ଦୁଷ୍କର୍ମ ବେଳର ଭିଡିଓ ଭାଇରାଲ୍: ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

Advertisment

ସୁନ୍ଦରଗଡ଼ ସ୍ବତନ୍ତ୍ର ପକ୍ସୋ କୋର୍ଟ ଆଜି ୨୦୨୩ରେ ହେମଗିର ଥାନା ଅଞ୍ଚଳରେ ଘଟିଥିବା ନାବାଳିକା ଦୁଷ୍କର୍ମ ଓ ଭିଡିଓ ଭାଇରାଲ୍ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି।

ସୁନ୍ଦରଗଡ଼ ସ୍ବତନ୍ତ୍ର ପକ୍ସୋ କୋର୍ଟ ଆଜି ୨୦୨୩ରେ ହେମଗିର ଥାନା ଅଞ୍ଚଳରେ ଘଟିଥିବା ନାବାଳିକା ଦୁଷ୍କର୍ମ ଓ ଭିଡିଓ ଭାଇରାଲ୍ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି।

court

ସୁନ୍ଦରଗଡ଼: ସୁନ୍ଦରଗଡ଼ ସ୍ବତନ୍ତ୍ର ପକ୍ସୋ କୋର୍ଟ ଆଜି ୨୦୨୩ରେ ହେମଗିର ଥାନା ଅଞ୍ଚଳରେ ଘଟିଥିବା ନାବାଳିକା ଦୁଷ୍କର୍ମ ଓ ଭିଡିଓ ଭାଇରାଲ୍ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି। ମାମଲାର ଅଭିଯୁକ୍ତ ସେହି ଥାନା ଅଞ୍ଚଳର ତରୁଣ ଗୌଡ଼କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦାୟରେ କାରାଦଣ୍ଡ ଅଧିକ ବର୍ଷେ ଭୋଗିବାକୁ ରାୟରେ ସ୍ପଷ୍ଟ କରିଛନ୍ତି କୋର୍ଟ।

ମାମଲାର ବିବରଣୀ ଅନୁସାରେ, ହେମଗିର ଥାନା ଅଞ୍ଚଳରେ ୫.୧.୨୦୨୩ ସକାଳ ୯ଟାରେ ନାବାଳିକା ଶୌଚ ପାଇଁ ଗାଁ ପାଖ ପଡ଼ିଆକୁ ଯାଇଥିବାବେଳେ ତରୁଣ  ଜୋର୍ କରି ଟେକି ନେଇ ଦୁଷ୍କର୍ମ କରିଥିଲା। ଏପରିକି କାହାକୁ କହିଲେ ଜୀବନରେ ମାରିଦେବ ବୋଲି ଧମକ ଦେଇଥିଲା। ନାବାଳିକା ଭୟଭୀତ ହୋଇ କାହାକୁ କିଛି ନକହି ମନମାରି ରହିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ ଦୁଷ୍କର୍ମ ସମୟରେ ଭିଡିଓ ଉତ୍ତୋଳନ କରିଛି କହି  ଭାଇରାଲ କରିଦେବାର ଧମକ ଦେଇ ଚାଲିଲା।  

ନାବାଳିକାଙ୍କ ଅଜଣାତରେ ଏହା ହୋଇଥିବାରୁ ସେ ଯୁବକଙ୍କ କଥା ଶୁଣି ବିଚଳିତ ହୋଇପଡ଼ିଥିଲେ। ତାକୁ ବହୁ ଅନୁରୋଧ କରିବା ମଧ୍ୟ ସେ ମାର୍ଚ୍ଚ ୧୫ରେ ସାମାଜିକ ଗଣମାଧ୍ୟମ ଫେସବୁକରେ ଏହାକୁ ଭାଇରାଲ୍ କରିଦେଇଥିଲା।  

ନାବାଳିକାଙ୍କ ଅଜଣାତରେ ଏହା ହୋଇଥିବାରୁ ସେ ଯୁବକଙ୍କ କଥା ଶୁଣି ବିଚଳିତ ହୋଇପଡ଼ିଥିଲେ। ତାକୁ ବହୁ ଅନୁରୋଧ କରିବା ମଧ୍ୟ ସେ ମାର୍ଚ୍ଚ ୧୫ରେ ସାମାଜିକ ଗଣମାଧ୍ୟମ ଫେସବୁକରେ ଏହାକୁ ଭାଇରାଲ୍ କରିଦେଇଥିଲା। ଏହା ପରେ ନାବାଳିକା ହେମଗିର ଥାନାରେ ୧୯.୩.୨୦୨୩ରେ ଏତଲା ଦେଇଥିଲେ।

ପୁଲିସ ୩୭୬(୧), ୫୦୬,  ଶିଶୁ ଯୌନ ନିର୍ଯାତନା ନିବାରଣ ଓ ଆଇଟି ଆଇନରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାମଲାର ବିଚାର ଚାଲିଥିବାବେଳେ ସାକ୍ଷୀମାନଙ୍କ ବୟାନ ଓ ପୁଲିସ ରିପୋର୍ଟକୁ ଭିତ୍ତି କରି କୋର୍ଟ ଦଣ୍ଡାଦେଶ କରିଛନ୍ତି। ଏହା ସହ ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ କରିବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe