‘ରଜ’ରେ ଲଜ୍ଜ୍ୟା: ଦୁଷ୍କର୍ମକାରୀ ଅଭିଯୁକ୍ତକୁ କାଦୁଅରେ ଗୋଡ଼େଇ ଧରିଲା ପୁଲିସ

ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଂଚଳରେ ୧୨ ଦିନ ତଳେ ହୋଇଥିବା ଦୁଷ୍କର୍ମ ଅଭିଯୋଗ ନେଇ ଚର୍ଚ୍ଚା ଜାରି ଥିବା ବେଳେ ପୁଣି ସମାନ ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ଚାଲିଛି।

Rape accuse

Rape accuse Photograph: (sambad.in)

ବାମନାଳ: ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଂଚଳରେ ୧୨ ଦିନ ତଳେ ହୋଇଥିବା ଦୁଷ୍କର୍ମ ଅଭିଯୋଗ ନେଇ ଚର୍ଚ୍ଚା ଜାରି ଥିବା ବେଳେ ପୁଣି ସମାନ ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ଚାଲିଛି। ଏହି ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ସଂପର୍କୀୟ ଜେଜେବାପା ଦୁଷ୍କର୍ମ କରିଥିବା ଚର୍ଚ୍ଚା ହେଉଛି। ଅଭିଯୋଗରେ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି।

ବଳଙ୍ଗା ଥାନା ଅଞ୍ଚଳରେ ଗତକାଲି ଦୁଷ୍କର୍ମ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ରାତିରେ ଜଣେ ଦିବ୍ୟାଙ୍ଗ ଯୁବତୀ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ଆସି ପହଞ୍ଚିଛି। ପୁଲିସ ଅଭିଯୋଗ ପାଇବା ପରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ଦିବ୍ୟାଙ୍ଗ ଯୁବତୀଙ୍କୁ ଡ଼ାକ୍ତରୀମାଇନା କରିବା ସହ ୧୬୪ ଧାରାରେ ବୟାନ ରେକର୍ଡ କରି ତଦନ୍ତ ଜାରି ରଖିଛି।।

ସୂଚନା ଅନୁଯାୟୀ ବଳଙ୍ଗା ଥାନା ଅଧୀନରେ ଥିବା ଏକ ଗାଁରେ ଘଟିଛି ଏହିଭଳି ଲଜ୍ଜାଜନକ ଘଟଣା। ଗତକାଲି ରାତ୍ରି ସମୟରେ ଘରେ ସମସ୍ତେ ଏକ ବାହାଘର ଭୋଜିକୁ ଯାଇଥିବା ବେଳେ ଅଭିଯୁକ୍ତ ରବି ତ୍ରିପାଠୀ ଘରେ କେହି ନଥିବାର ସୁଯୋଗ ନେଇ ହୁଇଲ୍ ଚେୟାରରେ ବସିରହିଥିବା ୯୦ପ୍ରତିଶତ ଦିବ୍ୟାଙ୍ଗ ଯୁବତୀଙ୍କୁ ଅସଦାଚରଣ କରିଥିବା ନେଇ ପୀଡ଼ିତାଙ୍କ ମା’ ଥାନାରେ ଅଭିଯୋଗ କରିଛନ୍ତି। ଦୁଷ୍କର୍ମକାରୀ ଦିବ୍ୟାଙ୍ଗ ଯୁବତୀଙ୍କ ସମ୍ପର୍କୀୟ ଜେଜେ ହେବେ ବୋଲି ଅଭିଯୋଗରେ ଦର୍ଶାଯାଇ ଅଛି।

ଅଭିଯୋଗ ପାଇବା ମାତ୍ରେ ଥାନା ଅଧିକାରୀ ଦିବ୍ୟରଞ୍ଜନ ପଣ୍ଡାଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ତେବେ ପରିବାର ଲୋକଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତକୁ ଗ୍ରାମରେ ୨ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଖୋଜାଖୋଜି କରିବା ପରେ ଏକ ଧାନ ଗହିରରେ ଲୁଚି ବସିଥିବା ବେଳେ ଠାବ କରିଥିଲା। ପୁଲିସକୁ ଦେଖି ଅଭିଯୁକ୍ତ ଦୌଡ଼ି ଫେରାର ହେବାକୁ ଉଦ୍ୟମ କରୁଥିଲା। କିନ୍ତୁ ପୁଲିସ ହାତରୁ ଖସି ପାରି ନଥିଲା। ପୁଲିସ ଅଧିକାରୀ ଶ୍ରୀ ପଣ୍ଡା କାଦୁଅରେ ମଧ୍ୟ ଗୋଡ଼ାଇ ରବି ତ୍ରିପାଠୀକୁ ଧରିଥିଲେ। 

Crime | puri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe