ମହିଳାଙ୍କୁ ଦୁଷ୍କର୍ମ ମାମଲା: ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ସଦର ଥାନା ଅଞ୍ଚଳ ଏକ ଗାଁରେ ୨୦୨୧ରେ ଘଟିଥିବା ଏକ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି। ସୁନ୍ଦରଗଡ଼ ଜିଲ୍ଲା ଦୌରାଜଜ୍ ଶିଖାରାଣୀ ରଥ ମାମଲାର ଅଭିଯୁକ୍ତ ମଙ୍ଗଳ ଗର୍ଡିଆକୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି।

Court judgement

Court judgement Photograph: (sambad.in )

ସୁନ୍ଦରଗଡ଼: ସଦର ଥାନା ଅଞ୍ଚଳ ଏକ ଗାଁରେ ୨୦୨୧ରେ ଘଟିଥିବା ଏକ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି। ସୁନ୍ଦରଗଡ଼ ଜିଲ୍ଲା ଦୌରାଜଜ୍ ଶିଖାରାଣୀ ରଥ ମାମଲାର ଅଭିଯୁକ୍ତ ମଙ୍ଗଳ ଗର୍ଡିଆକୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ରହିଲେ ଅଧିକ ୩ ମାସ କାରାବାସ ବୃଦ୍ଧି ହେବ ବୋଲି କୋର୍ଟ ଉଲ୍ଲେଖ କରିଛନ୍ତି।

୫୧ ବର୍ଷୀୟା ମହିଳା ନିଜ ଗାଁରେ ଥିବା ଏକ ଦୋକାନକୁ କିଛି ଜିନିଷ ଆଣିବା ପାଇଁ ଯାଇଥିଲେ। ସେ ଦୋକାନରୁ ଘରକୁ ଫେରିବା ସମୟରେ ମଙ୍ଗଳ ଗର୍ଡିଆ ମହିଳାଙ୍କୁ ଏକାକୀ ପାଇ ବଳପୂର୍ବକ ଟାଣି ନେଇ ଗୁପ୍ତାଙ୍ଗକୁ ଆଘାତ କରିଥିଲା।

ମାମଲାର ବିବରଣୀରୁ ଜଣାଯାଏ ୨୦୨୧ ଜାନୁଆରି ୨୧ ତାରିଖ ସନ୍ଧ୍ୟା ୮ ଟାରେ ଏହି ଘଟଣା ଘଟିଥିଲା। ସଦର ଥାନା ଅନ୍ତର୍ଗତ ୫୧ ବର୍ଷୀୟା ମହିଳା ନିଜ ଗାଁରେ ଥିବା ଏକ ଦୋକାନକୁ କିଛି ଜିନିଷ ଆଣିବା ପାଇଁ ଯାଇଥିଲେ। ସେ ଦୋକାନରୁ ଘରକୁ ଫେରିବା ସମୟରେ ମଙ୍ଗଳ ଗର୍ଡିଆ ମହିଳାଙ୍କୁ ଏକାକୀ ପାଇ ବଳପୂର୍ବକ ଟାଣି ନେଇ ଗୁପ୍ତାଙ୍ଗକୁ ଆଘାତ କରିଥିଲା। ମହିଳା ଜଣକ ଚିତ୍କାର କରିବା ଶୁଣ ରାସ୍ତାରେ ଯାଉଥିବା ଲୋକେ ସେଠାକୁ ଯିବାରୁ ଅଭିଯୁକ୍ତ ସେ ସ୍ଥାନ ଛାଡ଼ି ପଳାଇଗଲା।

ଏନେଇ ସଦର ଥାନାରେ ପୀଡ଼ିତାଙ୍କ ଝିଅ ଏତଲା ଦେଇଥିଲେ। ସଦର ଥାନା ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା। କୋର୍ଟରେ ବିଚାର ଚାଲିଥିବାବେଳେ  ୨୨ ଜଣଙ୍କ ସାକ୍ଷ୍ଯ ପ୍ରମାଣ, ସରକାରୀ ଓକିଲଙ୍କ ଦୃଢ ଯୁକ୍ତି ଓ  ୨୩ଟି ଦସ୍ତାବିଜକୁ ଆଧାର କରି  ଜିଲ୍ଲା ଦୌରା ଜଜ ଦଣ୍ଡାଦେଶ କରିଛନ୍ତି। ମାମଲାକୁ ସରକାରଙ୍କୁ ତରଫରୁ ଜିଲ୍ଲା ମୁଖ୍ୟ ଅଭିଯୋଜକ ଦିଲୀପ କୁମାର ମୁର୍ମୁ ପରିଚାଳନା କରୁଥିଲେ।

sundargarh | court

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe