ଼ିଛି। 

ଗତ ୫ ତାରିଖ ଠାରୁ ପ୍ରଶାସନ ଚଢ଼ଉ କରି କୋଇଲା ଜବତ କରୁଥିବାବେଳେ ଆଜି ଖଣି ବିଭାଗ ଉପନିର୍ଦ୍ଦେଶକ ବିମ୍ବାଧର ସେଠୀ, ଉପଜିଲ୍ଲାପାଳ ଦାଶରଥି ସରାବୁ ଚୋରା  ଖଣି ଓ ପୋଡ଼ାଜଲଙ୍ଗାସ୍ଥ ବସୁନ୍ଧରା ମେଟାଲିକ୍ ସ୍ପଞ୍ଜ ଆଇରନ କାରଖାନା ଓ ବରପାଲିର ଭାଟିଆ ଏନାର୍ଜି କୋଲ୍ ୱାସେରିରେ ଚଢ଼ଉ କରି କୋଇଲା ଷ୍ଟକ ଯାଞ୍ଚ କରିଛନ୍ତି।

publive-image

ଭାଟିଆ ଏନର୍ଜି ପ୍ରାଇଭେଟ୍ ଲିମିଟେଡର ବରପାଲି କୋଲ ୱାସେରିରେ ଖଣି ବିଭାଗ, ରାଜସ୍ବ ଏବଂ ପୁଲିସର ମିଳିତ ଚଢଉ। ଚାଲିଛି କୋଇଲା ଷ୍ଟକ ଯାଞ୍ଚ। ବେଆଇନ କୋଇଲା ଖଣି ଖନନ ଏବଂ ଚୋରା ଚାଲାଣ ମାମଲାରେ କାର୍ଯ୍ୟନୁଷ୍ଠାନ। ହେମଗିରି ତହସିଲ ବରପାଲି ନିକଟ ଭାଟିଆ ଏନର୍ଜି ପ୍ରାଇଭେଟ୍ ଲିମିଟେଡରେ ଚଢ଼ଉ ଜାରି।

sundargarh

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe