Rain in Mayurbhanj district Photograph: (Rain in Mayurbhanj district)
ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ବିଭିନ୍ନ ନଦୀ, ପୋଖରୀରେ ଜଳମୟ ଦେଖିବାକୁ ମିଳିବା ସଂଗେ ସଂଗେ ପ୍ରବଳ ଗରମରୁ ଜନଜୀବନକୁ ଆଶ୍ବସ୍ତି ମିଳିଛି। ଉକ୍ତ ଲଘୁଚାପ ଜନିତ ବର୍ଷା ଫଳରେ ଗତ ମଙ୍ଗଳବାରଠାରୁ ବାସ୍ତରୀ ଘଣ୍ଟା ଧରି ଲଗାତାର ବାମନଘାଟି ଉପଖଣ୍ଡରେ ବର୍ଷା ଜାରି ରହିଛି।
ବିଶେଷ ଭାବେ ଜିଲ୍ଲାରେ ଥିବା ଶିମିଳିପାଳ ଜାତୀୟ ଉଦ୍ୟାନ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ଶିମିଳିପାଳ ଠାରେ ପ୍ରବଳ ବର୍ଷା ଯୋଗୁଁ ପାଦ ଦେଶରେ ଥିବା ଦୁଇ ନଦୀ ବନ୍ଧ ଯଥା ଖଡ଼ଖାଇ ଓ ବାଙ୍କବାଳରେ ନିର୍ଧାରିତଠାରୁ ଅଧିକ ଜଳ ଉପର ମୁଣ୍ଡରେ ପ୍ରବେଶ କରି ଥିବାର ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।
ଆଜି ଅପରାହ୍ନ ସମୟରେ ଡାକ ବାଜି ଯନ୍ତ୍ର ସାହାଯ୍ୟରେ ବନ୍ଧ ତଳିଆ ଅଞ୍ଚଳକୁ ନଦୀବନ୍ଧ ଜଳ ନିଷ୍କାସନ ପାଇଁ ସତର୍କ କରାଇ ଥିଲେ। ପରେ ଦୁଇଟି ନଦୀ ବନ୍ଧର ଦୁଇଟି ଲେଖାଏଁ ଜଳ ନିଷ୍କାସନ ଗେଟ ଖୋଲା ଯାଇଥିଲା। ତେଣୁ ଉକ୍ତ ନିଷ୍କାସିତ ବନ୍ୟା ଜଳ ଖଡ଼ଖାଇ ନଦୀର କୁଳ ଯାଏ ଲଙ୍ଘି ଥିବାର ଦେଖା ଯାଇଥିଲା।
Malkangiri | Flood in Odisha
Follow Us