ରାଇରଙ୍ଗପୁର ବସ୍‌ଷ୍ଟାଣ୍ଡ: ଯାତ୍ରୀନିବାସରେ ବୁଲୁନି ଅଧିକ ପଙ୍ଖା, ଯାତ୍ରୀ ହନ୍ତସନ୍ତ

Advertisment

ବସ୍‌ଷ୍ଟାଣ୍ଡକୁ ଦୈନିକ ଶତାଧିକ ଛୋଟବଡ ବସ୍ ଜିଲ୍ଲାର ବିଭିନ୍ନ ସ୍ଥାନ ସମେତ ରାଜ୍ୟର କଟକ, ଭୁବନେଶ୍ୱର, ପୁରୀ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ସମେତ ପଡ଼ୋଶୀ ରାଜ୍ୟର ଟାଟାନଗର, କୋଲକତା ପ୍ରଭୃତି ସ୍ଥାନକୁ ଯାତାୟତ କରୁଛି।

Updated On

ବସ୍‌ଷ୍ଟାଣ୍ଡକୁ ଦୈନିକ ଶତାଧିକ ଛୋଟବଡ ବସ୍ ଜିଲ୍ଲାର ବିଭିନ୍ନ ସ୍ଥାନ ସମେତ ରାଜ୍ୟର କଟକ, ଭୁବନେଶ୍ୱର, ପୁରୀ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ସମେତ ପଡ଼ୋଶୀ ରାଜ୍ୟର ଟାଟାନଗର, କୋଲକତା ପ୍ରଭୃତି ସ୍ଥାନକୁ ଯାତାୟତ କରୁଛି।

ଅଦ୍ୟତନ ହୋଇଛି
Rairangpur bus stand

Rairangpur bus stand Photograph: (sambad.in)

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ମୟୂରଭଂଜ ଜିଲ୍ଲାର ଦ୍ଵିତୀୟ ବୃହତ୍ତମ ସହର ରାଇରଙ୍ଗପୁର। କିନ୍ତୁ ରାଇରଙ୍ଗପୁର ବସ୍‌ଷ୍ଟାଣ୍ଡର ଯାତ୍ରୀ ନିବାସ ଅବ୍ୟବସ୍ଥା ଘେରରେ। ଯାତ୍ରୀମାନଙ୍କ ପାଇଁ ଅତି ଜରୁରୀକାଳୀନ ସେବା କଥା ନ କହିଲେ ଭଲ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱଚ୍ଛ ଭାରତ ଅଭିଯାନର ଡିଣ୍ଡିମ ପିଟୁଥିବା ବେଳେ ଦୂଷିତ ହୋଇ ପଡୁଛି  ବସ୍‌ଷ୍ଟାଣ୍ଡ ପରିସର।

ଏହି ବସ୍‌ଷ୍ଟାଣ୍ଡକୁ ଦୈନିକ ଶତାଧିକ ଛୋଟବଡ ବସ୍ ଜିଲ୍ଲାର ବିଭିନ୍ନ ସ୍ଥାନ ସମେତ ରାଜ୍ୟର କଟକ, ଭୁବନେଶ୍ୱର, ପୁରୀ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ଯାଜପୁର, ଅନୁଗୁଳ, ନାଲକୋ, ଦେବଗଡ଼ ସମେତ ପଡ଼ୋଶୀ ରାଜ୍ୟର ଟାଟାନଗର, କୋଲକତା ପ୍ରଭୃତି ସ୍ଥାନକୁ ଯାତାୟତ କରୁଥିଲେ ମଧ୍ୟ ପୌରପାଳିକା ଏଥିପ୍ରତି ବୈମାତୃକ ମନୋଭାବ ପୋଷଣ କରିଆସୁଥିବାର ଅଭିଯୋଗ ହୋଇଆସୁଛି।

ତେବେ ଏହି ବସ୍ ଷ୍ଟାଣ୍ଡରୁ ଅଧିକ ରାଜସ୍ୱ ମିଳୁଥିଲେ ମଧ୍ୟ ଯାତ୍ରୀମାନଙ୍କ ନିମନ୍ତେ ଥିବା ପ୍ରାୟ ୮ଟି ପଙ୍ଖାରୁ ୫ଟି ବୁଲୁନଥିବାରୁ ବର୍ତ୍ତମାନର ଗ୍ରୀଷ୍ମରେ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ବସଷ୍ଟାଣ୍ଡ ଯାତ୍ରୀମାନଙ୍କ ନିମନ୍ତେ ଥିବା ମୌଳିକ ସୁବିଧା ତଥା ପାନୀୟ ଜଳ, ଶୌଚାଳୟ, ଫ୍ୟାନ୍ ପ୍ରଭୃତି ଥିଲେ ମଧ୍ୟ ସେସବୁ ସୁବିଧାରୁ ବି ଯାତ୍ରୀମାନେ ବିଭିନ୍ନ ସମୟରେ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। ଏହାବ୍ୟତୀତ ଏଣେ ତେଣେ ମଳତ୍ୟାଗ,ବାନ୍ତି ଓ ମଦ୍ୟପାନ କରି ଗ୍ଲାସ୍, ବୋତଲ ପ୍ରଭୃତି ଏଣେତେଣେ ପକାଉଥିବାରୁ ବସ୍ ଷ୍ଟାଣ୍ଡ ପରିସର ଦୂଷିତ ହୋଇପଡଡୁଛି। ବିଶେଷ କରି ମହିଳା ଯାତ୍ରୀମାନେ ଅଧିକ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି।

ତେବେ ଦୁଇବର୍ଷ ପୂର୍ବେ କୋଟିକୋଟି ଟଙ୍କା ବିନିମୟରେ ନୂତନ କରି ନିର୍ମାଣ ହୋଇଥିବା ଯାତ୍ରୀ ନିବାସରେ ୮ଟି ପଙ୍ଖାରୁ ୫ଟି ବୁଲୁନନଥିବା (ଅଚଳ) ଯୋଗୁଁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ଏହା ବ୍ୟତିତ ବସ୍‌ଷ୍ଟାଣ୍ଡରେ ରାତ୍ରୀ ସମୟରେ ଲାଇଟ ମଧ୍ୟ ଭଲ ଭାବେ ଜଳୁନଥିବାରୁ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳି ପାଲଟିଛି। ଏପରିକି ଅସାମାଜିକ ବ୍ୟକ୍ତିମାନେ ସେଠାରେ ନିର୍ଭୟରେ ମଦ୍ୟପାନ ଓ ଜୁଆ ଖେଳୁଥିବା ନେଇ ଚର୍ଚ୍ଚା ହେଉଛି ଏବଂ ଚୋରି ଡକାୟତି ମଧ୍ୟ ବୃଦ୍ଧି ପାଉଛି। ଏଣୁ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଜନ ସାଧାରଣରେ ଦାବି ହେଉଛି।

Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe