ଗରିବୀର ଜ୍ବଳନ୍ତ ଚିତ୍ର: ମିଳୁନି ଆବାସ ଯୋଜନାରେ ଘର

Advertisment

ମୟୂରଭଞ୍ଜ ଜିଲ୍ଲାର ଦ୍ଵିତୀୟ ବୃହତ୍ତମ ସହର ଓ ପୌରପରିଷଦ ରାଇରଂଗପୁରରେ ବର୍ଷା ଯୋଗୁଁ ୪ କୁଟୁମ୍ବ ପଲିଥିନ୍ ତଳେ ଜୀବନ ବିତାଉଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୌରପରିଷଦର ୱାର୍ଡ଼ ନଂ ୭ର ଗଢ଼ରେ।

ମୟୂରଭଞ୍ଜ ଜିଲ୍ଲାର ଦ୍ଵିତୀୟ ବୃହତ୍ତମ ସହର ଓ ପୌରପରିଷଦ ରାଇରଂଗପୁରରେ ବର୍ଷା ଯୋଗୁଁ ୪ କୁଟୁମ୍ବ ପଲିଥିନ୍ ତଳେ ଜୀବନ ବିତାଉଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୌରପରିଷଦର ୱାର୍ଡ଼ ନଂ ୭ର ଗଢ଼ରେ।

920df053-3e35-4e69-b766-266b04a8f794

Rairangpur Photograph: (sambad.in)

ରାଇରଙ୍ଗପୁର: ମୌସୁମୀ ବର୍ଷା ଲାଗି ରହିଛି। ଏଥିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଗରିବ ଶ୍ରେଣୀର ଲୋକେ ୪ ଦିନ ଧରି ଲଗାଣ ମୌସୁମୀ ବର୍ଷା ଯୋଗୁଁ କାମଧନ୍ଦା କରିନପାରିବାରୁ ରୋଜଗାରରୁ ବଞ୍ଚିତ ହୋଇଛନ୍ତି। ଦିନ ମଜୁରିଆ କରି ଯାହା ଦୁଇ ପଇସା ରୋଜଗାର କରନ୍ତି ସେଥିରେ ପରିବାର ଚଳାଇଥାନ୍ତି। କିନ୍ତୁ ଲଗାଣ ବର୍ଷା ଯୋଗୁଁ ଭୋକ ଉପାସରେ ଦିନ କାଟୁଥିବା ଦେଖିବାକୁ ମିଳୁଛି।

ଲଗାଣ ବର୍ଷାରେ ମୟୂରଭଞ୍ଜ ଜିଲ୍ଲାର ଦ୍ଵିତୀୟ ବୃହତ୍ତମ ସହର ଓ ପୌରପରିଷଦ ରାଇରଂଗପୁରରେ ବର୍ଷା ଯୋଗୁଁ ୪ କୁଟୁମ୍ବ ପଲିଥିନ୍ ତଳେ ଜୀବନ ବିତାଉଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୌରପରିଷଦର ୱାର୍ଡ଼ ନଂ ୭ର ଗଢ଼ରେ। ଏଠାରେ ହୀରାଲାଲ କଇରି (୬୫)ଙ୍କ ପରିବାର ରୁହନ୍ତି। ହୀରାଲାଲ ତାଙ୍କ ସ୍ତ୍ରୀ ଓ ଦୁଇ କୁନି ଶିଶୁଙ୍କ ସହ ରହି ଆସୁଛନ୍ତି। ସରକାରଙ୍କ ପକ୍ଷରୁ ତାଙ୍କୁ କେବଳ ରାସନକାର୍ଡ ମିଳୁଥିବା ବେଳେ ବାର୍ଦ୍ଧକ୍ୟ ଭତ୍ତା ମଧ୍ୟ ମିଳୁନାହିଁ। ଯଦି ସ୍ବାମୀ-ସ୍ତ୍ରୀ ପର ଘରେ କାମଧନ୍ଦା କରି ଦୁଇ ପଇସା ରୋଜଗାର କରନ୍ତି ତାହେଲେ ସେଥିରେ ନିଜ ପରିବାର ଚଳାଇଥାନ୍ତି। ଯଦି କାମ ଧନ୍ଦା ନ କରନ୍ତି ତାହେଲେ ପେଟରେ ଓଦା କନା ଦେଇ ଶୋଇଥାନ୍ତି।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା ଥିଲେ ମଧ୍ୟ ପ୍ରକୃତ ହିତାଧିକାରୀମାନେ ସେଥିରୁ ବଞ୍ଚିତ ହେଉଛନ୍ତି। ପ୍ରକୃତ ହିତାଧିକାରୀମାନେ ସେଥିରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଆସୁଛି।

ପୂର୍ବରୁ ତାଙ୍କର ଏକ କଚ୍ଚା ଘର ଥିଲା। ତେବେ ଦୀର୍ଘ ବର୍ଷ ହେଲେ ଉକ୍ତ ଘର ଖଣ୍ଡିକ ଭାଙ୍ଗି ଯାଇଥିବାରୁ ସେମାନେ ଖରା, ବର୍ଷା, ଶୀତ ସବୁ ବେଳେ ପଲିଥିନ୍ ତଳେ ବସବାସ କରି ଆସୁଛନ୍ତି। ୪ ଦିନ ହେଲା ଲଗାଣ ବର୍ଷା ଯୋଗୁଁ ବିପଦ ସଂକୁଳ ଅବସ୍ଥାରେ ସେହି ପଲିଥିନ୍ ଓ ଭଙ୍ଗା କାନ୍ଥ ତଳେ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି। ସେମାନେ ଘର ଖଣ୍ଡିଏ ପାଇଁ ବାରମ୍ବାର ଆବାସ ଯୋଜନା ପାଇବା ପାଇଁ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ଘର ଖଣ୍ଡିଏ ମିଳି ପାରିନାହିଁ। ସହରଠାରୁ ମାତ୍ର ଅଧ କିଲୋମିଟର ଦୂରରେ ରହୁଥିବା ନେଇ ଜନ ପ୍ରତିନିଧିମାନେ ଜାଣି ମଧ୍ୟ ଅଜଣା ଭଳି ରହିଛନ୍ତି। ଏଣୁ ଯଥାଶୀଘ୍ର ତାଙ୍କୁ ଆବାସ ଯୋଜନା ଯୋଗାଇ ଦିଆଯାଉ ବୋଲି ଦାବି ହେଉଛି।

Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe