ରାଉରକେଲାରେ ଚାଞ୍ଚଲ୍ୟ: ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ

ରାଉରକେଲାରେ ଚାଞ୍ଚଲ୍ୟ। ଦୁଇ ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ନେଇ ପ୍ଲାଣ୍ଟ ସାଇଟ୍ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ତତ୍ପର ହୋଇ ଉଠିଛି। ଏହି ଗଣଦୁଷ୍କର୍ମ ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଥିବା ବେଳେ ପୀଡ଼ିତାଙ୍କୁ ଡାକ୍ତରୀ ଯାଞ୍ଚ ପାଇଁ ପଠାଇଛନ୍ତି।

ଅଦ୍ୟତନ ହୋଇଛି
rape

ରାଉରକେଲା: ରାଉରକେଲାରେ ଚାଞ୍ଚଲ୍ୟ। ଦୁଇ ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ନେଇ ପ୍ଲାଣ୍ଟ ସାଇଟ୍ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ତତ୍ପର ହୋଇ ଉଠିଛି। ଏହି ଗଣଦୁଷ୍କର୍ମ ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଥିବା ବେଳେ ପୀଡ଼ିତାଙ୍କୁ ଡାକ୍ତରୀ ଯାଞ୍ଚ ପାଇଁ ପଠାଇଛନ୍ତି। ଏହି ଘଟଣାରେ ଆଉ କେହି ସଂପୃକ୍ତ ଅଛନ୍ତି କି ନାହିଁ ପୁଲିସ୍ ତାର ତଦନ୍ତ କରୁଛି।

ଗତକାଲି ସନ୍ଧ୍ୟାରେ ଦୁଇ ଜଣ ନାବାଳିକା ରାଉରକେଲାକୁ ଚପଲ କିଣିବାକୁ ଆସିଥିଲେ। ବସ୍‌ଷ୍ଟାଣ୍ଡ ନିକଟରେ ଦୁଇ ଜଣଙ୍କୁ ଏକୁଟିଆ ଦେଖି ୩ ଜଣ ଯୁବକ ଉଭୟଙ୍କୁ ଏକ ଅଟୋରେ ବଳପୂର୍ବକ ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ। ସେଠାର ନାବାଳିକାଙ୍କୁ ମାଡ଼ମାରି, ଧମକାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରିକି ଏହି କଥା ପ୍ରଘଟ କଲେ ଜୀବନରେ ମାରିଦେବାକୁ ଧମକ ଦିଆଯାଇଥିବା ପୀଡ଼ିତା କହିଛନ୍ତି।

ପୀଡ଼ିତା ନାବାଳିକା ଦ୍ୱୟ ଏ ବାବଦରେ ମାଲଗୋଦାମ ଅଞ୍ଚଳରେ ରହୁଥିବା ତାଙ୍କ ସମ୍ପର୍କୀୟଙ୍କୁ ଖବର ଦେବା ପରେ ପ୍ଲାଣ୍ଟ ସାଇଟ୍ ଥାନାରେ ଏତଲା ଦିଆ ଯାଇଥିଲା। ପୁଲିସ ତଦନ୍ତ କରି ତିନି ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe