ବିରଳ ଅସ୍ତ୍ରୋପଚାର ହୋଇଥିବା ବାଛୁରୀ ସଂପୂର୍ଣ୍ଣ ସୁସ୍ଥ

Advertisment

ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ବାଦାମପାହାଡର ବାସିନ୍ଦା ରାଜକିଶୋର ସାହୁଙ୍କ ଗତ ଜାନୁଆରି ମାସରେ ହୋଇଥିବା ଏକ ଅଣ୍ଡିରା ବାଛୁରୀ ମଳତ୍ୟାଗ କରିପାରୁ ନଥିବାରୁ ପ୍ରାଣୀ ଚିକିତ୍ସାଳୟକୁ ନିଆଁ ଯାଇଥିଲା।

ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ବାଦାମପାହାଡର ବାସିନ୍ଦା ରାଜକିଶୋର ସାହୁଙ୍କ ଗତ ଜାନୁଆରି ମାସରେ ହୋଇଥିବା ଏକ ଅଣ୍ଡିରା ବାଛୁରୀ ମଳତ୍ୟାଗ କରିପାରୁ ନଥିବାରୁ ପ୍ରାଣୀ ଚିକିତ୍ସାଳୟକୁ ନିଆଁ ଯାଇଥିଲା।

Calf

Calf Photograph: (sambad.in)

ରାଇରଙ୍ଗପୁର/କୁସୁମୀ: ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ବାଦାମପାହାଡର ବାସିନ୍ଦା ରାଜକିଶୋର ସାହୁଙ୍କ ଗତ ଜାନୁଆରି ମାସରେ ହୋଇଥିବା ଏକ ଅଣ୍ଡିରା ବାଛୁରୀ ମଳତ୍ୟାଗ କରିପାରୁ ନଥିବାରୁ ପ୍ରାଣୀ ଚିକିତ୍ସାଳୟକୁ ନିଆଁ ଯାଇଥିଲା। ପରେ ଗୋଷ୍ଠୀ ପ୍ରାଣୀ ଚିକିତ୍ସକ ଡା. ପ୍ରେମାନନ୍ଦ ଶତପଥୀ ପରୀକ୍ଷା କରି ଜାଣିବାକୁ ପାଇଲେ ଯେ ଉକ୍ତ ଅଣ୍ଡିରା ବାଛୁରୀର ମଳଦ୍ଵାର ବହୀନ ଜନ୍ମ ହୋଇଛି। ଏଣୁ ଗୋଷ୍ଠୀ ପ୍ରାଣୀ ଚିକିତ୍ସକ ଡା. ପ୍ରେମାନନ୍ଦ ଶତପଥୀ ଓ ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡା. ଜନ୍ମଜୟ ପଣ୍ଡାଙ୍କ ସହାୟତାରେ ଦୀର୍ଘ ଦୁଇ ଘଣ୍ଟା ଧରି କୁତ୍ରିମ ମଳଦ୍ଵାର ପାଇଁ ପେଟ ଭିତରୁ ବଡ ଅନ୍ତଃନଳୀର ଅଂଶରୁ ଏକ ଜଟିଳ ଅସ୍ତ୍ରୋପଚାର କରି ମଳଦ୍ଵାର ତିଆରି କରିଥିଲେ। ୩ ମାସ ହେବ ବାଛୁରୀ ମଳତ୍ୟାଗ ମଧ୍ୟ କରୁଛି। 

ଗୋଷ୍ଠୀ ପ୍ରାଣୀ ଚିକିତ୍ସକ ଡା. ପ୍ରେମାନନ୍ଦ ଶତପଥୀ ଓ ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡା. ଜନ୍ମଜୟ ପଣ୍ଡାଙ୍କ ସହାୟତାରେ ଦୀର୍ଘ ଦୁଇ ଘଣ୍ଟା ଧରି କୁତ୍ରିମ ମଳଦ୍ଵାର ପାଇଁ ପେଟ ଭିତରୁ ବଡ ଅନ୍ତଃନଳୀର ଅଂଶରୁ ଏକ ଜଟିଳ ଅସ୍ତ୍ରୋପଚାର କରି ମଳଦ୍ଵାର ତିଆରି କରିଥିଲେ। ୩ ମାସ ହେବ ବାଛୁରୀ ମଳତ୍ୟାଗ ମଧ୍ୟ କରୁଛି। 

ଏହି ବିରଳ ସଫଳ ଅସ୍ତ୍ରୋପଚାରରେ ସାଗ୍ରାମ ବାସ୍କେ, ବ୍ରଜମୋହନ ଗିରି ଏବଂ ବାଘରାଇ ମୁର୍ମୁ ସହଯୋଗରେ ସୁଚାରୁ ରୂପେ ହୋଇଥିଲା। ତେବେ ତିନିମାସ ହେବ ବାଛୁରୀଟି ସୁସ୍ଥ ଥିବା ଜଣାପଡ଼ିଛି। ଏନେଇ ବାଛୁରୀ ମାଲିକ ଲକ୍ଷ୍ମଣ ସାହୁ କହିଛନ୍ତି ଯେ ଏଭଳି ଅସ୍ତ୍ରୋପ୍ରଚାର୍ ପ୍ରଥମଥର ପାଇଁ ଦେଖିଛନ୍ତି। ବର୍ତ୍ତମାନ୍ ଉକ୍ତ ବାଛୁରୀଟି ଅନ୍ୟ ବାଛୁରୀ ଭଳିଆ ଖାଉଛି, ପିଉଛି ଓ ଚଳବୁଲା କରୁଛି। 

ଏନେଇ କୁସୁମୀ ବ୍ଳକ୍ ବିଭିଓ ପ୍ରେମାନନ୍ଦ ଶତପଥୀଙ୍କ ସହିତ ଯୋଗାଯୋଗ କରିବାରୁ ଏହି ଅସ୍ତ୍ରୋପଚାର ଏକ ପ୍ରକାର ବିରଳ ଥିଲା  ବୋଲି କହିଛନ୍ତି। ବାଛୁରୀର ମଳଦ୍ଵାର ନଥିଲା। ଉକ୍ତ ବାଛୁରୀର ଅସ୍ତ୍ରୋପଚାର ପରେ ଏବେ ସଂପୂଣ୍ଣ ସୁସ୍ଥ ଅଛି। ଜାଣି ବହୁତ୍ ଖୁସି ଲାଗୁଛି। ପୁର୍ବରୁ ମଧ୍ୟ ବହୁ ଅସ୍ତ୍ରୋପଚାର କରିଛୁ କିନ୍ତୁ ଏହା ଭିନ୍ନ ପ୍ରକାର।

Health 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe