ଖଇରପୁଟରେ ଡମ୍ ସମାଜର ବିଶାଳ ରାଲି ଓ ସାଧାରଣ ସଭା

ମାଲକାନଗିରି ଜିଲ୍ଲା ଖଇରପୁଟରେ ସହିଦ ନରସିଂ ଡମ ସମାଜ ତରଫରୁ ଆଦିବାସୀ ମାନ୍ୟତା ପାଇଁ ୪ ହଜାରରୁ ଊର୍ଦ୍ଧ୍ବ ଡମ ସମାଜର ଲୋକେ ଏକତ୍ରିତ ହୋଇ ସରକାରଙ୍କ ନିକଟରେ ଦାବି ଉପସ୍ଥାପନା କରିଥିଲେ।

Mkg Dam samaj ra rally o meeting (2)

ମାଲକାନଗିରି: ଖଇରପୁଟରେ ସହିଦ ନରସିଂ ଡମ ସମାଜ ତରଫରୁ ଆଦିବାସୀ ମାନ୍ୟତା ପାଇଁ ୪ ହଜାରରୁ ଊର୍ଦ୍ଧ୍ବ ଡମ ସମାଜର ଲୋକେ ଏକତ୍ରିତ ହୋଇ ସରକାରଙ୍କ ନିକଟରେ ଦାବି ଉପସ୍ଥାପନା କରିଥିଲେ। ଏହି ଅବସରରେ ଡମ୍ ସମାଜର ସମସ୍ତ ମହିଳା ପୁରୁଷ ଜଗନ୍ନାଥ ମନ୍ଦିର ଠାରୁ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ନିଜର ପରୋମ୍ପରିକ ବାଦ୍ୟର ତାଳେ ତାଳେ ନାଚଗୀତ କରିବା ସହ ନିଜର ପାରଂପାରିକ ପୋଷାକ ଧାରଣ ପହଞ୍ଚିଥିଲେ।

୬ ଦଫା ସମ୍ବଳିତ ଦାବି ପ୍ରଦାନ କରିବା ସହ ଅନେକ ଅଧିକାରରୁ ବଞ୍ଚିତ ନେଇ ସ୍ଲୋଗାନ ଦେଇଥିଲେ। ଏହି ଶୋଭାଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସ୍ଥାନୀୟ ତହସିଲଦାର ତଥା ଦଣ୍ଡାଧିକାରୀଙ୍କୁ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିଜ ହକ ଓ ଅଧିକାର ପାଇଁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଏହି ସଭାରେ ଉପସ୍ଥିତ ଥିବା ସମସ୍ତ ଡମ୍ ସମାଜର ଲୋକଙ୍କୁ ସହୀଦ ବୀର ନରସିଂ ଡମ ଙ୍କ ନାମରେ ଗଛ ଚାରା ପ୍ରଦାନ କରାଯାଇଥିଲା। ଏହାକୁ ଯତ୍ନର ସହ ସମସ୍ତ ଡମ ପରିବାରଙ୍କ ବାଡି ବଗିଚାରେ ଲଗେଇବା ପାଇଁ ଅନୁରୋଧ କରାଯାଇଥିଲା।

ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ଉପସ୍ଥିତ ରହି କିପରି ଡମ୍ ସମାଜ ଆଦିବାସୀ ମାନ୍ୟତା ପାଇବ ସେନେଇ ସେ ଚେଷ୍ଟା କରିବେ ବୋଲି କହିଥିଲେ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜ଼ିଲ୍ଲା ସହୀଦ ନରସିଂ ଡମ ସମାଜ ସଭାପତି ବଳରାମ ଅନୁଗୁଳିଆ, ସମ୍ପାଦକ ତୁଳସୀରାମ ଦଳେଇ, ରାଜେନ୍ଦ୍ର କୁଲଦୀପ, ଧନୁର୍ଜୟ ହନ୍ତାଳ, ବ୍ଲକ ସଭାପତି ଗୋବାର୍ଧନ ପାଙ୍ଗି, ସମ୍ପାଦକ ନୀଳକଣ୍ଠ ଖରା, ଆନନ୍ଦ ଚାର୍କି, ସଂତୋଷ ନାଗ, ମଦନ ଖୋସଲା, ଦଶରଥ ସଗରୀୟା, ପୁଲିସରାମ ମାଣ୍ଡି, ମୁନି ଖିଲ, ପ୍ରବାକର ସୁନା, ଦମ୍ବରୁ ବାଗ, ମଙ୍ଗଳା ପାଙ୍ଗି, କଣ୍ଟେଶ୍ୱର ପଟଳା, ଶିବ ଖରା, ରଘୁ ଖରା, ପ୍ରହ୍ଲାଦ ନାୟକ, ମାଥିଲି ଅଞ୍ଚଳରୁ ଦୟାମୋଣୀ ଗୋଲରୀ, କରୁକୋଣ୍ଡାରୁ ଭବାନୀ କୁମାରୀ, କାଲିମେଳା ଅଞ୍ଚଳରୁ ଚାନ୍ଦିନୀ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe