ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା, କଳହାଣ୍ଡି ଜିଲ୍ଲାରେ ସ୍ଥିତି ସଂପୂର୍ଣ୍ଣ ଓଲଟା

ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେଉଛି। ଅପରାହ୍ନ ହେବା ମାତ୍ରେ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଓ ବଜ୍ରପାତ ହେଉଛି। କିନ୍ତୁ କଳହାଣ୍ଡି ଜିଲ୍ଲାରେ ସ୍ଥିତି ସଂପୂର୍ଣ୍ଣ ଓଲଟା। ସେଠି ବର୍ଷା ଅଭାବରୁ ମରୁଡ଼ି ଦେଖାଗଲାଣି।

New Project (9)

ଭୁବନେଶ୍ବର/ ରୁପ୍ରା: ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେଉଛି। ଅପରାହ୍ନ ହେବା ମାତ୍ରେ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଓ ବଜ୍ରପାତ ହେଉଛି। ବର୍ଷା ଲାଗି ଜନଜୀବନ ଅସ୍ତବ୍ୟସ୍ତ ହେଲାଣି। ବଜ୍ରପାତ ଜୀବନ ବି ନେଲାଣି। ଜଗତସିଂହପୁର ଜିଲ୍ଲା ବାଲିକୁଦା ତହସିଲ ଅନ୍ତର୍ଗତ ତଣ୍ଡିକୁଳ ପଞ୍ଚାୟତ ତଣ୍ଡିକୁଳ ଗ୍ରାମରେ ଗତକାଲି ଏକ ଅଭାବନୀୟ ଘଟଣା ଘଟିଥିଲା। ଗ୍ରାମର ସୁଲୋଚନା ସାହୁଙ୍କ ୪ ବଖରା ଘର ବଜ୍ରପାତରେ ଜଳି ପାଉଁଶ ହୋଇଯାଇଥିଲା। ତେଣେ କେନ୍ଦ୍ରାପଡ଼ା ଜିଲ୍ଲା ମହକାଳପଡ଼ା ଅଞ୍ଚଳରେ ବଜ୍ରପାତରେ ଜଣେ ମତ୍ସ୍ୟଜୀବୀଙ୍କର ପ୍ରାଣହାନି ଘଟିଥିବା ବେଳେ ତାଙ୍କ ପୁଅ ନିଖୋଜ ଥିବାର ଖବର ବି ମିଳିଛି।

ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେଉଛି। ଅପରାହ୍ନ ହେବା ମାତ୍ରେ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଓ ବଜ୍ରପାତ ହେଉଛି। ବର୍ଷା ଲାଗି ଜନଜୀବନ ଅସ୍ତବ୍ୟସ୍ତ ହେଲାଣି। ବଜ୍ରପାତ ଜୀବନ ବି ନେଲାଣି। କିନ୍ତୁ କଳହାଣ୍ଡି ଜିଲ୍ଲାରେ ସ୍ଥିତି ସଂପୂର୍ଣ୍ଣ ଓଲଟା। ସେଠି ବର୍ଷା ଅଭାବରୁ ମରୁଡ଼ି ଦେଖାଗଲାଣି। ଜିଲ୍ଲାର  ନର୍ଲାବ୍ଲକ୍ ଅଧିନ ରୁପ୍ରା ସମେତ ମୁସ୍କୁଟି, କର୍ମେଗାଁ, ଗିଗିନା, ଭୀମକେଲା, ଟକର୍ଲା, ଘୋଡାବନ୍ଧ, ଭାନପୁର୍ ଓ ପଲମ ପଞ୍ଚାୟତରେ ଦୀର୍ଘ ୨୦ଦିନ ହେଲା ବର୍ଷା ଗାଏବ୍ ହୋଇଥିବାରୁ ଚାଷୀମାନେ ଭୟଙ୍କର ମରୁଡ଼ିର ସମ୍ମୁଖୀନ ହେବାକୁ ଯାଉଛନ୍ତି।

କିନ୍ତୁ କଳହାଣ୍ଡି ଜିଲ୍ଲାରେ ସ୍ଥିତି ସଂପୂର୍ଣ୍ଣ ଓଲଟା। ସେଠି ବର୍ଷା ଅଭାବରୁ ମରୁଡ଼ି ଦେଖାଗଲାଣି। ଜିଲ୍ଲାର  ନର୍ଲାବ୍ଲକ୍ ଅଧିନ ରୁପ୍ରା ସମେତ ମୁସ୍କୁଟି, କର୍ମେଗାଁ, ଗିଗିନା, ଭୀମକେଲା, ଟକର୍ଲା, ଘୋଡାବନ୍ଧ, ଭାନପୁର୍ ଓ ପଲମ ପଞ୍ଚାୟତରେ ଦୀର୍ଘ ୨୦ଦିନ ହେଲା ବର୍ଷା ଗାଏବ୍ ହୋଇଥିବାରୁ ଚାଷୀମାନେ ଭୟଙ୍କର ମରୁଡିର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଏହି ସବୁ ଅଞ୍ଚଳ ଅଣଜଳସେଚିତ ହୋଇଥିବା ବେଳେ ଇନ୍ଦ୍ର ଦେବତାଙ୍କ କୃପାହେଲେ ଚାଷ ହୋଇଥାଏ, ତେବେ ଅଗଷ୍ଟ ୧୫ ତାରିଖରେ ଓ ସେପ୍ଟେମ୍ବର ୨ ତାରିଖରେ ଭଲ ବର୍ଷା ହୋଇଥିବା ବେଳେ ବର୍ତ୍ତମାନ ବିଲକୁଲ ବର୍ଷା ନାହିଁ। ପାଣିପାଗ ବିଭାଗର ସବୁ ପୂର୍ବାନୁମାନ ଫେଲ୍ ମାରିଛି ଏହିସବୁ ଅଞ୍ଚଳରେ । ଆକାଶରେ କଳାହାଣ୍ଡିଆ ମେଘ ଓ ବାଦଲ୍ ଭାସୁଥିଲେ ହେଁ ବର୍ଷା ହୋଇପାରୁ ନାହିଁ । ବର୍ଷା ପାଇଁ ରୁପ୍ରାରେ ଦେବରାଜ ଇନ୍ଦ୍ରଙ୍କ ପୂଜାମଧ୍ୟ କରାଯାଇଥିଲା। ବର୍ତ୍ତମାନ ଚାଷୀମାନେ ନିଜ ବ୍ୟବସ୍ଥାରେ ନଈନାଳ ମାନଙ୍କରୁ ପାଣିପମ୍ପ୍ ସାହାଯ୍ୟରେ ଧାନଜମିରେ ପାଣି ମଡାଉଛନ୍ତି। ସେହିପରି ପାଣି ଅଭାବରୁ ଅନେକ ଜମିରେ ସଅଳ  କିସମ ଛୋଟଧାନ ବାହାରି ନପାରି ଗଛ ମରିବାକୁ ବସିଲାଣି। ସେହିପରି ବଡଧାନ ମଧ୍ୟ ଆଉ କିଛି ଦିନ ମଧ୍ୟରେ ବାହାରିଯିବ, ଯଦି ବଡବର୍ଷା ନହୁଏ ତାହେଲେ ପରିସ୍ଥିତି ଭୟଙ୍କର ରୂପ ଧାରଣ କରିବ। ଲୋକ ଧାନଜମିରେ ଗାଈଗୋରୁ ଛାଡିଦେବେ ବୋଲି ଚାଷୀମାନେ କହୁଛନ୍ତି। ବର୍ତ୍ତମାନ ଏହିସବୁ ଅଞ୍ଚଳରେ କାଁଭାଁ ଜମିରେ ପାଣି ଥିବା ବେଳେ ବାକି ଜମିରେ ମାଟି ଫାଟି ଆଁ କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe