ଲୋଭ ଓ ଧମକ ଦେଇ ନାବାଳିକାକୁ ଦୁଷ୍କର୍ମ: ଦୋଷୀକୁ ୨୫ ବର୍ଷ ଜେଲ୍‌ଦଣ୍ଡ

Advertisment

ବାରିପଦା ସ୍ବତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ଶନିବାର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀ ହେଣ୍ଡ ଓରଫ ସହଦେବ ମାଝୀକୁ ୨୫ ବର୍ଷ ଜେଲଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହ ୫୦,୦୦୦ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ ଆଦେଶ ଦେଇଛନ୍ତି।

ବାରିପଦା ସ୍ବତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ଶନିବାର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀ ହେଣ୍ଡ ଓରଫ ସହଦେବ ମାଝୀକୁ ୨୫ ବର୍ଷ ଜେଲଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହ ୫୦,୦୦୦ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ ଆଦେଶ ଦେଇଛନ୍ତି।

Court generic

ବାରିପଦା: ମୟୂରଭଂଜ ଜିଲ୍ଲା ବାରିପଦା ସ୍ବତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ପ୍ରତିମା ପାତ୍ର ଶନିବାର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀ ହେଣ୍ଡ ଓରଫ ସହଦେବ ମାଝୀକୁ ୨୫ ବର୍ଷ ଜେଲଦଣ୍ଡ ସହ ୫୦,୦୦୦ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ ଆଦେଶ ଦେଇଛନ୍ତି।

ମାମଲାରୁ ଜଣାଯାଏ ଯେ, ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ନାବାଳିକାର ବାପାଙ୍କ ମୃତ୍ୟୁ ହୋଇଥିବାରୁ ସେ ଖୁଡ଼ି ପାଖରେ ରହୁଥିଲା। ତିନି ବର୍ଷ ପୂର୍ବରୁ ଏହି ନାବାଳିକାକୁ ଦୁଷ୍କର୍ମ ମାମଲାରେ ସହଦେବ ମାଝୀ ନାମରେ ୨୦୨୨ ଜୁଲାଇ ୨୭ ତାରିଖ ଦିନ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ତାପରଦିନ (୨୦୨୨ ଜୁଲାଇ ୨୮) ଗିରଫ କରିଥିଲା। ଏତଲାରେ କୁହାଯାଇଥିଲା ଯେ, ଅଭିଯୁକ୍ତ ଜଣକ ୧୪ ବର୍ଷୀୟ ନାବାଳିକାକୁ ବିଭିନ୍ନ ପ୍ରକାରର ଲୋଭ ଓ ଧମକ ଦେଇ ଦୁଇମାସ ଯାଏଁ ଦୁଷ୍କର୍ମ କରିଥିଲା।

ନାବାଳିକାର ବାପାଙ୍କ ମୃତ୍ୟୁ ହୋଇଥିବାରୁ ସେ ଖୁଡ଼ି ପାଖରେ ରହୁଥିଲା। ତିନି ବର୍ଷ ପୂର୍ବରୁ ଏହି ନାବାଳିକାକୁ ଦୁଷ୍କର୍ମ ମାମଲାରେ ସହଦେବ ମାଝୀ ନାମରେ ୨୦୨୨ ଜୁଲାଇ ୨୭ ତାରିଖ ଦିନ ଥାନାରେ ଅଭିଯୋଗ ହୋଇଥିଲା।

କୋର୍ଟରେ ମାମଲା ବିଚାରଧୀନ ଥିବା ବେଳେ ଆଜି ଅଦାଲତ ଉପରୋକ୍ତ ରାୟର ଶୁଣାଣି କରିଛନ୍ତି। ୧୮ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଓ ଅନ୍ୟାନ୍ୟ ପ୍ରମାଣକୁ ଭିତ୍ତି କରି ଅଦାଲତ ଆସାମୀକୁ ଉପରୋକ୍ତ ଦଣ୍ଡ ବିଧାନ କରିଛନ୍ତି ଏବଂ ପୀଡିତାକୁ କ୍ଷତିପୂରଣ ବାବଦରେ ୭ ଲକ୍ଷ ଟଙ୍କା ଜିଲ୍ଲା ଆଇନ୍ ସହାୟତା କର୍ତ୍ତୃପକ୍ଷଙ୍କୁ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ତରଫରୁ ଉକ୍ତ ମାମଲାକୁ ସ୍ବତନ୍ତ୍ର ପିପି ଅଭିନ୍ନ କୁମାର ପଟ୍ଟନାୟକ ପରିଚାଳନା କରୁଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe