ରାମନବମୀ ପାଇଁ ରାମମୟ ଭଦ୍ରକ, ୯୫ ମେଢ଼ ସାମିଲ, ପୂରା ସହର ଗେରୁଆ ରଙ୍ଗରେ ରଙ୍ଗିନ୍‌

Advertisment

ରବିବାର ପ୍ରସିଦ୍ଧ ରାମନବମୀ ଅନୁଷ୍ଠିତ ହେଉଛି। ଯେଉଥିପାଇଁ ପୂରା ଭଦ୍ରକ ଉତ୍ସବମୟ ହୋଇଛି। ରାମ ନବମୀ ପାଇଁ ପୂରା ଭଦ୍ରକ ରାମମୟ ହୋଇଯାଇଛି। ଏବର୍ଷ ୯୫ଟି ମେଢ଼ ଶୋଭାଯାତ୍ରାରେ ସାମିଲ ହୋଇଛି।

ରବିବାର ପ୍ରସିଦ୍ଧ ରାମନବମୀ ଅନୁଷ୍ଠିତ ହେଉଛି। ଯେଉଥିପାଇଁ ପୂରା ଭଦ୍ରକ ଉତ୍ସବମୟ ହୋଇଛି। ରାମ ନବମୀ ପାଇଁ ପୂରା ଭଦ୍ରକ ରାମମୟ ହୋଇଯାଇଛି। ଏବର୍ଷ ୯୫ଟି ମେଢ଼ ଶୋଭାଯାତ୍ରାରେ ସାମିଲ ହୋଇଛି।

zx

ଭଦ୍ରକ: ରବିବାର ପ୍ରସିଦ୍ଧ ରାମନବମୀ ଅନୁଷ୍ଠିତ ହେଉଛି। ଯେଉଥିପାଇଁ ପୂରା ଭଦ୍ରକ ଉତ୍ସବମୟ ହୋଇଛି। ରାମ ନବମୀ ପାଇଁ ପୂରା ଭଦ୍ରକ ରାମମୟ ହୋଇଯାଇଛି। ରାସ୍ତା ଘାଟ ଯେଉଁଠି ଚାହିଁଲେ ଆଧ୍ୟାତ୍ମିକତାର ବାସ୍ନା ବାରି ହୋଇପଡୁଛି। ଗେରୁଆ ରଙ୍ଗରେ ପୂରା ଭଦ୍ରକ ରଙ୍ଗିନ୍ ହୋଇଯାଇଛି। ଆଲୋକମାଳାରେ ପୂରା ଭଦ୍ରକ ସହର ଝଲସୁଛି। ପୂରା ସହରରେ ଦିପାବଳୀର ଭ୍ରମ ସୃଷ୍ଟି ହୋଇଛି। ଘରେ ଘରେ ବନ୍ଧୁବାନ୍ଧବ ବି ଆସିଗଲେଣି। ରବିବାର ସନ୍ଧ୍ୟାକୁ ସମସ୍ତଙ୍କ ଅପେପକ୍ଷା। ପୂରା ଓଡ଼ିଶା ଭଦ୍ରକର ଏହି ପ୍ରସିଦ୍ଧ ପର୍ବ ଉପରେ ନଜର ରଖିଛି।

ଗତ ବର୍ଷ ଶୋଭାଯାତ୍ରାରେ ୮୩ ମେଢ଼ ଥିଲା। ଏବର୍ଷ ଏହି ସଂଖ୍ୟା ଆହୁରି ବଢ଼ିଛି। ଅତିରିକ୍ତ ଏସ୍‌ପି ଅରୂପ ଅଭିଷେକ ବେହେରାଙ୍କ ସୂଚନା ଅନୁଯାୟୀ, ଏବର୍ଷ ୯୫ଟି ମେଢ଼ ଶୋଭାଯାତ୍ରାରେ ସାମିଲ ହୋଇଛି। ତା ମଧ୍ୟରୁ ୬୭ଟି ମେଢ଼ ଆସି ନେହେରୁ ଷ୍ଟାଡିୟମ୍‌ରେ ପହଞ୍ଚିବେ। ସେହି ମେଢ଼ଗୁଡ଼ିକ ପହଞ୍ଚିବା ପରେ ସନ୍ଧ୍ୟା ୫ଟାରୁ ଶୋଭାଯାତ୍ରା ଆରମ୍ଭ ହେବ। ନେହେରୁ ଷ୍ଟାଡିୟମ୍‌ରୁ ଶୋଭାଯାତ୍ରା ବାହାରି ବନ୍ତ ଛକ, ଅର୍ତ୍ତିବିନ୍ଧା, ଟାଉନହଲ୍‌ ଛକ, ରାଜଘାଟ ଛକ, ଗୋଶାଳା, କଣ୍ଟାବଣିଆ ଦେଇ ପୁରୁଣାବଜାର ପର୍ଯ୍ୟନ୍ତ ଯିବ। ତାପରେ ସେଠାରେ ମେଢ଼ଗୁଡ଼ିକ ପ୍ରତ୍ୟାବର୍ତ୍ତନ କରିବ। ମଧ୍ୟରାତ୍ର ପୂର୍ବରୁ ଶୋଭାଯାତ୍ରା ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଶ୍ରୀ ବେହେରା କହିଛନ୍ତି। ଏହି ଶୋଭାଯାତ୍ରା ଦେଖିବା ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଯାହାକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି। ୨୬ ପ୍ଲାଟୁନ୍‌ ପୁଲିସ ଫୋର୍ସ ସହ ୩ଟି କେନ୍ଦ୍ରୀୟ ସୁରକ୍ଷା ବାହିନୀ ଭଦ୍ରକରେ ସୁରକ୍ଷା ଦାୟିତ୍ବରେ ନିୟୋଜିତ ରହିଛନ୍ତି।
ଭଦ୍ରକର ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ପରିଚୟ ବହନ କରୁଥିବା ଶ୍ରୀରାମ ନବମୀ ମହୋତ୍ସବ ଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ମାର୍ଚ୍ଚ ୨୩ରୁ ଶ୍ରୀରାମ ନବମୀ ପାଇଁ ଭଦ୍ରକ ଉତ୍ସବ ପାଳନ କରିଆସୁଛି। ୨୩ ତାରିଖ ଦିନ ମାତୃଭୂମି ପାଇଁ ଗଣଦୌଡ଼ରେ ହଜାର ହଜାର ସଂଖ୍ୟାରେ ରାମଭକ୍ତ ସାମିଲ ହୋଇଥିଲେ। ମାର୍ଚ୍ଚ ୩୦ରେ ହିନ୍ଦୁ ନବ ବର୍ଷ, ସାଧୁସନ୍ଥ ଓ ଗୋପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମାର୍ଚ୍ଚ ୩୧ ତାରିଖରେ ବାଲବଜରଙ୍ଗୀ ଆନୁକୂଲ୍ୟରେ ସାଇକେଲ ଶୋଭାଯାତ୍ରା ଏବଂ ଏପ୍ରିଲ ୪ରେ ପ୍ରସିଦ୍ଧ ମହିଳା କଳସ ଶୋଭାଯାତ୍ରା ସହ ଆଜ୍ଞାମାଳ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଆଜି ହନୁମାନ ଚାଳିଶା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହା ସହିତ ଗାନ୍ଧୀପଡ଼ିଆରେ ଶ୍ରୀରାମ ମହାଯଜ୍ଞ କମିଟି ପକ୍ଷରୁ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମର ଷଷ୍ଠ ସନ୍ଧ୍ୟା ଆଜି ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ସାଂସ୍କୃତିକ ସଂଗଠନ ପକ୍ଷରୁ ଗ୍ରୁପ୍‌ ନୃତ୍ୟ ପରିବେଷଣ କରାଯାଇଥିଲା। ଭଦ୍ରକ ବିଧାୟକ ସୀତାଂଶୁ ସେଖର ମହାପାତ୍ର ଷଷ୍ଠ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ପାଦକ ସ୍ବାଧୀନ ସୁନ୍ଦର ଦାସଙ୍କ ସଂଯୋଜନାରେ ଭଦ୍ରକର ସାମ୍ବାଦିକମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧନା ଦିଆଯାଇଥିଲା।
ଶ୍ରୀରାମ ମହାଯଜ୍ଞ ସମିତିର ସଭାପତି ଆଇନଜୀବୀ ନିତ୍ୟାନନ୍ଦ ନାୟକ, କାର୍ଯ୍ୟକାରୀ ସଭାପତି ବ୍ୟୋମକେଶ ସେନାପତି, ଉପ ସଭାପତି ଜଗନ୍ନାଥ ଦାଶ, ତ୍ରିଲୋଚନ ନାୟକ, ଦୀନବନ୍ଧୁ ପତି, କହ୍ନେଇ ଦାସ, ସାଧାରଣ ସମ୍ପାଦକ ଶରତ ପଢିଆରୀ, ସଂଯୋଜକ ଗୋବିନ୍ଦ ରାଉତ, ଆଇନଜୀବୀ ତୁଷାରକାନ୍ତ ଦାସ ଏବଂ ସ୍ବରୂପାନନ୍ଦ ମହାପାତ୍ର, କୋଷାଧ୍ୟକ୍ଷ ନିରଞ୍ଜନ ସାହୁ, ସହ କୋଷାଧ୍ୟକ୍ଷ ଶିବଶଙ୍କର ଦାସ, ଉପଦେଷ୍ଟା ପ୍ରଦୀପ୍ତ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe