ରାଜ୍ୟସଭା ସାଂସଦ, ବିଜେଡି ଜାତୀୟ ମୁଖପାତ୍ରଙ୍କ ଝରିଗାଁ ବ୍ଲକ ଗସ୍ତ

ଜଳପ୍ରପାତ ଏବଂ ଗୋସେଇଁ ଧାରା ଜଳପ୍ରପାତର ବିକାଶ ପାଇଁ ରାଜ୍ୟସଭା ସାଂସଦ ମୁନା ଖାଁ ଏବଂ ପୂର୍ବତନ ସାଂସଦ ତଥା ବିଜେଡି ଜାତୀୟ ମୁଖପାତ୍ର ପ୍ରଦୀପ ମାଝୀ ଜୋର ଦେଇଛନ୍ତି। ନବରଂଗପୁର ଜିଲ୍ଲା ଝରିଗାଁ ଗସ୍ତରେ ଉଭୟ ନେତା ଏହି ପ୍ରତିଶ୍ରୁତି ଦେଇଛନ୍ତି।

Muna Khan

ଝରିଗାଁ: ରାଜ୍ୟସଭା ସାଂସଦ ମୁନା ଖାଁ ଏବଂ ପୂର୍ବତନ ସାଂସଦ ତଥା ବିଜେଡି ଜାତୀୟ ମୁଖପାତ୍ର ପ୍ରଦୀପ ମାଝୀ ସୋମବାର ଝରିଗାଁ ବ୍ଲକ ଗସ୍ତ କରିଥିଲେ। ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ସାଇଧାରା ଜଳପ୍ରପାତ ଏବଂ ଗୋସେଇଁ ଧାରା ଜଳପ୍ରପାତର ବିକାଶ ପାଇଁ ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ।

ଆଜି ସକାଳୁ ରାଜ୍ୟସଭା ସାଂସଦ ଶ୍ରୀ ଖାଁ ଏବଂ ପୂର୍ବତନ ସାଂସଦ ଶ୍ରୀ ମାଝୀ ପ୍ରଥମେ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ଗ୍ରାମରେ ଅନୁଷ୍ଠିତ ହୋଇଥିବା ବିଜେଡି କର୍ମୀ ସମ୍ବିଳନୀରେ ଯୋଗ ଦେଇଥିଲେ।ସେଠାରେ ବିଜେଡି କର୍ମୀ ମାନଙ୍କ ସହ ଆଲୋଚନା କରିବା ସହ ଦଳ ପାଇଁ ସମସ୍ତେ ଏକ ଜୁଟ ହୋଇ କାମ କରିବା ପାଇଁ ପରାମର୍ଶ ଦେଇଥିଲେ।

ପରେ ଉଭୟ କର୍ମୀ ମାନଙ୍କ ସହ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତର ଅବହେଳିତ ଅବସ୍ଥାରେ ଥିବା ସାଇଧାରା ଜଳ ପ୍ରପାତ ଗସ୍ତ କରିଥିଲେ।ଉଭୟଙ୍କ ଗସ୍ତକୁ ନେଇ ବିଜେଡି କର୍ମୀ ମାନେ ଉତ୍ସାହିତ ରହିଥିବା ବେଳେ ସାଇଧାରା ଗସ୍ତ କାର୍ଯ୍ୟକ୍ରମରେ କୁଟ୍ରିଛାପର ସମିତି ସଭ୍ୟ ପ୍ରସନ୍ନ ମାଝୀ,ସ୍ଥାନୀୟ ସରପଞ୍ଚ ବୁନ୍ଦି ସାନ୍ତା,କାଜାମ ମଦାନୀ,ଉଦୟ ନାଥ ନାୟକ,ଏମ ଡ଼ି ଗଫୁର,ପ୍ରେମାନନ୍ଦ ପାଣ୍ଡେ,ବିକ୍ରମ ସିଂ, ସୁଧାଂଶୁ ସାଧୁ,ସୁବାଷ ନାୟକ,ଧନିରାମ ଗଣ୍ଡ,ପର୍ଶୁ ଭତ୍ରା,ଦାମ ସାନ୍ତା ପ୍ରମୁଖ ସହ ଅନ୍ୟ ମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe