ଭାରତ-ପାକିସ୍ତାନ ଯୁଦ୍ଧ ସ୍ଥିତି: ଭାରତୀୟ ରେଳବାଇ ପକ୍ଷରୁ ଚଳାଚଳ କରିବ ତିନିଟି ସ୍ବତନ୍ତ୍ର ଟ୍ରେନ୍

ଭାରତ-ପାକିସ୍ତାନ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିବା ପରେ ଭାରତୀୟ ରେଳବାଇ ପକ୍ଷରୁ ତିନିଟି ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରାଯିବ। ଏହି ଟ୍ରେନଗୁଡ଼ିକ ଜମ୍ମୁ ଏବଂ ଉଦ୍ଧମପୁରରୁ ଦିଲ୍ଲୀ ପର୍ଯ୍ୟନ୍ତ ଚଳାଚଳ କରିବ ବୋଲି ଜଣାଯାଇଛି।

zx

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିବା ପରେ ପାକିସ୍ତାନ ସୀମାନ୍ତବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ଭାବେ ଆଣିବା ଲାଗି ଭାରତୀୟ ରେଳବାଇ ପକ୍ଷରୁ ତିନିଟି ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରାଯିବ। ଏହି ଟ୍ରେନଗୁଡ଼ିକ ଜମ୍ମୁ ଏବଂ ଉଦ୍ଧମପୁରରୁ ଦିଲ୍ଲୀ ପର୍ଯ୍ୟନ୍ତ ଚଳାଚଳ କରିବ ବୋଲି ଜଣାଯାଇଛି।

ଟ୍ରେନ୍ ନଂ ୦୪୬୧୨ରେ ୧୨ଟି ଅଣସଂରକ୍ଷିତ ଏବଂ ୧୨ଟି ସଂରକ୍ଷିତ କୋଚ୍ ରହିବ। ଏହା ପୂର୍ବାହ୍ନ ୧୦ଟା ୪୫ ମିନିଟ୍ ସମୟରେ ଜମ୍ମୁରୁ ନୂଆଦିଲ୍ଲୀକୁ ଯାତ୍ରା ଆରମ୍ଭ କରିବ। ଅନ୍ୟ ଏକ ୨୦ଟି କୋଚ୍ ବିଶିଷ୍ଟ ବନ୍ଦେ ଭାରତ ଟ୍ରେନ୍ ଜମ୍ମୁ ଏବଂ ପଠାଣକୋଟ ଦେଇ ନୂଆଦିଲ୍ଲୀକୁ ଯାତ୍ରା ଆରମ୍ଭ କରିବ। ଏହା  ୧୨ଟା୪୫ରେ ଯାତ୍ରା ଆରମ୍ଭ କରିବ ବୋଲି ଜଣାଯାଇଛି। ତେଣେ ଆଜି ସନ୍ଧ୍ୟା ୭ଟା ସମୟରେ ଜମ୍ମୁ ପାଇଁ ଆଉ ଏକ ୨୨ଟି ସଂରକ୍ଷିତ ବଗିବିଶିଷ୍ଟ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଲାଗି ଯୋଜନା କରାଯାଇଛି।

ସୂଚନା ଅନୁଯାୟୀ, ଟ୍ରେନ୍ ନଂ ୦୪୬୧୨ରେ ୧୨ଟି ଅଣସଂରକ୍ଷିତ ଏବଂ ୧୨ଟି ସଂରକ୍ଷିତ କୋଚ୍ ରହିବ। ଏହା ପୂର୍ବାହ୍ନ ୧୦ଟା ୪୫ ମିନିଟ୍ ସମୟରେ ଜମ୍ମୁରୁ ନୂଆଦିଲ୍ଲୀକୁ ଯାତ୍ରା ଆରମ୍ଭ କରିବ। ଅନ୍ୟ ଏକ ୨୦ଟି କୋଚ୍ ବିଶିଷ୍ଟ ବନ୍ଦେ ଭାରତ ଟ୍ରେନ୍ ଜମ୍ମୁ ଏବଂ ପଠାଣକୋଟ ଦେଇ ନୂଆଦିଲ୍ଲୀକୁ ଯାତ୍ରା ଆରମ୍ଭ କରିବ। ଏହା  ୧୨ଟା୪୫ରେ ଯାତ୍ରା ଆରମ୍ଭ କରିବ ବୋଲି ଜଣାଯାଇଛି। ତେଣେ ଆଜି ସନ୍ଧ୍ୟା ୭ଟା ସମୟରେ ଜମ୍ମୁ ପାଇଁ ଆଉ ଏକ ୨୨ଟି ସଂରକ୍ଷିତ ବଗିବିଶିଷ୍ଟ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଲାଗି ଯୋଜନା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe