ରାଖୀ ବାନ୍ଧି ନିଶା ମୁକ୍ତ ସମାଜ ଗଠନ କରିବାକୁ ଶପଥ ନେଲେ ଛାତ୍ରଛାତ୍ରୀ

‘ସମ୍ବାଦ’ ଆମ ଓଡ଼ିଶା ଓ ସମ୍ବାଦ ସାହିତ୍ୟଘରର ସହଯୋଗରେ ସ୍ଥାନୀୟ ହିର୍ଲିସ୍ଥିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ପରିସରରେ  ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ହୋଇଥିଲା ନିଶାନିବାରଣ ବ୍ରତ।

ngp-rakhi-nisha nibarna (2)

ନବରଙ୍ଗପୁର: ‘ସମ୍ବାଦ’ ଆମ ଓଡ଼ିଶା ଓ ସମ୍ବାଦ ସାହିତ୍ୟଘରର ସହଯୋଗରେ ସ୍ଥାନୀୟ ହିର୍ଲିସ୍ଥିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ପରିସରରେ  ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ହୋଇଥିଲା ନିଶାନିବାରଣ ବ୍ରତ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟତ୍ରୀ, ଅଧ୍ୟାପକଙ୍କ ସହ ସମ୍ବାଦ ସାହିତ୍ୟଘର ସଦସ୍ୟ, ଅଭିଭାବକ ଆଦି ଭାଗ ନେଇଥିଲେ। ନିଶାମୁକ୍ତ ସମାଜ ଗଠନ କରି ସୁସ୍ଥ ଓବିକଶିତ ସମାଜ ଗଠନ କରିବାକୁ ନେଇଥିଲେ ଶପଥ।

ଏପରି ମହତ ଲକ୍ଷ୍ୟକୁ ନେଇ ‘ସମ୍ବାଦ’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଆରମ୍ଭ କରିଥିବା ଏହି ଅଭିଯାନକୁ ସମସ୍ତେ ପ୍ରଶାଂସା କରିବା ସହ ଏହାକୁ ସଂପୁର୍ଣ୍ଣ ରୁପେ ସଫଳ କରିବାକୁ ମତ ଦେଇଥିଲେ। ‘ସମ୍ବାଦ’ ସାହିତ୍ୟଘରର ଉପସଭାପତି ଜଗଦୀଶ ଚନ୍ଦ୍ର ତ୍ରିପାଠୀଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସମାଜସେବୀ ଜଗନ୍ନାଥ ମହାପାତ୍ର ଯୋଗ ଦେଇ ଛାତ୍ରଛାତ୍ରୀମାନେ ପରସ୍ପର ପରସ୍ପରର ସୁରକ୍ଷାର କବଚ ପାଲଟିବାକୁ ପରାମର୍ଶ ଦେଇଥିଲେ।

ମୁଖ୍ୟବକ୍ତା ଭାବେ ନବରଙ୍ଗପୁର ଅବକାରୀ ଇନିସପେକ୍ଟର ଦିଲ୍ଲୀପ ରଥ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ଅଧ୍ୟକ୍ଷା ସୁବାସିନୀ ସାହୁ, ଶିକ୍ଷାବିତ୍ ଡ.ବିଜୟ କୁମାର ମିଶ୍ର, ବିଜୟ କୁମାର ଚୌଧୁରୀ, ପିରାମଲ ଫ‌ାଉଣ୍ଡେସନର ଗାନ୍ଧିଆନ୍ ଫେଲୋ ରି‌କୋ, ମନୋଜ ପଟ୍ଟନାୟକ, ରାଜେନ୍ଦ୍ର ବିଷୋଇ ପ୍ରମୁଖ ଯୋଗ ଦେଇ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ବୁଝାଇଥିଲେ। ଅତ୍ୟାଧୁନିକ ଚାକଚକ୍ୟ ଓ ଷ୍ଟାଇଲ୍ ଭାବି  ଯୁବସମାଜ ନିଶା ଆଡକୁ ମୁହାଁଉଛନ୍ତି। ଏହା ଫଳରେ ନିଜର ଲକ୍ଷ୍ୟରେ ସଫଳତା ହାସଲ କରିବାରେ ଫେଲ୍ ମାରୁଛନ୍ତି। ନିଜେ ନିଶାଶକ୍ତ ହୋଇ ସୁସ୍ଥ ଓବିକଶିତ ସମାଜ ଗଠନରେ ବାଧକ ସାଜୁଛନ୍ତି। ନିଜେ ନିଶାଶକ୍ତ ହେବା ଦ୍ବାରା ନିଜ ପରିବାରର କ୍ଷତି କରିବା ସହ ସମାଜର ବି କ୍ଷତି କରୁଛନ୍ତି ବୋଲି କହିଥିଲେ। ସମ୍ବାଦ ସାହିତ୍ୟଘର, ଆମଓଡିଶା ପକ୍ଷରୁ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ପୂର୍ବରୁ ଆରମ୍ଭ କରିଥିବା ଭାଷା ଆନ୍ଦୋଳନ ଆଜି ଜନଆନ୍ଦୋଳନରେ ପାଲଟିଛି।

ସେହିପରି ନିଶାମୁକ୍ତ ଓନିଶାନିବାରଣ ଅଭିଯାନ ନିଶ୍ଚିତ ରୁପେ ସଫଳ ହେବ ବୋଲି ଅତିଥି ଓବକ୍ତା ମାନେ କହିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ, ଅତିଥି , ଅଭିଭାବକ ମାନେ ନିଶାନିବାରଣର ସଂକଳ୍ପ ନେବା ସହ ସୁସ୍ଥ ଓବିକଶିତ ସମାଜ ଗଠନ କରିବାକୁ ସଂକଳ୍ପ ନେଇଥିଲେ। ସମ୍ବାଦ ସାହିତ୍ୟଘରର ସମ୍ପାଦକ ଅଖିଳ ଭଟ୍ଟ ସ୍ବାଗତ ଭାଷଣ ଦେଇଥିବା ବେଳେ ପୂର୍ଣ୍ଣ ମହାପାତ୍ର ଧନ୍ୟବାଦ ଦେଇଥିଲେ। ସମ୍ବାଦର ନବରଙ୍ଗପୁର ଜିଲ୍ଲାପ୍ରତିନିଧି ସୁରେଶ କୁମାର ନାଇଡୁ ସଂଯୋଜନା କରିବା ସହ  ଦିବସ ପାଳନର ଲକ୍ଷ୍ୟ , ସମ୍ବାଦ ଓ ଆମଓଡିଶା କରୁଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନା ସୁରେଶ ନାଇଡୁ କରିଥିବା ବେଳେ ଶିକ୍ଷକ ଗୋପାଳ କୃଷ୍ଣ ମହାପାତ୍ର, ଗୋବର୍ଦ୍ଧନ ସାହୁ , ମୋହନ ମହାଙ୍କୁଡ଼, ଶ୍ରୀରାମ ଶାସ୍ତ୍ରୀ, ଶିକ୍ଷୟତ୍ରୀ ମାଣିକ ମାଳା ଆଚାର୍ଯ୍ୟ, ରିତା ସେନାପତି, ତନୁଶ୍ରୀ ଶବର, ନିରୁପମା ରଥ ,ସରିତା ସୁବୁଦ୍ଧି, ରୋଜା ରାଉଳ, ଜି ଭିଭି ରଞ୍ଜିତା ପ୍ରମୁଖ ସହଯୋଗ  କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe