ବୈଶିଙ୍ଗା: ମୟୂଭରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନସ୍ଥ ବୈଶିଙ୍ଗା ପଞ୍ଚାୟତ ଅଞ୍ଚଳରେ ଜନୈକ ଷଷ୍ଠ ଶ୍ରେଣୀ ଛାତ୍ରୀ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଦୁଷ୍କର୍ମ କଲା ପାଖ ଗ୍ରାମର ଯୁବକl ମୋବାଇଲ ଚାର୍ଜ ବସେଇବାକୁ କହି ଘର ଭିତରେ ପଶିଥିଲା ଯୁବକl
ଛାତ୍ରୀଙ୍କ ଅଭିଯୋଗ ମୁତାବକ ସେ ସ୍ଥାନୀୟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀରେ ପଢ଼ୁଥିବା ବେଳେ ଘରେ ତାଙ୍କର ପାରିବାରିକ କଳହ ଯୋଗୁଁ ଗାଁ ଘର ଛାଡ଼ି ମା’ଙ୍କ ସହିତ ଆସି ବୈଶିଙ୍ଗା ଅଞ୍ଚଳରେ ଜଣଙ୍କ ଘରେ ଭଡା ସୂତ୍ରରେ ରହୁଥିଲାl ତେବେ ତାର ମା’ ବାହାରକୁ ପକ୍କା କାମ କରିବାକୁ ଯାଇ ଯାହା ରୋଜଗାର କରନ୍ତି ସେଥିରେ ସେମାନେ ଚଳନ୍ତିl ଗୁରୁବାର ଦିନ ପୀଡ଼ିତାର ମା’ ସକାଳୁ ଉଠି କାମକୁ ଯାଇଥିବା ବେଳେ ଦିନ ପ୍ରାୟ ୩ଟା ସମୟରେ ପାଖ ଦାହିବାଡ଼ି ଗ୍ରାମର ଟାରଜନ ମାଝୀ ହଠାତ ଆସି ପୀଡ଼ିତାକୁ ମୋବାଇଲ ଚାର୍ଜରେ ବସାଇବାକୁ ଅନୁରୋଧ କରିଥିଲାl
ହେଲେ ପୀଡିତା ମନା କଲା ପରେ ସେ ପଛେପଛେ ଘରେ ପଶିଯାଇଥିଲା ଓ ବଳପୂର୍ବକ ଘର ଭିତରକୁ ନେଇ ଶାରୀରିକ ସମ୍ପର୍କ ରଖିଥିଲାl ଏହି ଅମାନୁଷିକ କାଣ୍ଡ ପରେ ପୀଡିତା ନାବାଳିକାକୁ ଧମକ ଦେଇ କହିଥିଲା କି ଏ ବିଷୟରେ କାହାରି ପାଖରେ ପ୍ରକାଶ କଲେ ତାକୁ ଏବଂ ତା ମା’କୁ ଜୀବନରୁ ମାରିଦେବl ଦୁଷ୍କର୍ମକାରୀ ଯୁବକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲାl
ପୀଡ଼ିତାର ମା’ ଘରକୁ ଫେରିବା ପରେ ଝିଅ ସବୁ କଥା କହିଥିଲା। ଆଜି ଅପରାହ୍ନରେ ଥାନାରେ ଲିଖିତ ଅଭିଯୋଗ ଦେଇଥିଲାl ଘଟଣାର ସମ୍ବେଦନଶୀଳତାକୁ ଲକ୍ଷ କରି ମହିଳା ସବଇନ୍ସପେକ୍ଟର ବୋଇତ ବେହେରା ସଙ୍ଗେସଙ୍ଗେ ଚଢ଼ଉ କରି ଅଭିଯୁକ୍ତକୁ ଗିରଫ କରିଥିଲେl ଏନେଇ ପୋକ୍ସ ଆକ୍ଟରେ ଏକ ମାମଲା ରୁଜୁ କରି ସାଇଣ୍ଟିଫିକ ଟିମ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେl ପରେ ବିଳମ୍ବିତ ସନ୍ଧ୍ୟାରେ ଅଭିଯୁକ୍ତ ଟାରଜନକୁ କୋର୍ଟ ଚାଲାଣ କରିଛି ବୈଶିଙ୍ଗା ପୁଲିସl
Mayurbhanj | Crime
Follow Us