Advertisment

ଆବାସ ଯୋଜନାରେ ମିଳୁନି ଘର: ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଦୃଷ୍ଟିହୀନା ବୃଦ୍ଧା

Advertisment

ରାମା ରାମପୁରିଆଙ୍କ ବୟସ ପାଖାପାଖି ୭୦ ଟପିଲାଣି। ଏ ଦୁନିଆ ତାଙ୍କ ପାଇଁ ସଂପୂର୍ଣ୍ଣ ଅନ୍ଧାର ଭଳି ମନେ ହେଉଉି। ଦୃଷ୍ଟିହୀନ ସାଙ୍ଗକୁ ଶ୍ରବଣ ଶକ୍ତି ମଧ୍ୟ କମି ଯାଇଛି। ଏଭଳି ଅବସ୍ଥାରେ ଅନ୍ଧାରପୂର୍ଣ୍ଣ ଦୁନିଆରେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ରାମା ରାମପୁରିଆ।

ରାମା ରାମପୁରିଆଙ୍କ ବୟସ ପାଖାପାଖି ୭୦ ଟପିଲାଣି। ଏ ଦୁନିଆ ତାଙ୍କ ପାଇଁ ସଂପୂର୍ଣ୍ଣ ଅନ୍ଧାର ଭଳି ମନେ ହେଉଉି। ଦୃଷ୍ଟିହୀନ ସାଙ୍ଗକୁ ଶ୍ରବଣ ଶକ୍ତି ମଧ୍ୟ କମି ଯାଇଛି। ଏଭଳି ଅବସ୍ଥାରେ ଅନ୍ଧାରପୂର୍ଣ୍ଣ ଦୁନିଆରେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ରାମା ରାମପୁରିଆ।

kpt

ବୈପାରିଗୁଡ଼ା (ଅମରେନ୍ଦ୍ର ପରିଚ୍ଛା): ରାମା ରାମପୁରିଆଙ୍କ ବୟସ ପାଖାପାଖି ୭୦ ଟପିଲାଣି। ଏ ଦୁନିଆ ତାଙ୍କ ପାଇଁ ସଂପୂର୍ଣ୍ଣ ଅନ୍ଧାର ଭଳି ମନେ ହେଉଉି। ଦୃଷ୍ଟିହୀନ ସାଙ୍ଗକୁ ଶ୍ରବଣ ଶକ୍ତି ମଧ୍ୟ କମି ଯାଇଛି। ଏଭଳି ଅବସ୍ଥାରେ ଅନ୍ଧାରପୂର୍ଣ୍ଣ ଦୁନିଆରେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ରାମା ରାମପୁରିଆ। କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ କୋଲାର ପଞ୍ଚାୟତର ସଦରମହକୁମାରେ ରାମା ରାମପୁରିଆଙ୍କ ଘର। ସାହା ଭରସା ବୋଲି କେହି ନାହାନ୍ତି।

ଅନେକ ବର୍ଷ ତଳେ ରାମା ରାମପୁରିଆଙ୍କ ସ୍ବାମୀ ଆରପାରିକୁ ଚାଲିଯିବା ପରେ ଗୋଟିଏ ବୋଲି ପୁଅ ଦାଦନ ଖଟି ମାଙ୍କର ସବୁପ୍ରକାର ଯତ୍ନ ନେଉଥିଲେ। କିନ୍ତୁ ଭାଗ୍ୟ ତାଙ୍କର ସାଥ୍ ଦେଇନଥିଲା। ନିର୍ମାଣାଧୀନ କୋଠାରେ ଶ୍ରମିକ ଭାବେ କାମ କରୁଥିବା ବେଳେ ଖସିପଡ଼ି ମୃତ୍ୟୁବରଣ କରିଥିଲେ। ବର୍ତ୍ତମାନ ରାମା ଏକାକୀ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି।

ଆମ ସରକାର ଓ ପ୍ରଶାସନିକ ବ୍ୟବସ୍ଥା ଅଦ୍ଭୁତ। ଏଠାରେ ଥିଲାବାଲାଙ୍କୁ ବହୁତ କିଛି ମିଳିଯାଏ। କିନ୍ତୁ ଯେଉଁମାନେ ସରକାରୀ ଯୋଜନାର ପ୍ରକୃତ ହିତାଧିକାରୀ, ସେମାନଙ୍କୁ ସଂଘର୍ଷ କରିବାକୁ ପଡ଼ିଥାଏ। ରାମା ରାମପୁରିଆ ହେଉଛନ୍ତି ଏହାର ଉଦାହାରଣ। ଭଙ୍ଗା ଘରେ ଜୀବନ ବିତାଉଥିଲେ ମଧ୍ୟ ତାଙ୍କୁ ସରକାରଙ୍କ ଆବାସ ଯୋଜନାରେ ସାମିଲ କରାଯାଉ ନଥିବା ଅଭିଯୋଗ ହେଉଛି।

ରାମା ରାମପୁରିଆ ରହୁଥିବା ଘରଟି ଧୀରେଧୀରେ ଭାଙ୍ଗିବା ଅବସ୍ଥାରେ ପହଞ୍ଚି ଗଲାଣି। ବର୍ଷା ଦିନେ ଛାତରୁ ପାଣି ପଡ଼ି ଘର ସାରା ଲହଡ଼ି ଭାଙ୍ଗୁଛି। ରାସନ୍‌କାର୍ଡ ବାବଦକୁ ୫ କିଲୋ ଚାଉଳ ମିଳୁଥିଲେ ବି ଜଣେ ମଣିଷର ପେଟକୁ ନିଅଣ୍ଟ। ପଡ଼ୋଶୀ ଲୋକେ ଦୁଇ ବେଳା ଯାହା ଖାଇବାକୁ ଦିଅନ୍ତି, ସେତିକିରେ ପେଟ ପୁରେ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଘରଟି ରହିବା ପାଇଁ ସଂପୂର୍ଣ୍ଣ ଅନୁପଯୁକ୍ତ। ବର୍ଷା ଦିନେ ଘରେ ପାଣି ପଶେ। ଆଖିକୁ ଦେଖାଯାଉଥିବାରୁ ସାପ କି ବେଙ୍ଗ ଘର ଭିତରକୁ ପଶିଗଲେ ଜାଣିପାରନ୍ତି ନାହିଁ। ତେଣୁ ସରକାରଙ୍କ ତରଫରୁ ଘରଟିଏ ଯୋଗାଇଦେବା ପାଇଁ ଅନୁରୋଧ କରିଛନ୍ତି। ଏସଂପର୍କରେ କୋଲାର ସରପଞ୍ଚ ଜୟନ୍ତୀ ନାୟକଙ୍କୁ ପଚାରିବାରୁ ରାମାଙ୍କୁ ଭତ୍ତା ଏବଂ ରାସନ୍ ଚାଉଳ ପ୍ରଦାନ କରାଯାଉଛି। ଆଗକୁ ତାଙ୍କୁ ଅନ୍ତୋଦୟ ଗୃହ ଯୋଜନାରେ ଘର ଯୋଗାଇ ଦିଆଯିବ ବୋଲି ପ୍ରକାଶ କହିଛନ୍ତି।

Koraput

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe