କପିଳାସରୋଡ୍‌ ରେଳ ଫାଟକରେ ଖୁବ୍‌ ଶୀଘ୍ର କାର୍ଯ୍ୟକ୍ଷମ ହେବ ରେଳ ଓଭରବ୍ରିଜ

୨୦୧୦ ମସିହାରୁ ନିରନ୍ତର ଉଦ୍ୟମ ଯୋଗୁ କଟକ ଜିଲ୍ଲାର ଟାଙ୍ଗୀ ଠାରେ କପିଳାସ ରୋଡ ରେଳ ଫାଟକରେ ଏକ ରେଳ ଓଭରବ୍ରିଜ ପାଇଁ ଜନସାଧାରଣଙ୍କର ବହୁ ଦିନର ଦାବି ପୂରଣ ହେବାକୁ ଯାଉଛି।

Baijayanta Panda

Dhenkanal | Baijayant Panda Photograph: (sambad.in)

ଭୁବନେଶ୍ବର: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ସୋମବାର ଟାଙ୍ଗୀ ଠାରେ ୧୭୪ନଂ କପିଳାସ ରୋଡ ରେଳ ଓଭରବ୍ରିଜ୍ ନିର୍ମାଣ ସ୍ଥଳ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ପରେ ଖୁବ ଶୀଘ୍ର ଏହା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେବ ବୋଲି କହିଛନ୍ତି। ଶ୍ରୀ ପଣ୍ଡାଙ୍କ ୨୦୧୦ ମସିହାରୁ ନିରନ୍ତର ଉଦ୍ୟମ ଯୋଗୁ କଟକ ଜିଲ୍ଲାର ଟାଙ୍ଗୀ ଠାରେ କପିଳାସ ରୋଡ ରେଳ ଫାଟକରେ ଏକ ରେଳ ଓଭରବ୍ରିଜ ପାଇଁ ଜନସାଧାରଣଙ୍କର ବହୁ ଦିନର ଦାବି ପୂରଣ ହେବାକୁ ଯାଉଛି। ଏହି ପ୍ରସ୍ତାବକୁ ଇଷ୍ଟକୋଷ୍ଟ ରେଳବାଇ ବୋର୍ଡ ଅନୁମୋଦନ କରିସାରିଥିବା ବେଳେ ଉଭୟ ରାଜ୍ୟ ସରକାର ଓ ରେଳ ବିଭାଗଙ୍କ ବ୍ୟୟ ଅଟକଳରେ ଏହି ରେଳ ଓଭରବ୍ରିଜ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ହୋଇଥିଲା।

ଏହି ପ୍ରକଳ୍ପ ଅଗ୍ରଗତି ପାଇଁ ଶ୍ରୀ ପଣ୍ଡା କ୍ରମାଗତ ଚେଷ୍ଟା କରିବାସହ ବିଭିନ୍ନ ସମୟରେ ରେଳମନ୍ତ୍ରୀଙ୍କୁ ଭେଟି ପ୍ରକଳ୍ପର ଅଗ୍ରଗତି ପାଇଁ ଦାବି କରିବା ସହ ୨୦୧୦ ମସିହା ଠାରୁ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ, ଜାତୀୟ ରାଜପଥ ଓ ରେଳବାଇ ବିଭାଗ ଦ୍ବାରା ପ୍ରକଳ୍ପର ନିରିକ୍ଷଣ ଓ ବାରମ୍ବାର ସମିକ୍ଷା ପରେ ଉଭୟ ରାଜ୍ୟ ସରକାର ଓ ରେଳବାଇ ବିଭାଗର ପ୍ରାୟ ୯୦ କୋଟି ଟଙ୍କାର ଯୁଗ୍ମ ବ୍ୟୟବରାଦକୁ କେନ୍ଦ୍ର ରେଳ ବିଭାଗ ଅନୁମୋଦନ କରିଥିଲେ।

ସୂଚନାଯୋଗ୍ୟ, ଯେ ସ୍ଥାନୀୟ ଜନସାଧାରଣଙ୍କର ବହୁଦିନର ଦାବିକୁ ଅନୁଧ୍ୟାନ ଓ ସମ୍ମାନ ଜଣାଇ ସ୍ଥାନୀୟ ସାଂସଦ ଶ୍ରୀ ବୈଜୟନ୍ତ ପଣ୍ଡା ଗତ ୨୦୧୦ ମସିହା ଠାରୁ କ୍ରମାଗତ ଭାବେ କେନ୍ଦ୍ର ରେଳ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ସହିତ ବିଭିନ୍ନ ସମୟରେ ଆଲୋଚନା ଓ ସମିକ୍ଷା କରି ଏହି ପ୍ରକଳ୍ପଟିକୁ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ନିକଟରେ ଦାବି କରି ଆସୁଥିଲେ। ଶେଷରେ କେନ୍ଦ୍ର ସରକାର ଜନସାଧାରଣଙ୍କ ଦାବି ଓ ସାଂସଦ ଶ୍ରୀ ପଣ୍ଡାଙ୍କ ପ୍ରଚେଷ୍ଟାକୁ ବିଚାରକୁ ନେଇ ଟାଙ୍ଗୀ ୧୭୪ ନଂ ରେଳ ଫାଟକ ଠାରେ ରେଳ ଓଭରବ୍ରିଜ କରିବା ପାଇଁ ପଥ ପରିସ୍କାର କରି ରେଳ ବିଭାଗର ପ୍ରସ୍ତାବିତ କାର୍ଯ୍ୟ ଚିଠାର ୧୯୭ ନମ୍ବର ରେ ଏହି ପ୍ରକଳ୍ପଟିକୁ ତାଲିକାଭୁକ୍ତ କରିଥିଲେ।

ଏହି ସମୀକ୍ଷା ବୈଠକରେ ଶ୍ରୀ ପଣ୍ଡାଙ୍କ ସମେତ ଇଷ୍ଟକୋଷ୍ଟ ରେଳବାଇର ମୁଖ୍ୟ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ସୁଧିର କୁମାର  ପରିଡ଼ା, ଜାତୀୟ ରାଜପଥ- ୧୬ର ବରିଷ୍ଠ ଅଧିକାରୀ ଭାବଗ୍ରାହୀ ଦାସ, ଜାତୀୟ ରାଜପଥର ପ୍ରକଳ୍ପ ନିର୍ଦ୍ଦେଶକ ସୁରଜ ସିଂହ, ଗୃହ ଓ ରାସ୍ତା ବିଭାଗ (ଚାରବାଟିଆ) ଅଜିତ ରାୟ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନଙ୍କ ଉପସ୍ଥିତିରେ ସ୍ଥାନୀୟ ଜନତା, ନେତୃବୃନ୍ଦ, ଯୁବନେତା, ସମାଜସେବୀ ଯୋଗ ଦେଇଥିଲେ।

Dhenkanal | Baijayant Panda

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe