ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ, ଭିଡିଓ ଭାଇରାଲ ଅଭିଯୋଗ

ଜଣେ ଯୁବକ ପ୍ରଥମେ ଯୁବତୀଙ୍କୁ ପ୍ରେମ କରିଛି। ପରେ ବିବାହର ପ୍ରତିଶ୍ରୁତି ଓ ଦୁଷ୍କର୍ମ କରିଛି। ଏତିକିରେ ମନ ନବୁଝିବାରୁ ଅନ୍ତରଙ୍ଗ ମୁହର୍ତ୍ତର ଭିଡିଓଚିତ୍ର ଉତ୍ତୋଳନ କରି ଏହାକୁ ଅନ୍‌ଲାଇନ୍‌ ମିଡିଆ ମାଧ୍ୟମରେ ଭାଇରାଲ କରିବା ଭଳି ମାମଲା ନବରଙ୍ଗପୁର ଥାନାରେ ରୁଜୁ ହୋଇଛି।

NGP2

ନବରଙ୍ଗପୁର: ଜଣେ ଯୁବକ ପ୍ରଥମେ ଯୁବତୀଙ୍କୁ ପ୍ରେମ କରିଛି। ପରେ ବିବାହର ପ୍ରତିଶ୍ରୁତି ଓ ଦୁଷ୍କର୍ମ କରିଛି। ଏତିକିରେ ମନ ନବୁଝିବାରୁ ଅନ୍ତରଙ୍ଗ ମୁହର୍ତ୍ତର ଭିଡିଓଚିତ୍ର ଉତ୍ତୋଳନ କରି ଏହାକୁ ଅନ୍‌ଲାଇନ୍‌ ମିଡିଆ ମାଧ୍ୟମରେ ଭାଇରାଲ କରିବା ଭଳି ମାମଲା ନବରଙ୍ଗପୁର ଥାନାରେ ରୁଜୁ ହୋଇଛି। ଏହି ମାମଲାରେ ନବରଙ୍ଗପୁର ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ସୌରଭ ମହାନ୍ତି। 

ପୁଲିସ କହିଛି ଯେ, ଜଗତସିଂହପୁର ଥାନା ଅଂଚଳ ଯୁବକ ତଥା ଅଭିଯୁକ୍ତ ସୌରଭ ନବରଙ୍ଗପୁର ଅଞ୍ଚଳରେ ରହି ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନରେ କାମ କରୁଥିଲା। ସେ ତେନ୍ତୁଳିଖୁଣ୍ଟିରେ ରହୁଥିଲା। ଟାଉନଥାନା ଅଂଚଳର ଜୈନେକା ଯୁବତୀଙ୍କ ସହ ସେ ପ୍ରେମ ସମ୍ପର୍କ ସ୍ଥାପନ କରିଥିଲା। ବିବାହର ମିଥ୍ୟା ପ୍ରତିଶ୍ରୃତି ଦେଇ ଦୁଷ୍କର୍ମ କରିଥିଲଶ। ଉଭୟଙ୍କ ଅନ୍ତରଙ୍ଗ ମୂହର୍ତ୍ତର ଭିଡିଓ ଚିତ୍ର ଉତ୍ତୋଳନ କରିଥିଲେ। ପରେ ଯୁବତୀଙ୍କ ଚରିତ୍ର ସଂଦେହ କରି ମାରପିଟ କରିଥିଲେ।

ଯୁବତୀ ଜଣକ ଅଭିଯୁକ୍ତଙ୍କ ଠାରୁ ଦୁରେଇ ରହିବା ପରେ ସେ ଭିଡିଓ ଚିତ୍ରକୁ ଭାଇରାଲ କରିବାକୁ ଧମକ ଦେଇ ଆସୁଥିଲା। ଗତ କିଛି ଦିନ ତଳେ ଯୁବତୀଙ୍କ ବାପାଙ୍କ ମୋବାଇଲକୁ ଅଭିଯୁକ୍ତ ଉକ୍ତ ଭିଡିଓ ପଠାଇ ଯୁବତୀଙ୍କ ଚରିତ୍ରକୁ ନେଇ ଆକ୍ଷେପ କରିଥିବା ଏତଲାରେ ଦର୍ଶାଇଛନ୍ତି ଯୁବତୀ।

ଯୁବତୀଙ୍କ ଏତଲାକୁ ନେଇ ଟାଉନଥାନା ଅଧିକାରୀ ସମ୍ବିତ ବେହେରା ଘଟଣାର ତଦନ୍ତ କରି ବିଏନଏସର ଦଫା ୬୯, ୨୯୬, ୧୧୫(୨), ୩୫୧(୩), ୭୭, ୭୮ ସହ ଆଇଟି ଆକ୍ଟର ୬୬(ଇ), ୬୭(ଏ)ରେ ମାମଲା ରୁଜୁ କରିଥିଲେ। ଅଭିଯୁକ୍ତଓ ତାଙ୍କର ଜଣେ ସହଯୋଗୀକୁ ତେନ୍ତୁଳିଖୁଣ୍ଟିରୁ ଉଠାଇ ଆଣି ନବରଙ୍ଗପୁର ଥାନାରେ ପଚାରାଉଚାରା କରିଥିଲ। ଏହି ମାମଲାରେ ଅଭିଯୁକ୍ତ ସୌରଭକୁ କୋର୍ଟ ଚାଳାଣ କରାଯାଇଥିବା କହିଛନ୍ତି ଟାଉନଥାନା ଅଧିକାରୀ ସମ୍ବିତ ବେହେରା।

 Nabarangpur 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe