ନିଆରା ମନ୍ଦିର: ଦେବୀଙ୍କୁ ଜୋତା-ଚପଲ ଦାନ କଲେ ପୂର୍ଣ୍ଣ ହୁଏ ମନସ୍କାମନା

Advertisment

ଛତିଶଗଡ଼ ଏବଂ ମଧ୍ୟପ୍ରଦେଶକୁ ଲାଗି ରହିଥିବା ଏକ ପାହାଡ଼ ଉପରେ ଏହି ଦେବୀଙ୍କ ମନ୍ଦିର ରହିଛି। ଏହି ମନ୍ଦିରକୁ ‘ଜିଜିବାଈ’ଙ୍କ ମନ୍ଦିର ବୋଲି କୁହାଯାଉଛି। ଏଥିସହ ମା’ଙ୍କୁ ‘ଚପଲବାଲି ମାତା’ ମଧ୍ୟ କୁହାଯାଏ। ୧୯୯୯ ମସିହାରେ ଏହି ମନ୍ଦିରକୁ ସ୍ଥାପନା କରାଯାଇଥିଲା।

ଛତିଶଗଡ଼ ଏବଂ ମଧ୍ୟପ୍ରଦେଶକୁ ଲାଗି ରହିଥିବା ଏକ ପାହାଡ଼ ଉପରେ ଏହି ଦେବୀଙ୍କ ମନ୍ଦିର ରହିଛି। ଏହି ମନ୍ଦିରକୁ ‘ଜିଜିବାଈ’ଙ୍କ ମନ୍ଦିର ବୋଲି କୁହାଯାଉଛି। ଏଥିସହ ମା’ଙ୍କୁ ‘ଚପଲବାଲି ମାତା’ ମଧ୍ୟ କୁହାଯାଏ। ୧୯୯୯ ମସିହାରେ ଏହି ମନ୍ଦିରକୁ ସ୍ଥାପନା କରାଯାଇଥିଲା।

Mkg jiji bai mata

ମାଲକାନଗିରି: ଏବେ ମା‘ଦୁର୍ଗାଙ୍କ ପୂଜା ସାରା ଦେଶରେ ଧୁମଧାମରେ ପୂଜା କରାଯାଉଛି। ସେହିପରି ବିଭିନ୍ନ ଦେବୀଙ୍କ ପୀଠରେ ମଧ୍ୟ ଏହି ଦଶହରା ପୂଜା ରୀତିନୀତି ଅନୁଯାୟୀ ପାଳନ କରାଯାଉଛି। ଏଭଳି ଏକ ଦେବୀ ମା’ଙ୍କ କଥା ଆମେ କହିବୁ ଯାହାଙ୍କ ନିକଟରେ ଜୋତା ଚପଲ ପ୍ରଦାନ କଲେ ଦେବୀ ପ୍ରସନ୍ନ ହୋଇ ମନସ୍କାମନା ପୂର୍ଣ୍ଣ କରନ୍ତି।

ଛତିଶଗଡ଼ ଏବଂ ମଧ୍ୟପ୍ରଦେଶକୁ ଲାଗି ରହିଥିବା ଏକ ପାହାଡ଼ ଉପରେ ଏହି ଦେବୀଙ୍କ ମନ୍ଦିର ରହିଛି। ଏହି ମନ୍ଦିରକୁ ‘ଜିଜିବାଈ’ଙ୍କ ମନ୍ଦିର ବୋଲି କୁହାଯାଉଛି। ଏଥିସହ ମା’ଙ୍କୁ ‘ଚପଲବାଲି ମାତା’ ମଧ୍ୟ କୁହାଯାଏ। ୧୯୯୯ ମସିହାରେ ଏହି ମନ୍ଦିରକୁ ସ୍ଥାପନା କରାଯାଇଥିଲା। ଏହି ମନ୍ଦିରର ପୂଜାରୀଙ୍କ କହିବା ଅନୁଯାୟୀ ଏହି ମନ୍ଦିର ସ୍ଥାପନା ପୂର୍ବରୁ ଏହି ପାହାଡରେ ଶିବ ଓ ପାର୍ବତୀଙ୍କ ବିବାହ କାର୍ଯ୍ୟକ୍ରମ ଚାଲୁଥିଲା।ପାର୍ବତୀଙ୍କୁ ନିଜର ଝିଅ ଭାବି ନିଜ ହାତରେ କନ୍ୟାଦାନ କରିଥିଲେ। ପାର୍ବତୀଙ୍କୁ ନିଜର ଝିଅ ମାନି ପୂଜା କରିଆସୁଛନ୍ତି। ମା’ଙ୍କୁ ତାଂକର ଭଉଣୀ ରୂପେ ପୂଜା କରାଯାଉଛି। ତେଣୁ ମା’ଙ୍କୁ ଜିଜିବାଈ କହୁଛନ୍ତି।

ଦେବୀ ମା’ଙ୍କୁ ପ୍ରତିଦିନ ଶ୍ରୀଙ୍ଗାର କରାଯାଏ। ଏଥିସହ ତିନି ଥର ତାଂକର ପୋଷାକ ପରିବର୍ତ୍ତନ କରାଯାଏ। ନିୟମିତ ରୂପରେ ତାଂକୁ ସଜାଯାଉଛି। ଏହି ଅଂଚଳର ଲୋକ କଥା ରହିଛି ଯେ ମା’ଙ୍କୁ ପ୍ରସନ୍ନ କରିବାକୁ ହେଲେ ତାଂକ ନିକଟରେ ଜୋତା ପ୍ରଦାନ କରିବାକୁ ପଡ଼ିବ।ଜୋତା-ଚପଲ ପ୍ରଦାନ କରିବା ପରେ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ କରୁଛନ୍ତି ଦେବୀ ମା’ ବୋଲି ଲୋକେ ବିଶ୍ବାସ କରନ୍ତି।

ଏହି ପରଂପରା ଦୀର୍ଘ ଦିନ ହେଲା ଚାଲିଆସୁଥିବା ବେଳେ ଦୀବଙ୍କ ଦର୍ଶନ କରିବାକୁ କେବଳ ଛତିଶଗଡ଼ ଓ ମଧ୍ୟପ୍ରଦେଶର ନୁହେଁ ବରଂ ଦେଶର ଅନ୍ୟ ଅଂଚଳରୁ ମଧ୍ୟ ଆସୁଥିବା କୁହାଯାଇଛି। ଏହି ମନ୍ଦିରର ଆଜି ପର୍ଯ୍ୟନ୍ତ କୌଣସି ଟ୍ରଷ୍ଟ କିମ୍ବା ସରକାରଙ୍କ ହାତକୁ ଯାଇ ନାହିଁ। ଭକ୍ତ ଯାହା ଦିଅନ୍ତି ସେଥିରେ ଦେବୀ ମା‘ଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe