ରାଜ୍ୟରେ ୫ଦିନ ଯାଏ ବର୍ଷା ସମ୍ଭାବନା, ସୁନ୍ଦରଗଡ଼କୁ ରେଡ୍‌ ଆଲର୍ଟ

ରାଜ୍ୟର ବିଭିନ୍ନ ସ୍ଥାନରେ କିଛି ଦିନ ହେଲା ବର୍ଷା ଜାରି ରହିଛି। ଅନେକ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି। ଉପକୂଳ ଓଡ଼ିଶାରେ ମଧ୍ୟ ବର୍ଷା ଲାଗି ରହିଛି। ଏହାରି ମଧ୍ୟରେ ପାଣିପାଗ ବିଭାଗ ଚେତାବନୀ ଦେଇଛି।

ryt

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ କିଛି ଦିନ ହେଲା ବର୍ଷା ଜାରି ରହିଛି। ଅନେକ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି। ଉପକୂଳ ଓଡ଼ିଶାରେ ମଧ୍ୟ ବର୍ଷା ଲାଗି ରହିଛି। ଏହାରି ମଧ୍ୟରେ ପାଣିପାଗ ବିଭାଗ ଚେତାବନୀ ଦେଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସୁନ୍ଦରଗଡ଼କୁ ରେଡ ଆଲର୍ଟ ଜାରି ହୋଇଛି।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଘୁର୍ଣ୍ଣିବଳୟର ପ୍ରଭାବରେ ଆଗାମୀ ୫ ଦିନ ଯାଏ ରାଜ୍ୟରେ ବର୍ଷା ଲାଗିରହିବ। ଉତ୍ତର ଓଡ଼ିଶା ଓ ତାତ୍ସଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସହ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ  ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ପାଣିପାଗ ବିଭାଗ ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି। ସାରା ରାଜ୍ୟରେ ହାଲୁକରୁ ମଧ୍ୟମ ଧରଣର ବର୍ଷାକୁ ନେଇ ୟେଲୋ  ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝରମୟୂରଭଞ୍ଜ ଏହି ୪ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ବିଭାଗ।

ସେହିପରି ପାଣିପାଗ ବିଭାଗ ଆସନ୍ତାକାଲି ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ ମୟୂରଭଞ୍ଜ କେନ୍ଦୁଝର ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷାକୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି। ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ଏହା ପରେ ପାଗରେ ପରିବର୍ତ୍ତନ ହୋଇପାରେ। 

ଶ୍ରୀମତୀ ମହାନ୍ତି କହିଛନ୍ତି, ଗତ ୨୪ ଘଣ୍ଟା ମଧ୍ୟରେ ଅଧିକାଂଶ ସ୍ଥାନରେ ହାଲୁକରୁ ମଧ୍ୟମଧରଣର ବର୍ଷା ହୋଇଥିବା ବେଳେ ୨ ଜିଲ୍ଲାରେ  ଅତ୍ୟନ୍ତ ପ୍ରବଳ ବର୍ଷା ସହ ୯  ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ସର୍ବାଧିକ ବର୍ଷା ସୁନ୍ଦରଗଡ଼ର ଟେନସାରେ ୧୪୨.୮ ମିମି ରେକର୍ଡ କରାଯାଇଛି। 

IMD | Bhubaneswar

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe