‘ରଜ’ରେ ଦେବଗଡ଼ରେ ଅନନ୍ୟ ପରମ୍ପରା

Advertisment

ପହିଲି ରଜ ଅବସରରେ ଦେବଗଡ ଜିଲ୍ଲାର ତିଳେଇବଣି ବ୍ଲକର ମାଝିପାଲି ଆମ୍ୱତୋଟାରେ ୪ଟି ପଂଚାୟତବାସୀ ଏକାଠି ହୋଇ ସାମୂହିକ ଦୋଳିଖେଳିବା ସହିତ ସତସତିକା ବାହାଘର ପରି କଣ୍ଢେଇ ବାହାଘର ଅନୁଷ୍ଠିତ ହୋଇଥିଲା।

ପହିଲି ରଜ ଅବସରରେ ଦେବଗଡ ଜିଲ୍ଲାର ତିଳେଇବଣି ବ୍ଲକର ମାଝିପାଲି ଆମ୍ୱତୋଟାରେ ୪ଟି ପଂଚାୟତବାସୀ ଏକାଠି ହୋଇ ସାମୂହିକ ଦୋଳିଖେଳିବା ସହିତ ସତସତିକା ବାହାଘର ପରି କଣ୍ଢେଇ ବାହାଘର ଅନୁଷ୍ଠିତ ହୋଇଥିଲା।

ଦେବଗଡ଼: ଗଣପର୍ବ ‘ରଜ’ରେ ଦେବଗଡ ଜିଲ୍ଲାରେ ଅନନ୍ୟ ପରମ୍ପରା ଦେଖିବାକୁ ମିଳିଥାଏ। କେଉଁଠି ‘ରଜ ଦୋଳି’ ଖେଳ ଆଉ କେଉଁଠି କଣ୍ଢେଇ ବାହାଘର। ତିଳେଇବଣି ବ୍ଲକର ମାଝିପାଲି ଆମ୍ୱତୋଟାରେ ୪ଟି ପଂଚାୟତବାସୀ ଏକାଠି ହୋଇ ସାମୂହିକ ଦୋଳିଖେଳିବା ସହିତ ସତସତିକା ବାହାଘର ପରି କଣ୍ଢେଇ ବାହାଘର ଅନୁଷ୍ଠିତ ହୋଇଥିଲା। ସେହିପରି ବାରକୋଟ ବ୍ଲକର ଟୁସୁଳା ଓ ଠିଆନାଳ ଗ୍ରାମରେ ମଧ୍ୟ କଣ୍ଢେଇ ବାହାଘର ଅନୁଷ୍ଠିତ ହୋଇଥିଲା।

ତିଲେଇବଣି ବ୍ଲକର ମାଝିପାଲି ଗ୍ରାମର ଆମ୍ୱତୋଟାରେ ଶନିବାର ଜୟ ଦୁର୍ଗା ମହିଳା ସମିତି ଓ ଜୟ ଜଙ୍ଘାଲିଙ୍ଗା ଯୁବକ ସଂଘ ପକ୍ଷରୁ କଣ୍ଢେଇ ବାହାଘର ଓ ସାମୂହିକ ଦୋଳି ଖେଳଅନୁଷ୍ଠିତ ହୋଇଥିଲା। ଏଥିନିମନ୍ତେ ଆମ୍ୱତୋଟାରେ ଦୋଳି ନିର୍ମାଣ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳ, ତିଲେଇବଣି ବ୍ଲକ ପଂଚାୟତ ସମିତି ଅଧ୍ୟକ୍ଷା ବୃନ୍ଦାବତୀ ଭୋଇ, ଉପାଧ୍ୟକ୍ଷା ଆରତୀ ପ୍ରଧାନ, ସାଂସଦଙ୍କ ତିଲେଇବଣି ବ୍ଲକ ପ୍ରତିନିଧି ଯୋଗେଶ ଚନ୍ଦ୍ର ପ୍ରଧାନ, ସମିତି ସଭ୍ୟା କୁମୁଦିନୀ ପାତ୍ର ଅତିଥି ଭାବେ ଯୋଗ ‌ଦେଇଥିଲେ। ଏଥିରେ ଢୋଲପଡା, କଂସର, ଦୁଧିଆନାଳୀ, କେନ୍ଦଇଜୁରୀ ପଂଚାୟତର ଗ୍ରାମବାସୀ ଏକତ୍ରିତ ହୋଇ ରଜ ଉତ୍ସବ ପାଳନ କରିଥିଲେ।

ଏହାପରେ ଆରମ୍ଭ ହୁଏ କଣ୍ଢେଇ ବାହାଘର ପରମ୍ଫରା। ଅରୁଣ ପାତ୍ର କନ୍ୟାପିତା ଓ ଚୈତନ୍ୟ ନାୟକ ବରପିତା ଭାବେ ଦାୟିତ୍ବ ତୁଲାଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ କମିଟିର ସଭାପତି ସୁବାଶିଷ ନାୟକ, ସଂପାଦକ ମନୋଜ ନାୟକଙ୍କ ସମେତ କମିଟିର ସଦସ୍ୟମାନେ ସହଯୋଗ କରିଥି‌ଲେ।

publive-image

ଗ୍ରାମବାସୀ ଶୋଭାଯାତ୍ରାରେ ବାହାରି ବାଣଫୁଟାଇ କନ୍ୟାପିତାଙ୍କ ଘରକୁ ଯାଇ ସେଠାରୁ କନ୍ୟା କୁଧରି ଶୋଭାଯାତ୍ରାରେ ପୁଣି ଆମ୍ବତୋଟାକୁ ଫେରିବା ପରେ ବୈଦିକ ରୀତିରେ ସତସତିକା ବାହାଘର ପରି ବେଦ ମନ୍ତ୍ର ଧ୍ୱନୀରେ କଣ୍ଢେଇ ବାହାଘର ଅନୁଷ୍ଠିତ ହୋଇଥାଏ। ଏଥିନିମନ୍ତେ ଆମ୍ୱତୋଟାରେ ଭୋଜିଭାତର ଆସର ଜମିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ।

ସେହିପରି ବା​ରକୋଟ ବ୍ଲକର ଠିଆନାଳ ଗ୍ରାମରେ କଣ୍ଢେଇ ବାହାଘର ଅନୁଷ୍ଠିତ ହୋଇଥିଲା। ଲୋକନାଥ ସାହୁ କନ୍ୟାପିତା ଓ ପ୍ରସନ୍ନ ସାହୁ ବରପିତା ଭାବେ ଦାୟିତ୍ବ ତୁଲାଇଥିଲେ। ପୁଅ ଘରୁ ବରଯାତ୍ରୀ ବାହାରି ନଗର ପରିକ୍ରମା କରିବା ପରେ ଗ୍ରାମର ଥିବା ମଣ୍ଡପରେ କଣ୍ଢେଇ ବାହାଘର ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ସୋନାଲୀ ସାହୁ, ମାନି ରାଉତ, ସୁବାଷିନୀ ଧିବର, ଝୁନି ରାଉତ, ଚେମଣୀ ସାହୁ, ରୂପାଲି ସିହଳ, ଜ୍ୟୋସ୍ନା ଧିବର, ଡିଲେଶ୍ବର ସାହୁ, ଲିଙ୍ଗରାଜ ନାୟକ, ନିହାର ରଞ୍ଜନ ପ୍ରଧାନଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ। ସେହିପରି ଟୁସୁଳା ଗ୍ରାମରେ ମଧ୍ୟ ରଜ ଅବସରରେ କଣ୍ଢେଇ ବ‌ାହାଘର କମିଟୀ ପକ୍ଷରୁ କଣ୍ଢେଇ ବ‌ାହାଘର ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ବିଭିନ୍ନ ସ୍ଥାନରେ ରଜ ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Deogarh

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe