ରାଇରଙ୍ଗପୁର ରେଳଷ୍ଟେସନ ପ୍ଲାଟଫର୍ମରେ ବୁଲୁନି ଗୋଟିଏ ବି ପଙ୍ଖା

Advertisment

ରାଇରଙ୍ଗପୁର ରେଳଷ୍ଟେସନରେ ଯାତ୍ରୀମାନଙ୍କ ପାଇଁ ଅତି ଜରୁରୀ ଥିବା ଶୌଚାଳୟ କଥା ନ କହିଲେ ଭଲ। କେନ୍ଦ୍ର ସରକାର ସ୍ୱଚ୍ଛ ଭାରତ ଅଭିଯାନର ଡିଣ୍ଡିମ ପିଟୁଥିବା ବେଳେ ରାଇରଙ୍ଗପୁର ରେଳ ଷ୍ଟେସନଠାରେ ଥିବା ଶୌଚାଳୟ କୌଣସି ଯାତ୍ରୀଙ୍କ କାମରେ ଆସୁନଥିବା ଦେଖିବାକୁ ମିଳୁଛି।

ରାଇରଙ୍ଗପୁର ରେଳଷ୍ଟେସନରେ ଯାତ୍ରୀମାନଙ୍କ ପାଇଁ ଅତି ଜରୁରୀ ଥିବା ଶୌଚାଳୟ କଥା ନ କହିଲେ ଭଲ। କେନ୍ଦ୍ର ସରକାର ସ୍ୱଚ୍ଛ ଭାରତ ଅଭିଯାନର ଡିଣ୍ଡିମ ପିଟୁଥିବା ବେଳେ ରାଇରଙ୍ଗପୁର ରେଳ ଷ୍ଟେସନଠାରେ ଥିବା ଶୌଚାଳୟ କୌଣସି ଯାତ୍ରୀଙ୍କ କାମରେ ଆସୁନଥିବା ଦେଖିବାକୁ ମିଳୁଛି।

ରାଇରଙ୍ଗପୁର(ତୁଷାର କାନ୍ତ ମହାନ୍ତ): ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ରେଳଷ୍ଟେସନ ଅବ୍ୟବସ୍ଥା ଘେରରେ। ଯାତ୍ରୀମାନଙ୍କ ପାଇଁ ଅତି ଜରୁରୀ ଥିବା ଶୌଚାଳୟ କଥା ନ କହିଲେ ଭଲ। କେନ୍ଦ୍ର ସରକାର ସ୍ୱଚ୍ଛ ଭାରତ ଅଭିଯାନର ଡିଣ୍ଡିମ ପିଟୁଥିବା ବେଳେ ରାଇରଙ୍ଗପୁର ରେଳ ଷ୍ଟେସନଠାରେ ଥିବା ଶୌଚାଳୟ କୌଣସି ଯାତ୍ରୀଙ୍କ କାମରେ ଆସୁନଥିବା ଦେଖିବାକୁ ମିଳୁଛି। ଅମୃତ ଭାରତ ଯୋଜନାରେ ସାମିଲ ହେବା ପରେ ବି ଅବ୍ୟବସ୍ଥା। ରେଳଷ୍ଟେସନର ପ୍ଲାଟଫର୍ମରେ ୩୦ରୁ ଅଧିକ ପଙ୍ଖା ବୁଲୁନଥିବାରୁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି।

ରାଇରଂଗପୁର ରେଳଷ୍ଟେସନ ଦେଇ ଦୈନିକ ୩ଟି ଟ୍ରେନ୍‌ ଟାଟାନଗରରୁ ବାଦାମପାହାଡ, ବାଦାମପାହାଡରୁ ରାଉରକେଲା ସହିତ ଦୁଇଟି ସାପ୍ତାହିକ ଟ୍ରେନ ଗୋଟିଏ ରାଉରକେଲା ଏବଂ ଅନ୍ୟ ଗୋଟିଏ କୋଲକାତାକୁ ଯାତାୟତ କରିଥାଏ। ଏହି ଅଂଚଳରେ ଥିବା ଲୁହାଖଣିରୁ ଲୁହାପଥର ନେବା ପାଇଁ ୱାଗନ ମଧ୍ୟ ଆସିଥାଏ, ଯାହାଫଳରେ ଏହି ରେଳପଥ ଚକ୍ରଧରପୁର ଡିଭିଜନକୁ ବାର୍ଷିକ ପ୍ରାୟ ଶହଶହ କୋଟି ଟଙ୍କା ରାଜସ୍ୱ ପ୍ରଦାନ କରୁଥିବା ବେଳେ ଦକ୍ଷିଣ-ପୂର୍ବ ରେଳବାଇର ଉଚ୍ଚ କର୍ତୁପକ୍ଷ ଏହା ପ୍ରତି ବୈମାତୃକ ମନୋଭାବ ପୋଷଣ କରିଆସୁଥିବାର ବହୁବର୍ଷରୁ ଅଭିଯୋଗ ହୋଇଆସୁଛି।

publive-image
ତେବେ ସବୁଠାରୁ ଅଧିକ ରାଜସ୍ୱ ପ୍ରଦାନ କରୁଥିବା ବେଳେ ରାଇରଙ୍ଗପୁର ଷ୍ଟେସନରେ ଯାତ୍ରୀମାନଙ୍କ ପାଇଁ ଯାତ୍ରୀମାନଙ୍କ ନିମନ୍ତେ ଥିବା ପ୍ରାୟ ୩୦ ରୁ ଅଧିକ ପଙ୍ଖା ବୁଲୁନଥିବାରୁ ବର୍ତ୍ତମାନର ୪୦ ଡିଗ୍ରି ଗ୍ରୀଷ୍ମରେ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ସମସ୍ତ ଷ୍ଟେସନ୍‌ରେ ଯାତ୍ରୀମାନଙ୍କ ନିମନ୍ତେ ମୌଳିକ ସୁବିଧା ପାନୀୟ ଜଳ, ଶୌଚାଳୟ ଫ୍ୟାନ୍ ପ୍ରଭୃତି ସୁବିଧାରୁ ଯାତ୍ରୀ ବଞ୍ଚିତ ହେଉଛନ୍ତି। ଏହା ବ୍ୟତୀତ ରେଳ ବିଭାଗ ଓ ଏମ ସିଏଲ୍ ପକ୍ଷରୁ ମଧ୍ୟ ଏକ ଶୌଚାଳୟ ନିର୍ମାଣ ହୋଇଛି ସେଥିରେ ମଧ୍ୟ ତାଲା ପଡିଥିବା ଦେଖିବାକୁ ମିଳୁଛି। ଏଣୁ ଯାତ୍ରୀମାନେ ଷ୍ଟେସନ ପାର୍ଶ୍ବରେ ଏଣେତେଣେ ମଳତ୍ୟାଗ କରୁଛନ୍ତି। ଫଳରେ ଷ୍ଟେସନ ଅଂଚଳ ଦୂଷିତ ହୋଇପଡିଛି।
ସ୍ୱଚ୍ଛଭାରତ ମିସନ ଅଭିଯାନ ମଧ୍ୟ ଫେଲ ମାରିଛି। ବିଶେଷ କରି ମହିଳା ଯାତ୍ରୀମାନେ ଅଧିକ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି। ତେବେ ନୂତନ କରି ନିର୍ମାଣ ହୋଇଥିବା ଶୌଚାଳୟରେ କାହିିଁକି ତାଲା ପଡିଛି? ସେସମ୍ବନ୍ଧରେ ଷ୍ଟେସନ ମାଷ୍ଟରଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା। ତେବେ ଯଥାଶୀଘ୍ର ଷ୍ଟେସନର ଶୌଚାଳୟକୁ ଯାତ୍ରୀମାନଙ୍କୁ ବ୍ୟବହାର କରିବାକୁ ଦିଆଯାଉ ବୋଲି ଯାତ୍ରୀମାନେ ଦାବି କରିଛନ୍ତି। ରେଳ ଷ୍ଟେସନରେ ପଙ୍ଖା ଚାଲୁନଥି ଯୋଗୁଁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ଏହା ବ୍ୟତିତ ଉକ୍ତ ଷ୍ଟେସନରେ ରାତ୍ରୀ ସମୟରେ ଲାଇଟ ଜଳୁନଥିବାରୁ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳି ପାଲଟିଛି। ନିର୍ଭୟରେ ଉକ୍ତ ଷ୍ଟେସନରେ ମଦ ପିଉଥିବା ଓ ଜୁଆ ଖେଳୁଥିବା ନେଇ ଚର୍ଚ୍ଚା ହେଉଛି।
Mayurbhanj
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe