ଆଜି ସକାଳେ ବି ଜାରି ରହିଛି ମଧ୍ୟମ ଧରଣର ବର୍ଷା, ଲୋକେ ହନ୍ତସନ୍ତ

ଗତକାଲି ସକାଳ ପ୍ରାୟ ୯ଟାରୁ ଅବିରତ ଚାଲିଛି ବର୍ଷା ଟୁଇନ୍ ସିଟି କଟକ ଓ ଭୁବନେଶ୍ବରରେ। ଆଜି ସକାଳେ ବି ମଧ୍ୟମ ଧରଣର ବର୍ଷା ଚାଲିଛି। କେବଳ ଟୁଇନ୍ ସିଟି ନୁହେଁ, ରାଜ୍ୟର ୧୯ଟି ଜିଲ୍ଲାରେ ଅବସ୍ଥା ସମାନ। ଶନିବାର ସକାଳେ ବର୍ଷ ହେଉଥିବାରୁ ବସ୍ ସମେତ ଅନ୍ୟ ଯାନବାହନ ଚଳାଚଳ କମ୍ ରହିଛି।

bnji

ଭୁବନେଶ୍ବର: ଗତକାଲି ସକାଳ ପ୍ରାୟ ୯ଟାରୁ ଅବିରତ ଚାଲିଛି ବର୍ଷା ଟୁଇନ୍ ସିଟି କଟକ ଓ ଭୁବନେଶ୍ବରରେ। ଆଜି ସକାଳେ ବି ମଧ୍ୟମ ଧରଣର ବର୍ଷା ଚାଲିଛି। କେବଳ ଟୁଇନ୍ ସିଟି ନୁହେଁ, ରାଜ୍ୟର ୧୯ଟି ଜିଲ୍ଲାରେ ଅବସ୍ଥା ସମାନ। ଶନିବାର ସକାଳେ ବର୍ଷ ହେଉଥିବାରୁ ବସ୍ ସମେତ ଅନ୍ୟ ଯାନବାହନ ଚଳାଚଳ କମ୍ ରହିଛି। ଠିକ୍ ସେହିପରି କମ୍ ଦୋକାନବଜାର ବି ଖୋଲିଛି। ତେଣେ ଧାନ ଫସଲକୁ ନେଇ ଚିନ୍ତାରେ ଚାଷୀ। ମୋଟାମୋଟି ଭାବେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତଥ୍ୟ ଅନୁଯାୟୀ ଆଜି ଗତକାଲି ତୁଳନାରେ କମ୍ ବର୍ଷା ହେବ ଏବଂ ରବିବାର ପାଗରେ ପରିବର୍ତ୍ତନ ଆସିବ।

କେବଳ ଟୁଇନ୍ ସିଟି ନୁହେଁ, ରାଜ୍ୟର ୧୯ଟି ଜିଲ୍ଲାରେ ଅବସ୍ଥା ସମାନ। ଶନିବାର ସକାଳେ ବର୍ଷ ହେଉଥିବାରୁ ବସ୍ ସମେତ ଅନ୍ୟ ଯାନବାହନ ଚଳାଚଳ କମ୍ ରହିଛି। ଠିକ୍ ସେହିପରି କମ୍ ଦୋକାନବଜାର ବି ଖୋଲିଛି। ତେଣେ ଧାନ ଫସଲକୁ ନେଇ ଚିନ୍ତାରେ ଚାଷୀ। ମୋଟାମୋଟି ଭାବେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତଥ୍ୟ ଅନୁଯାୟୀ ଆଜି ଗତକାଲି ତୁଳନାରେ କମ୍ ବର୍ଷା ହେବ ଏବଂ ରବିବାର ପାଗରେ ପରିବର୍ତ୍ତନ ଆସିବ।

ସୂଚନାଯୋଗ୍ୟ, ଗତକାଲି ଦିନ ସାରା ଢାଙ୍କି ରହିଥିଲା ବାଦଲ। ବାଲେଶ୍ବରରୁ ଭୁବନେଶ୍ବର; କଟକରୁ ଅନୁଗୁଳ, ସବୁଠି ଥିଲା କୋହଲା ପାଗ। ସମ୍ପୂର୍ଣ୍ଣ ପରିବେଶ ଧୂଆଁମୟ ଦିଶୁଥିଲା। ତାଭିତରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗିରହିଛି। ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ପାଗ ଜାରି ରହିଥିଲା। ଦିନ ରାତି ତାପମାତ୍ରା ମଧ୍ୟରେ ସେତେଟା ଫରକ ଦେଖିବାକୁ ମିଳି ନଥିଲା। ଦିନ ସମୟରେ ସବୁ ସ୍ଥାନର ସର୍ବୋଚ୍ଚ ତାପମାତ୍ରା ୪ରୁ ଡିଗ୍ରି ପର୍ଯ୍ୟନ୍ତ ଖସି ଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe