ଆମ ଓଡ଼ିଶା ଓ ସମ୍ବାଦ ସାହିତ୍ୟଘରର ରକ୍ଷାବନ୍ଧନ ଓ ନିଶା ନିବାରଣ

Advertisment

ରକ୍ଷାବନ୍ଧନ ପର୍ବ ଓଡ଼ିଶାର ଏକ ମହାନ୍ ପର୍ବ। ଏହି ପର୍ବକୁ ଆନନ୍ଦ ଉଲ୍ଲାସରେ ସାରା ଓଡ଼ିଶାରେ ପାଳିତ ହେଉଥିବା ବେଲେ ଆଜି ଆମ ଓଡ଼ିଶା ଓ ସମ୍ବାଦ ସାହିତ୍ୟଘର ପକ୍ଷରୁ ରକ୍ଷାବନ୍ଧନ ଓ ନିଶା ନିବାରଣ ପାଇଁ ଶପଥ ଗ୍ରହଣ ପର୍ବ ପାଳିତ ହୋଇଛି।

ରକ୍ଷାବନ୍ଧନ ପର୍ବ ଓଡ଼ିଶାର ଏକ ମହାନ୍ ପର୍ବ। ଏହି ପର୍ବକୁ ଆନନ୍ଦ ଉଲ୍ଲାସରେ ସାରା ଓଡ଼ିଶାରେ ପାଳିତ ହେଉଥିବା ବେଲେ ଆଜି ଆମ ଓଡ଼ିଶା ଓ ସମ୍ବାଦ ସାହିତ୍ୟଘର ପକ୍ଷରୁ ରକ୍ଷାବନ୍ଧନ ଓ ନିଶା ନିବାରଣ ପାଇଁ ଶପଥ ଗ୍ରହଣ ପର୍ବ ପାଳିତ ହୋଇଛି।

IMG_20250809_111916

ଭଦ୍ରକ: ଭଦ୍ରକର ନୂଆ ବଜାରସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆଜି ଆମ ଓଡ଼ିଶା ଓ ଭଦ୍ରକ ଜିଲ୍ଲା ସମ୍ବାଦ ସାହିତ୍ୟଘର ପକ୍ଷରୁ ରକ୍ଷାବନ୍ଧନ ଓ ନିଶା ନିବାରଣ ବ୍ରତ ପାଳିତ ହୋଇଛି। ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଉତ୍ସବରେ ଉଦ୍‌ଘାଟକ ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବକୁ ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ଶ୍ରୀ ରାଉତରାୟ ନିଜ ବକ୍ତବ୍ୟରେ କହିଲେ ରକ୍ଷାବନ୍ଧନ ପର୍ବ ଓଡ଼ିଶାର ଏକ ମହାନ୍ ପର୍ବ। ଏହି ପର୍ବକୁ ଆନନ୍ଦ ଉଲ୍ଲାସରେ ସାରା ଓଡ଼ିଶାରେ ପାଳିତ ହେଉଥିବା ବେଲେ ଆଜି ଆମ ଓଡ଼ିଶା ଓ ସମ୍ବାଦ ସାହିତ୍ୟଘର ପକ୍ଷରୁ ରକ୍ଷାବନ୍ଧନ ଓ ନିଶା ନିବାରଣ ପାଇଁ ଶପଥ ଗ୍ରହଣ ପର୍ବ ପାଳିତ ହୋଇଛି। ଏହା ସମାଜକୁ ଏକ ନିଆରା ବାର୍ତ୍ତା ଦେଉଛି। ଆୟୋଜକ ଓ ବୁଦ୍ଧିଜୀବୀ ଭାଇ ଓ ଭଉଣୀମାନଙ୍କୁ ଏହି ଅବସରରେ ମୋର ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ରାଉତ ଯୋଗଦେଇ ନିଜ  ବକ୍ତବ୍ୟରେ କହିଲେ, ନିଶା ନିବାରଣ ପାଇଁ ରାକ୍ଷୀ ବାନ୍ଧି ଭଉଣୀ ମାନେ ଭାଇକୁ ଶପଥ ପାଠ କରିବା ଏକ ନିଆରା ପରମ୍ପରା ସୃଷ୍ଠି କରିଛି।  

ସମ୍ବାଦ ଆମ ଓଡ଼ିଶା ଓ ସମ୍ବାଦ ସାହିତ୍ୟଘର ଭଦ୍ରକ ଜିଲ୍ଲା ଶାଖା  ପକ୍ଷରୁ ଆୟୋଜିତ ହେଉଥିବା ଏହି ରକ୍ଷାବନ୍ଧନ ଓ ନିଶା ନିବାରଣ  ବ୍ରତ ସମାଜ ଉପରେ ନିଶ୍ଚିତ ଭାବରେ ପ୍ରଭାବ ପକାଇବ। ଏବେ ଯୁବ ଗୋଷ୍ଠୀ ଯେଭଳି ଭାବରେ ପାଥ ଭ୍ରଷ୍ଟ ହୋଇଛି। ସେମାନଙ୍କୁ ସଠିକ ରାସ୍ତାକୁ ଆଣିବା ପାଇଁ ଏଭଳି ପ୍ରୟାସର ଆବଶ୍ୟକତା କରିଛି ବୋଲି ଶ୍ରୀ ରାଉତ କହିଥିଲେ।  

ଭଦ୍ରକ ଜିଲ୍ଲା ସମ୍ବାଦ ସାହିତ୍ୟଘରର ଜିଲ୍ଲା ସଭାପତି ପ୍ରଫେସର୍ ଅଟଳ ବିହାରୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଶ୍ରୀ ନାୟକଙ୍କ ନିର୍ଦ୍ଦେଶ କ୍ରମେ ଭଉଣୀମାନେ ଉପସ୍ଥିତ ଅତିଥି ଓ ଉପସ୍ଥିତ  ସମସ୍ତ  ଭାଇମାନଙ୍କ ହାତରେ  ରାକ୍ଷୀ ବାନ୍ଧିଲେ।  ଏହା ପରେ ଶ୍ରୀ ନାୟକ ସମସ୍ତଙ୍କୁ ନିଶା ନିବାରଣ ବ୍ରତ ପାଳନ ପାଇଁ ଶପଥ ପାଠ କରାଇଥିଲେ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବରେ ପଣ୍ଡିତ ସଂଗ୍ରାମ ଆଚର୍ଯ୍ୟ, ସମ୍ମାନିତ ଅତିଥି ଭାବରେ ସାହିତ୍ୟିକ ଇଂ ଅଭୟ ସୂତାର, ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ସଭାପତି  ଅଜୟ ନାୟକ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ସମ୍ପାଦକ ବିଭୁ ଚନ୍ଦନ ଜେନା ପ୍ରମୁଖ ଯୋଗଦେଇ  ରକ୍ଷା  ବନ୍ଧନ ଓ ନିଶା ନିବାରଣ ବ୍ରତ ଉପରେ ବକ୍ତବ୍ୟ ରଖିଥିଲେ। 

ସମ୍ବାଦ ସାହିତ୍ୟ ଘରର ଜିଲ୍ଲା ସଂଯୋଜକ ଡ ହରିହର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ  ଅତିଥିମାନଙ୍କୁ ମଞ୍ଚକୁ ଆହ୍ଵାନ କରିଥିଲେ ସାହିତ୍ୟ ଘରର ସଂଗଠନ ସମ୍ପାଦକ  ପ୍ରକୃତି ବନ୍ଧୁ ବୈକୁଣ୍ଠ ବିଶ୍ଵାଳ। ସଭାର ପ୍ରାରମ୍ଭରେ ସାହିତ୍ୟ ଘରର ସାଧାରଣ ସମ୍ପାଦକ ଅଧ୍ୟାପକ ନିହାର ରଞ୍ଜନ କର ଅତିଥି  ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଉତ୍ସବରେ କବୟିତ୍ରୀ ତଥା ଉପସଭାପତି   ଜାନକୀ ପାଢୀ ବେଦପାଠ କରିଥିବା ବେଳେ ସାହିତ୍ୟ ଘରର ଉପସଭାପତି ଜଗନ୍ନାଥ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ଲେଖକ ସରୋଜ କୁମାର ଓଝାଙ୍କ ଲିଖିତ ପୁସ୍ତକ ‘ୟୁନିକ ଫିଲିଂ’ ପୁସ୍ତକକୁ ଜିଲ୍ଲାପାଳ ଉନ୍ମୋଚନ କରିଥିଲେ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଶିଶୁ ସାହିତ୍ୟିକା ଡ଼ ମନୀନ୍ଦ୍ର ମହାନ୍ତି, ଡାକ୍ତର ଆର୍ .କେ. ନାୟକ, ସିଡିଏମଓ ଡାକ୍ତର ସୁଧୀରଞ୍ଜନ ନାୟକ,  ବେଷ୍ଟ ଇଞ୍ଜିନିୟରିଙ୍ଗ  କଲେଜର  ଅଧ୍ୟକ୍ଷ ରବୀନ୍ଦ୍ର ଜେନା, ଆଇନଜୀବୀ ଅତିସ ବେହେରା, କୃଷି ବୈଜ୍ଞାନିକ ଅରୁଣ ପତ୍ର, କଂଗ୍ରେସ ନେତା ଦେବ ମହାନ୍ତି, ସମାଜସେବୀ ସୁଧାକର ରାଉତ, କବି ବିପ୍ଳବ ହୋତା, ଅଧ୍ୟାପିକା ଉଷା ରାଣୀ ଜେନା, ଦେବେନ୍ଦ୍ର ନାଥ ଧନୀ, ବଂଶୀଧର ଦାସ, ଗୌରହରି ନାୟକ, ଗଣେଶ ମହାନ୍ତି, ରମେଶ ଦାସ, ମନୋରଞ୍ଜନ ଦାସ, ବରିଷ୍ଠ ସାମ୍ବାଦିକ  ରବି  ନାରାୟଣ ଖିଲାର, ମହେଶ୍ୱର ନାୟକ,  ସାମ୍ବାଦିକ ତପନ ପଣ୍ଡା, ଶ୍ରୀହର୍ଷ ସ୍ବାଇଁ, ସୁରେନ୍ଦ୍ର ପଣ୍ଡା, ପ୍ରବୋଧ ଅଗସ୍ଥି,  ଶିକ୍ଷାବିତ୍ ଗୟାଧର ପଣ୍ଡା, ହରିହର ସାହୁ, ଅକ୍ଷୟ ଜେନା, ରୂପକ ରାୟ, ଲାଲା ଧିରଞ୍ଜନ ରାୟ, ନିର୍ମଳ ରାଉତ, ରମେଶ ସ୍ୱାଇଁ, ଗୌରାଙ୍ଗ ବାରିକ, ପଙ୍କଜ ବଳ, ରମାକାନ୍ତ ନାୟକ, ଗୀତାଞ୍ଜଳି ଆଗସ୍ଥି, ଅଧ୍ୟାପିକା ମମତା ସାହୁ, ଅଞ୍ଜନା ମିଶ୍ର, କଳ୍ପନା ଜେନା, ଦିପ୍ତୀମୟୀ ସାହୁ,  ସୁମିତ୍ରା ପାଣି, ଚୈତାଲି ଖିଲାର, ଶ୍ରଦ୍ଧା ମିଶ୍ର,  ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶ୍ରୀକାନ୍ତ ସାହୁ, ଗୁରୁଜୀ ସୀତାକାନ୍ତ ନାୟକ, ରଣୀତାଲ ସାହିତ୍ୟ ଘରର ସଭାପତି ଭାଗିରଥି ନାୟକ, ସାମ୍ବାଦିକ ଜଗବନ୍ଧୁ ବେହେରା, ଲୋପାମୁଦ୍ରା ଦାସ ପ୍ରମୁଖ ଯୋଗଦେଇଥିଲେ।

ରିପୋର୍ଟ: ହରିହର ନାୟକ

Bhadrak

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe