ବାହୁଡ଼ା ଯାତ୍ରାରେ ଅଘଟଣ: ଖାଲରେ ଫସିଲେ ମହାପ୍ରଭୁ, ଭାଙ୍ଗିଲା ରଥର ୪ ଚକ

Advertisment

ପବିତ୍ର ବାହୁଡ଼ା ଯାତ୍ରାରେ ଅଭାବନୀୟ ଘଟଣା ଘଟିଛି। ମନ୍ଦିରକୁ ପହଞ୍ଚିବା ପୂର୍ବରୁ ଠାକୁରଙ୍କ ରଥ ଦୁର୍ଘଟଣାଗ୍ରସ୍ତ ହୋଇଛି। ରଥର ୬ରୁ ୪ଟି ଚକ ଭାଙ୍ଗି ଯାଇଛି। ବାହୁଡ଼ା ଯାତ୍ରାରେ ବିଭ୍ରାଟ ଦେଖାଯାଇଛି।

ପବିତ୍ର ବାହୁଡ଼ା ଯାତ୍ରାରେ ଅଭାବନୀୟ ଘଟଣା ଘଟିଛି। ମନ୍ଦିରକୁ ପହଞ୍ଚିବା ପୂର୍ବରୁ ଠାକୁରଙ୍କ ରଥ ଦୁର୍ଘଟଣାଗ୍ରସ୍ତ ହୋଇଛି। ରଥର ୬ରୁ ୪ଟି ଚକ ଭାଙ୍ଗି ଯାଇଛି। ବାହୁଡ଼ା ଯାତ୍ରାରେ ବିଭ୍ରାଟ ଦେଖାଯାଇଛି।

Joda1

ଯୋଡ଼ା: ପବିତ୍ର ବାହୁଡ଼ା ଯାତ୍ରାରେ ଅଭାବନୀୟ ଘଟଣା ଘଟିଛି। ମନ୍ଦିରକୁ ପହଞ୍ଚିବା ପୂର୍ବରୁ ଠାକୁରଙ୍କ ରଥ ଦୁର୍ଘଟଣାଗ୍ରସ୍ତ ହୋଇଛି। ରଥର ୬ରୁ ୪ଟି ଚକ ଭାଙ୍ଗି ଯାଇଛି। ବାହୁଡ଼ା ଯାତ୍ରାରେ ବିଭ୍ରାଟ ଦେଖାଯାଇଛି। କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ଏହି ଅଘଟଣ ଘଟିଛି।

ଯୋଡ଼ା ବ୍ଲକ ଅନ୍ତର୍ଗତ ବଡ଼କାଳିମାଟି ପଞ୍ଚାୟତ ଅଧୀନ ଦବୁନାରେ ବହୁ ବର୍ଷ ହେଲା ରଥଯାତ୍ରାର ଆୟୋଜନ ହୋଇ ଆସୁଛି।  ଚଳିତ ବର୍ଷ ମଧ୍ୟ ମହାପ୍ରଭୁ ଗତ ଜୁନ ୨୭ ତାରିଖ ଦିନ ରଥଯାତ୍ରାରେ ବାହାରିଥିଲେ। ଆଜି ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ମହାପ୍ରଭୁ ମନ୍ଦିରକୁ ଫେରୁଥିଲେ। ମଉସୀ ମା’ ମନ୍ଦିରରେ ଆଜି ବାହୁଡ଼ା ଯାତ୍ରାର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ୪ଟାରେ  ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ମହାପ୍ରଭୁ ରଥାରୁଢ଼ ହୋଇ ବାହୁଡା଼ ଯାତ୍ରାରେ ଆଗକୁ ବଢୁଥିଲେ। ଶହଶହ ସଂଖ୍ୟାରେ ଭକ୍ତମାନେ ଖୁବ ଆନନ୍ଦରେ ରଥ ଟାଣିବା ଆରମ୍ଭ କରିଥିଲେ।

ଖଣି ଖଦାନରେ ପରିପୂର୍ଣ୍ଣ କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳରେ ଟଙ୍କାର ଅଭାବ ନାହିଁ। କିନ୍ତୁ କ୍ଷୋଭର ବିଷୟ ଯେ, ଏହି ଅଞ୍ଚଳରେ କୋଟିପତିଙ୍କ ସଂଖ୍ୟା ବହୁତ ଥିଲେ ମଧ୍ୟ ମହାପ୍ରଭୁଙ୍କ ପ୍ରତି କାହାରି ଦୃଷ୍ଟି ପଡୁନାହିଁ। ମହାପ୍ରଭୁଙ୍କ ଦାଣ୍ଡର ଅବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଏହି କାରଣରୁ ଆଜି ରଥର ଚକ ଭାଙ୍ଗିଛି। 

‌କ୍ଷୋଭର ବିଷୟ ଯେ, ମାଉସୀ ମା’ ମନ୍ଦିରରୁ ୪୦୦ ମିଟର ଦୂରରେ ରାସ୍ତାର ଖାଲରେ ରଥ ଚକା ଭାଙ୍ଗିଯାଇଥିଲା। ଏହି କାରଣରୁ ରଥ ଅଟକିଯାଇଥିଲା। ଏହି ରାସ୍ତାରେ ପାଞ୍ଚ ଫୁଟ ଖାଲ ରହିଛି। ଲଗାଣ ବର୍ଷା ଯୋଗୁଁ ଖାଲ ରାସ୍ତାରେ ପାଣି ଜମି ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇ ପଡ଼ିଛି। ରଥଯାତ୍ରା ସମୟରେ ବି ଏହି ସ୍ଥାନରେ ରଥ ଦୁଇଟି ଚକ ଭାଙ୍ଗିଥିଲା। ବହୁ କଷ୍ଟରେ ଭକ୍ତମାନେ ରଥକୁ ଖାଲରୁ ବାହାର କରି ମାଉସୀ ମା’ ମନ୍ଦିରକୁ ନେଇଥିଲେ। ଆଜି ରଥର ଆଉ ଦୁଇଟି ଚକ ଖାଲରେ ପଡ଼ି ଭାଙ୍ଗି ଯାଇଛି। ରଥର ଛଅ ଚକ ମଧ୍ୟରୁ ୪ଟି ଭାଙ୍ଗି ଯାଇଛି। ରଥ ଆଗକୁ ବଢ଼ିପାରି ନାହିଁ। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଦବୁନା ମାଉସୀ ମା ମନ୍ଦିରରୁ କାଳିମାଟି ଠାରେ ଥିବା ଜଗନ୍ନାଥ ମନ୍ଦିରର ଦୂରତା ମାତ୍ର ଦୁଇ କିମି ଦୂର ରହିଛି। ମହାପ୍ରଭୁ ମନ୍ଦିରରେ ପହଞ୍ଚି ନପାରିବାରୁ ଭକ୍ତମାନଙ୍କ ମନରେ ଅସନ୍ତୋଷ ‌ସୃଷ୍ଟି ହୋଇଛି।

 Keonjhar

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe