ପ୍ରଶାସନର ଚଢ଼ଉ: ଗୋଟିଏ ମିଲ ସିଲ୍‌

କିଛି ଦିନ ତଳେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଜିଲ୍ଲା ଗସ୍ତ ସମୟରେ ଜିଲ୍ଲାର ମଣ୍ଡିକୁ ନେଇ ମନ୍ତ୍ରୀ ସମୀକ୍ଷା କରିବା ପରେ ତୁରନ୍ତ ମିଲଗୁଡିକରେ କେତେ ଧାନ ରହିଛି ଏବଂ ଏସଓପି ପାଳନ କରାଯାଉଛି କି ନାହିଁ ସେନେଇ ଜିଲ୍ଲାପାଳଙ୍କୁ ତୁରନ୍ତ ଚଢାଉ କରି ତଦନ୍ତ କରିବାକୁ ନିର୍ଦେଶ ଦେଇଥିଲେ।

Raid on Mandi in Malkangiri district.

Raid on Mandi in Malkangiri district. Photograph: (sambad.in)

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ମଣ୍ଡି ସରିବା ପରେ ମିଲରମାନେ ଧାନ ଉଠାଇଛନ୍ତି। ତେବେ ଗତ କିଛି ଦିନ ତଳେ ଯୋଗାଣ ଓ ଖାଉଟି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଜିଲ୍ଲା ଗସ୍ତ ସମୟରେ ଜିଲ୍ଲାର ମଣ୍ଡିକୁ ନେଇ ମନ୍ତ୍ରୀ ସମୀକ୍ଷା କରିବା ପରେ ତୁରନ୍ତ ମିଲଗୁଡିକରେ କେତେ ଧାନ ରହିଛି ଏବଂ ଏସଓପି ପାଳନ କରାଯାଉଛି କି ନାହିଁ ସେନେଇ ଜିଲ୍ଲାପାଳଙ୍କୁ ତୁରନ୍ତ ଚଢ଼ଉ କରି ତଦନ୍ତ କରିବାକୁ ନିର୍ଦେଶ ଦେଇଥିଲେ। 

ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ ମଧ୍ୟ ମନ୍ତ୍ରୀଙ୍କ ସମୀକ୍ଷା ପରେ ଜିଲ୍ଲା ଯୋଗାଣ ଅଧିକାରୀ ଏବଂ ଉପଜିଲ୍ଲାପାଳଙ୍କୁ ଏନେଇ ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ନିର୍ଦେଶରେ ଉପଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ,ଜିଲ୍ଲା ଯୋଗାଣ ଅଧିକାରୀ ମନମୋହନ ପଟନାୟକ ସମେତ ଅନ୍ୟ ଅଧିକାରୀମାନେ ଜିଲ୍ଲାର ତିନୋଟି ମିଲ ଉପରେ ଚଢାଉ କରିଥିଲେ। ତିନୋଟି ମିଲଗୁଡିକ ହେଲା ମହାବୀର ମିଲ,ତାରାତାରିଣୀ ମିଲ ଏବଂ ପୃଥିବୀ ମୋର୍ଡେନ ମିଲ।

ପୃଥିବୀ ମୋର୍ଡେନ ମିଲରେ କାଗଜପତ୍ର ଠିକ ନଥିବା,ଷ୍ଟକରେ ଗୋଳମାଳ ରହିଥିବା ତଦନ୍ତକାରୀ ଅଧିକାରୀମାନେ ଦେଖିଥିଲେ। ତେଣୁ ଏହି ମିଲକୁ ସିଲ କରିଦିଆଯାଇଛି। ଏହା ରୁଟିନ ଚଢାଉ ବୋଲି ଉପଜିଲ୍ଲାପାଳ କହିଛନ୍ତି। ଆଗାମୀ ଦିନରେ ମଧ୍ୟ ଅନ୍ୟ ମିଲଗୁଡିକ ଅପରେ ଚଢାଉ ହେବ। ମଣ୍ଡିରୁ ଉଠାଉଥିବା ଧାନଗୁଡିକ ଠିକ ରୂପେ ଗଛିତ ହୋଇଛି କି ନାହିଁ, କାଗଜ ପତ୍ର ଠିକ ରୂପେ ଲେଖାଯାଇଛି କି ନାହିଁ ଏଥିସହ ଏସଓପିକୁ ପାଳନ କରାଯାଉଛି କି ନାହିଁ ସେସବୁ ଯାଞ୍ଚ କରାଯାଉଥିବା ତଦନ୍ତ କାରୀ ଅଧିକାରୀ କହିଛନ୍ତି।

ତେବେ ପୃଥିବୀ ମୋର୍ଡେନ ମିଲରେ କାଗଜପତ୍ର ଠିକ ନଥିବା,ଷ୍ଟକରେ ଗୋଳମାଳ ରହିଥିବା ତଦନ୍ତକାରୀ ଅଧିକାରୀମାନେ ଦେଖିଥିଲେ। ତେଣୁ ଏହି ମିଲକୁ ସିଲ କରିଦିଆଯାଇଛି। ଏହା ରୁଟିନ ଚଢାଉ ବୋଲି ଉପଜିଲ୍ଲାପାଳ କହିଛନ୍ତି। ଆଗାମୀ ଦିନରେ ମଧ୍ୟ ଅନ୍ୟ ମିଲଗୁଡିକ ଅପରେ ଚଢାଉ ହେବ। ମଣ୍ଡିରୁ ଉଠାଉଥିବା ଧାନଗୁଡିକ ଠିକ ରୂପେ ଗଛିତ ହୋଇଛି କି ନାହିଁ, କାଗଜ ପତ୍ର ଠିକ ରୂପେ ଲେଖାଯାଇଛି କି ନାହିଁ ଏଥିସହ ଏସଓପିକୁ ପାଳନ କରାଯାଉଛି କି ନାହିଁ ସେସବୁ ଯାଞ୍ଚ କରାଯାଉଥିବା ତଦନ୍ତ କାରୀ ଅଧିକାରୀ କହିଛନ୍ତି। ତେଣୁ ଏସବୁ ନଥିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ କହିଥିଲେ। ତଦନ୍ତ ପରେ ଜିଲ୍ଲାପାଳଙ୍କୁ ସମସ୍ତ ରିପୋର୍ଟ ପ୍ରଦାନ କରାଯିବ ବୋଲି କୁହାଯାଇଛି।
 Farmers | Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe