ବର୍ଷା ବିତ୍ପାତ: ଲଗାଣ ବର୍ଷାରେ ବେହାଲ୍ ଅନେକ ଗାଁ

ଗତ କିଛି ଦିନ ଧରି ଲଗାଣ ବର୍ଷା ହେବା ଫଳରେ ବ୍ଲକର ଅନେକ ଗାଁ ପାଣି ଘେରରେ ରହିବା ସହ ଲୋକଙ୍କ ଘରେ ପାଣି ପଶି ଯାଇଛି। ବ୍ଲକର ବିଭିନ୍ନ ଅଞ୍ଚଳରେ ଯୋଗା ଯୋଗ ବିଛିହ୍ନ ହୋଇଯାଇଛି।

Bansapani

ବାଂଶପାଳ: ଗତ କିଛି ଦିନ ଧରି ଲଗାଣ ବର୍ଷା ହେବା ଫଳରେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ଅନେକ ଗାଁ ପାଣି ଘେରରେ ରହିବା ସହ ଲୋକଙ୍କ ଘରେ ପାଣି ପଶି ଯାଇଛି। ବ୍ଲକର ବିଭିନ୍ନ ଅଞ୍ଚଳରେ ଯୋଗା ଯୋଗ ବିଛିହ୍ନ ହୋଇଯାଇଛି। ବ୍ରାହ୍ମଣୀ ନାଳ ପୋଲ ଉପରେ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେବା ଫଳରେ ଦୁଧପଶି ଠାରୁ ଇଟା ପୋଖରୀ ଫୁଲଝର, ଛେଳିଆ ବେଡ଼ା ଆଦି ଗାଁକୁ ଯୋଗାଯୋଗ ବିଛିହ୍ନ ହୋଇଯାଇଛି।

ସେହିପରି ବୈତରଣୀ ନଦୀର ଜଳ ସ୍ତର ବୃଦ୍ଧି ପାଇବା ଯୋଗୁଁ ଫୁଲଝର ପଞ୍ଚାୟତର କେନ୍ଦୁଘଟି ଓ କାଦକଳା ପଞ୍ଚାୟତର ହଲଡ଼ିହିକୁ ଯୋଗାଯୋଗ ବିଛିହ୍ନ ହେବା ସହ ଗ୍ରାମବାସୀ ପାଣି ଘେରରେ ଅଛନ୍ତି। ରୁଗୁଡି ସାହି, ଦୁଧପଶି ସମେତ ଅନେକ ଗାଁରେ ଘରେ ପାଣି ପଶିଯିବାରୁ ଲୋକଙ୍କ ଚୁଲି ଜଳୁ ନାହିଁ। 

ତେବେ ଲଗାଣ ବର୍ଷା ହେବା ଯୋଗୁଁ ଲୋକେ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବା ସହ ଅସହାୟ ପରିବାର ପାଖ ରେ ପହଞ୍ଚି ସାହାଯ୍ୟ ଯୋଗାଇ ଦେବାକୁ ଅଂଚଳବାସୀ ଦାବି କରିଛନ୍ତି।

Rain in Odisha | Keonjhar

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe