ବାଲିହରଚଣ୍ଡୀଙ୍କ ପୀଠରେ ପହିଲି ରଜ: କୁମାରୀ ବେଶରେ ଦର୍ଶନ ଦେବେ ମା’

ବ୍ରହ୍ମଗିରିସ୍ଥ ମା’ବାଲିହରଚଣ୍ଡୀଙ୍କ ପୀଠରେ ପହିଲି ରଜ ପର୍ବ ଆରମ୍ଭ ହେବ। ସେଥିପାଇଁ ପ୍ରଶାସନର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପୀଠରେ ୫ ପ୍ଲାଟୁନ ପୁଲିସ ଫୋର୍ସ ସହିତ ଅସ୍ଥାୟୀ ପୁଲିସ କ୍ୟାମ୍ପ ଲାଗିଛି।

Bali Harachandi

Bali Harachandi Photograph: (sambad.in)

ବ୍ରହ୍ମଗିରି: ରାତି ପାହିଲେ ରଜ। ଆସନ୍ତାକାଲି ବ୍ରହ୍ମଗିରିସ୍ଥ ମା’ବାଲିହରଚଣ୍ଡୀଙ୍କ ପୀଠରେ ପହିଲି ରଜ ପର୍ବ ଆରମ୍ଭ ହେବ। ସେଥିପାଇଁ ପ୍ରଶାସନର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପୀଠରେ ୫ ପ୍ଲାଟୁନ ପୁଲିସ ଫୋର୍ସ ସହିତ ଅସ୍ଥାୟୀ ପୁଲିସ କ୍ୟାମ୍ପ ଲାଗିଛି। ଆଜି ସଂଧ୍ୟାରୁ ପୀଠକୁ ବିଭିନ୍ନ ଗାଁରୁ ଅସ୍ଥାୟୀ ଟେଣ୍ଟ (ଛାପା) ନେଇ ଲୋକେ ପହଞ୍ଚିବା ଆରମ୍ଭ କରିଛନ୍ତି।

ମନ୍ଦିର ଆଗରେ ବ୍ୟାରିଡେକ ବ୍ୟବସ୍ଥା ହେବା ସହିତ ପାର୍କିଂ ବ୍ୟବସ୍ଥା ହୋଇସାରିଛି। ମା’ଙ୍କ ନୀତି ନିର୍ଘଣ୍ଟ ହୋଇଛି। ଭୋର ଚାରିଟାରେ ଦ୍ୱାର ଫିଟା ଯିବା ପରେ ମଙ୍ଗଳ ଆଳତୀ, ଅବକାଶ, ବେଶ, ମାଜଣା ନୀତି ବଢି ଗୋପାଳ ବଲ୍ଲଭ ଉଠିବ।

ଭୋର ୫ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ଅପରାହ୍ନ ୨ଟାରେ ସକାଳ ଧୂପ ଉଠିବ। ମନ୍ଦିର ଶୋଧ ହୋଇ ଅପରାହ୍ନ ସାଢେ ଦୁଇଟାରୁ ସର୍ବସାଧାରଣ ଦର୍ଶନ ହେବ। ରାତି ୮ଟାରେ ସଂଧ୍ୟା ଆଳତୀ, ମଇଲମ, ଧୂପ ନୀତି ବଢି ମନ୍ଦିର ଶୋଧ ହୋଇ ପୁଣି ଥରେ ସର୍ବସାଧାରଣ ଦର୍ଶନ ହେବ। ରାତି ଏଗାରଟାରେ ବଡସିଂହାର ବେଶ, ଧୂପ ନୀତି ବଢି ମନ୍ଦିର ଶୋଧ ହୋଇ ଶ୍ରୀମହାପ୍ରସାଦ ଲାଗି ହୋଇ ରାତି ୧୨ଟାରେ ପହଡ ନୀତି ବଢିବ ବୋଲି ସେବାୟତ ନିଯୋଗ ପକ୍ଷରୁ ସୂଚନା ମିଳିଛି। ଆସନ୍ତାକାଲି ପହଲି ରଜରେ ମା” କୁମାରୀ ବେଶରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଦେବେ।

Brahmagiri 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe