ଶ୍ରୀରାମଲୀଳା ଉତ୍ସବ: ୧୧ ଦିନ ଯାଏଁ ଆମିଷ ଖାଇବେନି ଏହି ଗାଁର ଲୋକେ

Advertisment

ନାରାୟଣନଗର ଠାରେ ଆସନ୍ତା ଅପ୍ରେଲ ୬ରୁ ଶ୍ରୀ ରାମଲୀଳା ଉତ୍ସବର ଆୟୋଜନ କରାଯାଇଛି। ଏଥି ପାଇଁ ନୂତନ ପ୍ରତିଷ୍ଠା ହୋଇଥିବା ଶ୍ରୀ ଜଗନ୍ନାଥ ଓ ଶ୍ରୀରାମଙ୍କ ଯୁଗ୍ମ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛିl

ନାରାୟଣନଗର ଠାରେ ଆସନ୍ତା ଅପ୍ରେଲ ୬ରୁ ଶ୍ରୀ ରାମଲୀଳା ଉତ୍ସବର ଆୟୋଜନ କରାଯାଇଛି। ଏଥି ପାଇଁ ନୂତନ ପ୍ରତିଷ୍ଠା ହୋଇଥିବା ଶ୍ରୀ ଜଗନ୍ନାଥ ଓ ଶ୍ରୀରାମଙ୍କ ଯୁଗ୍ମ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛିl

Ramleela Utsav

Preparation for Ramleela Utsav at Narayannagar in Boudh. Photograph: (Sambad )

ଲକ୍ଷ୍ମୀପ୍ରସାଦ: ବୌଦ୍ଧ ଜିଲ୍ଲା ଲୋକକଲା ଗ୍ରାମ ନାରାୟଣନଗର ଠାରେ ଆସନ୍ତା ଅପ୍ରେଲ ୬ରୁ ଶ୍ରୀ ରାମଲୀଳା ଉତ୍ସବର ଆୟୋଜନ କରାଯାଇଛି। ଏଥି ପାଇଁ ନୂତନ ପ୍ରତିଷ୍ଠା ହୋଇଥିବା ଶ୍ରୀ ଜଗନ୍ନାଥ ଓ ଶ୍ରୀରାମଙ୍କ ଯୁଗ୍ମ ମନ୍ଦିର ପରିସରରେ ଶ୍ରୀଶ୍ରୀ ରାମଲୀଳା ସାଂକୃତିକ ପରିଷଦର ସଭାପତି କିଶୋର ଚନ୍ଦ୍ର ମେହେରଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛିl

ଅନୁଷ୍ଠାନର ସମ୍ପାଦକ ଗୋପାଳ ଚନ୍ଦ୍ର ମେହେର ବାର୍ଷିକ ବିବରଣୀ ପଠନ କରିଥିଲେl ନୂତନ ନିର୍ମିତ ମନ୍ଦିରର ସଭାପତି ରାଜେନ୍ଦ୍ର ମେହେର ରାମଲୀଳା ଉତ୍ସବକୁ ସରସ ସୁନ୍ଦର ଆକର୍ଷଣ କରିବାକୁ ବୈଠକରେ ଉପସ୍ଥାପନା କରିଥିଲେl ଏଗlର ଦିନ ଧରି ହେବାକୁ ଥିବା ଏହି ରାମଲୀଳା ଉତ୍ସବ ମନ୍ଦିର ସାମ୍ନାରେ କରାଯବା ସହ ଶେଷ ରାତ୍ର ରାବଣ ପୋଡି ଉତ୍ସବ ହାଟପଦା ଠାରେ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲାl

ରାମଜନ୍ମ ନାଟକ ଠାରୁ ରାମଚନ୍ଦ୍ରଙ୍କ ରାଜ୍ୟlଭିଷେକ ପର୍ଯ୍ୟନ୍ତ ପ୍ରତେକ କାର୍ଯ୍ୟକ୍ରମ ସରସ, ସୁନ୍ଦର କରାଯିବା ସହ ନାରାୟଣନଗର ଗ୍ରାମକୁ ଅଯୋଧ୍ୟା ଗ୍ରାମ ଭାବେ ଗଢିତୋଳିବାକୁ ସମସ୍ତ ସଦସ୍ୟମାନଙ୍କୁ ସୂଚନା ଦିଆଯାଇଥିଲାl ଉକ୍ତ ସମୟରେ ଗ୍ରାମ ମଧ୍ୟରେ ଆମିଷ ଭକ୍ଷଣ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଶେଷ ଦିବସରେ ରାମ-ରାବଣର ସମର ଯୁଦ୍ଧ ଏବଂ ରାବଣ ପୋଡି ଉତ୍ସବ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲାl

ରାମଜନ୍ମ ନାଟକ ଠାରୁ ରାମଚନ୍ଦ୍ରଙ୍କ ରାଜ୍ୟlଭିଷେକ ପର୍ଯ୍ୟନ୍ତ ପ୍ରତେକ କାର୍ଯ୍ୟକ୍ରମ ସରସ, ସୁନ୍ଦର କରାଯିବା ସହ ନାରାୟଣନଗର ଗ୍ରାମକୁ ଅଯୋଧ୍ୟା ଗ୍ରାମ ଭାବେ ଗଢିତୋଳିବାକୁ ସୂଚନା ଦିଆଯାଇଥିଲାl ସେହିପରି ଉକ୍ତ ସମୟରେ ଗ୍ରାମ ମଧ୍ୟରେ ଆମିଷ ଭକ୍ଷଣ ସମ୍ପୂର୍ଣ୍ଣ ବାରଣ କରାଯାଇଛି।

ବୈଠକରେ ମନ୍ଦିର ନିର୍ମାଣ କମିଟିର ଉପସଭାପତି ଉପେନ୍ଦ୍ର ମେହେର, ବିଜୟ ମେହେର, ଫକୀର ମେହେର, ସୁରେନ୍ଦ୍ର ମେହେର, ସହଦେବ ମେହେର, ଗଣ୍ଡା ମେହେର, ରଘୁନାଥ ମେହେର, ହରି ମେହେର, ବୁଦ୍ଧଦେବ ମେହେର, ଡମ୍ବରୁ ମେହେର, ନେପାଳ ମେହେର, ନବ କିଶୋର ମେହେର, ଭବାନୀ କର୍ଣ୍ଣ, ରାଜା ମେହେର, ପିତାମ୍ବର ମେହେର, ଲୋଚନ ମେହେର, ମନ୍ତ୍ରୀ ମେହେର, ବିଦେଶୀ ମେହେର, ଲକ୍ଷଣ ମେହେର, ଅନୁରୁଦ୍ଧ ମେହେର, ଟଙ୍କଧର ମେହେର, ଛବି ମେହେର, ବିଜୟ ସାହୁ ଶଶିଭୂଷଣ ମେହେର, ବିଶ୍ୱ ମେହେର, ବିନୋଦ ମେହେରଙ୍କ ସମେତ ରାମଲୀଳା ସାଂକୃତିକ ପରିଷଦର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେl  

Odia culture 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe