‘ରାମୁ’ର ମୃତ୍ୟୁ ମନୁଷ୍ୟକୃତ: ୫ ମାସରେ ମଲେଣି ୪୦ ହାତୀ

Advertisment

ଭରତପୁର ଜଙ୍ଗଲରେ ମୃତ୍ୟୁବରଣ କରିଥିବା ଦନ୍ତାହାତୀ ‘ରାମୁ’ ବିଦ୍ୟୁତ୍‌ ଆଘାତରେ ମରିଛି। ପୋଷ୍ଟମର୍ଟମ ରିପୋର୍ଟ ସହ ବନ ଓ ବିଦ୍ୟୁତ୍‌ ବିଭାଗ ଅଧିକାରୀଙ୍କ ଖୋଳତାଡ଼ ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।

Updated On

ଭରତପୁର ଜଙ୍ଗଲରେ ମୃତ୍ୟୁବରଣ କରିଥିବା ଦନ୍ତାହାତୀ ‘ରାମୁ’ ବିଦ୍ୟୁତ୍‌ ଆଘାତରେ ମରିଛି। ପୋଷ୍ଟମର୍ଟମ ରିପୋର୍ଟ ସହ ବନ ଓ ବିଦ୍ୟୁତ୍‌ ବିଭାଗ ଅଧିକାରୀଙ୍କ ଖୋଳତାଡ଼ ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।

ଅଦ୍ୟତନ ହୋଇଛି
elephant

ଭୁବନେଶ୍ବର: ଭରତପୁର ଜଙ୍ଗଲରେ ମୃତ୍ୟୁବରଣ କରିଥିବା ଦନ୍ତାହାତୀ ‘ରାମୁ’ ବିଦ୍ୟୁତ୍‌ ଆଘାତରେ ମରିଛି। ପୋଷ୍ଟମର୍ଟମ ରିପୋର୍ଟ ସହ ବନ ଓ ବିଦ୍ୟୁତ୍‌ ବିଭାଗ ଅଧିକାରୀଙ୍କ ଖୋଳତାଡ଼ ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଏଥିସହ ଘଟଣାର ୭ ଦିନ ପରେ ବନ ବିଭାଗ ହାତରେ ବଡ଼ ସୁରାଗ ଲାଗିଥିବାରୁ ତନାଘନାକୁ ଅଧିକ ବ୍ୟାପକ କରାଯାଇଛି। କେଉଁଭଳି ଭାବେ ରାମୁର ମୃତ୍ୟୁ ଘଟିଲା ବିଭାଗୀୟ ଅଧିକାରୀମାନେ ତାହାର ତଥ୍ୟ ପ୍ରମାଣ ଯୋଗାଡ଼ କରିବାରେ ଲାଗିରହିଛନ୍ତି। ରାଜଧାନୀକୁ ଲାଗିରହିଥିବା ଏହି ଜଙ୍ଗଲ ଭିତରେ ୨୪ ଘଣ୍ଟିଆ ପ୍ରହରା ସହ ଚାରିପାଖର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ବନ ବିଭାଗର ବରିଷ୍ଠ ଅଧିକାରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଅବସରପ୍ରାପ୍ତ ସୈନିକମାନେ ବିଭିନ୍ନ ସ୍ଥାନରେ ଜଗି ରହିଛନ୍ତି।
କେବଳ ଭରତପୁର ଜଙ୍ଗଲ ନୁହେଁ। ‘ରାମୁ’ ମୃତ୍ୟୁ ପରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ସଂରକ୍ଷଣ ନେଇ ବନ ବିଭାଗ ଅଧିକ ତତ୍ପରତା ପ୍ରକାଶ କରିଛି। ବିଭାଗ ଅଧୀନରେ ୩୯୭ଟି ସ୍କ୍ୱାର୍ଡ ରହିଥି‌ଲେ ମଧ୍ୟ ୨୦୨୪-୨୫ ଆର୍ଥିକ ବର୍ଷର ଏବେ ସୁଦ୍ଧା ଅର୍ଥାତ୍‌ ଗତ ୫ ମାସରେ ୪୦ରୁ ଅଧିକ ହାତୀଙ୍କ ମୃତ୍ୟୁ ହୋଇ ସାରିଲାଣି। ବନଖଣ୍ଡ ଅଧିକାରୀଙ୍କ ସ୍ତରରେ ଏଭଳି ଏକ ବଡ଼ଧରଣର ମାନବ ସମ୍ବଳ ରହିଥିଲେ ମଧ୍ୟ ହାତୀଙ୍କ ମୃତ୍ୟୁ ଚିନ୍ତାର ବିଷୟ। 

କୌଣସି ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ କିମ୍ବା ସ୍କ୍ୱାଡ୍‌ କାମର ଏପର୍ଯ୍ୟନ୍ତ ସମୀକ୍ଷା ହୋଇନି। ନିୟମିତ ରିପୋର୍ଟ ଦିଆଯାଉ ନ ଥିବାରୁ ପିସିସିଏଫ୍‌(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ ବିଭିନ୍ନ ଯୋଜନାରେ କାର୍ଯ୍ୟରତ ସ୍କ୍ୱାଡ୍‌ଗୁଡ଼ିକର କାର୍ଯ୍ୟଧାରା ଉପରେ ଗଭୀର ଅସନ୍ତୋଷ ବ୍ୟକ୍ତ କରିବା ସହ ଆର୍‌ସିସିଏଫ୍‌ମାନଙ୍କୁ ଚିଠି ଲେଖିଛନ୍ତି। ସେ ଆହୁରି କହିଛନ୍ତି ଯେ ବନ ବିଭାଗର ସ୍କ୍ୱାର୍ଡରେ ନିୟୋଜିତ କର୍ମଚାରୀମାନେ ସ୍ଥାୟୀ ଚାକିରି ଭାବନାରେ ବୁଡ଼ି ରହିଛନ୍ତି। ତେଣୁ ଠିକ୍‌ ଭାବେ ପାଟ୍ରୋଲିଂ କରୁନାହାନ୍ତି। ନିୟମାବଳୀ ଅନୁଯାୟୀ ହାତୀଗୁଡ଼ିକ କେଉଁ ଆଡ଼େ ଯାଉଛନ୍ତି ସ୍କ୍ବାଡ୍‌ର ସଦସ୍ୟମାନେ ତାହାକୁ ଟ୍ରାକ୍‌ କରୁନାହାନ୍ତି। ବନ୍ୟପ୍ରାଣୀ ଓ ସେମାନଙ୍କ ବାସସ୍ଥାନର ସୁରକ୍ଷା ପ୍ରତି ଧ୍ୟାନ ଦେଉନାହାନ୍ତି କିମ୍ବା କୌଣସି ପଦକ୍ଷେପ ନେଉନାହାନ୍ତି। ତେଣୁ ଆର୍‌ସିସିଏଫ୍‌ମାନେ ନିଜ ଡିଭିଜନରେ ଥିବା ସ୍କ୍ୱାଡ୍‌ଗୁଡ଼ିକୁ ଉପଯୁକ୍ତ ସ୍ଥାନରେ ମୁତୟନ କରିବା ସହ ପାଟ୍ରୋଲିଂକୁ ଠିକ୍ ଭାବେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଆଉଟ୍‌ସୋର୍ସିଂ ଜରିଆରେ କାମ କରୁଥିବା ସ୍କ୍ୱାଡ୍‌ଗୁଡ଼ିକ ଯେପର୍ଯ୍ୟନ୍ତ କ୍ଷେତ୍ରରେ ଠିକ୍‌ ଭାବେ କାମ କରୁଥିବେ ସେମାନଙ୍କୁ କାର୍ଯ୍ୟରୁ ଅନ୍ତର ନ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି।

୨୦୨୪-୨୫ ଆର୍ଥକବର୍ଷ ପାଇଁ ୩ଟି ଯୋଜନା ଯଥା ଷ୍ଟେଟ ସେକ୍ଟର ସ୍କିମ, ସେଣ୍ଟ୍ରାଲ ସ୍ପନସର୍ଡ ସ୍କିମ ଓ କାମ୍ପା(ୱାଇଲ୍ଡଲାଇଫ) ଏନ୍‌ପିଭି ସ୍କିମ୍‌ରେ ମୋଟ ୩୯୭ ଜଣଙ୍କୁ ସ୍କ୍ୱାର୍ଡ ଭାବେ ବିଭିନ୍ନ ଡିଭିଜନ ଅଧୀନରେ କାର୍ଯ୍ୟ କରିବାକୁ ଆବଣ୍ଟନ ହୋଇଛି। ରାଜ୍ୟ ଓ କେନ୍ଦ୍ର ଯୋଜନାରେ ୫ ଜଣିଆ ଏବଂ କାମ୍ପା ଯୋଜନାରେ ୧୦ ଜଣିଆ ସ୍କ୍ୱାର୍ଡ ରହିଛନ୍ତି। ଏଥିସହ ଷ୍ଟେଟ ସେକ୍ଟର ଯୋଜନାରେ ୧୯୯ ଜଣ ସ୍କ୍ୱାର୍ଡ ରହିଥିବା ବେଳେ ସେଣ୍ଟ୍ରାଲ ସ୍ପନସର୍ଡ ଯୋଜନାରେ ୨୧ ଜଣ ଓ କାମ୍ପା(ବନ୍ୟପ୍ରାଣୀ) ଏନ୍‌ପିଭି ଯୋଜନାରେ ୧୭୭ଜଣ ସ୍କ୍ୱାର୍ଡ ଅଛନ୍ତି। ଅନୁଗୁଳ ଡିଭିଜନରେ ସର୍ବାଧିକ ୭୭ ଜଣ ସ୍କ୍ୱାର୍ଡ ରହିଛନ୍ତି। ଏହା ତଳକୁ ଭୁବନେଶ୍ବର ଡିଭିଜନରେ ୬୭, ବାରିପଦା ଡିଭିଜନରେ ୬୪, ସମ୍ବଲପୁର ଡିଭିଜନରେ ୫୩, ବ୍ରହ୍ମପୁର ଡିଭିଜନରେ ୪୮, ରାଉରକେଲା ଡିଭିଜନରେ ୩୬, କୋରାପୁଟ ଡିଭିଜନରେ ୧୬, ଭବାନୀପାଟଣା ଡିଭିଜନରେ ୩୫ ଓ ଅନୁଗୁଳ ଡିଭିଜନରେ ୧୦ ଜଣ ସ୍କ୍ୱାର୍ଡ ରହିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe