ରାୟପୁରରେ ମହାସମାରୋହରେ ରଥଯାତ୍ରାର ଆୟୋଜନ

Advertisment

ପଡ଼ୋଶୀ ଛତିଶଗଡ଼ର ରାଜଧାନୀ ରାୟପୁରର ଗାୟତ୍ରୀ ନଗରରେ ଆଜି ଜଗନ୍ନାଥଙ୍କର ରଥଯାତ୍ରା ଆୟୋଜନ ହୋଇଛି। ଛତିଶଗଡ଼ର ସର୍ବବୃହତ ଜଗନ୍ନାଥ ମନ୍ଦିରଠାରେ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଛି।

ପଡ଼ୋଶୀ ଛତିଶଗଡ଼ର ରାଜଧାନୀ ରାୟପୁରର ଗାୟତ୍ରୀ ନଗରରେ ଆଜି ଜଗନ୍ନାଥଙ୍କର ରଥଯାତ୍ରା ଆୟୋଜନ ହୋଇଛି। ଛତିଶଗଡ଼ର ସର୍ବବୃହତ ଜଗନ୍ନାଥ ମନ୍ଦିରଠାରେ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଛି।

113a3a88-fcbf-4048-a0ce-1a2a709799f7

ରାୟପୁର: ପଡ଼ୋଶୀ ଛତିଶଗଡ଼ର ରାଜଧାନୀ ରାୟପୁରର ଗାୟତ୍ରୀ ନଗରରେ ଆଜି ଜଗନ୍ନାଥଙ୍କର ରଥଯାତ୍ରା ଆୟୋଜନ ହୋଇଛି। ଛତିଶଗଡ଼ର ସର୍ବବୃହତ ଜଗନ୍ନାଥ ମନ୍ଦିରଠାରେ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ମନ୍ଦିରରେ ଭୋରରୁ ବିଶେଷ ଅଭିଷେକ, ପୂଜାର୍ଚ୍ଚନା ଏବଂ ହୋମ ଯଜ୍ଞ ଆଦି କରାଯିବା ପରେ ଦିଅଁମାନଙ୍କୁ ରକ୍ତ ଚନ୍ଦନ, କେଶର, ଗୋଚରଣ, କସ୍ତୁରୀ ଏବଂ କର୍ପୁର ଦ୍ୱାରା ସ୍ନାନ କରାଯାଇ ଗଜାମୁଗ ଭୋଗ ଅର୍ପଣ କରାଯାଇଥିଲା। ଚଳିତ ବର୍ଷ ଏଠାରେ ରାୟପୁର ଓ ଏହାର ଆଖପାଖ ଇଲାକାରୁ ଆସିଥିବା ଲକ୍ଷାଧିକ ଓଡ଼ିଆ ଓ ଅଣ ଓଡ଼ିଆ ଭକ୍ତମାନଙ୍କର ସମାଗମ ଘଟିଥିବା ଦେଖାଯାଇଥିଲା। ଭକ୍ତ ଓ ଭଗବାନଙ୍କର ମହାମିଳନର ଏହି ମହାନ ପର୍ବକୁ କେନ୍ଦ୍ରକରି ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଅପୂର୍ବ ଉଲ୍ଲାସ, ଅଜସ୍ର ଉତ୍ସାହ ଓ ଅଦମ୍ୟ ଉଦ୍ଦୀପନା ପରିଲକ୍ଷିତ କରାଯାଇଥିଲା। 
                                                     
ଦିନ ୧୧ ଟା୪୫ ମିନିଟ ସମୟରେ ମନ୍ଦିର ସାମନାର ବଡ଼ଦାଣ୍ଡରେ ଦଣ୍ଡାୟମାନ ତିନୋଟି ରଙ୍ଗାରଙ୍ଗ ରଥ ଉପରକୁ ଠାକୁର ମାନଙ୍କର ପହଣ୍ଡି ବିଜେ ଆରମ୍ଭ କରାଯାଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନ, ତାପରେ ବଡ଼ଭାଇ ବଳଭଦ୍ର ,ପରେ ପରେ ଦେବୀ ଶୁଭଦ୍ରା ଓ ସବାଶେଷରେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କୁ ସାହି ରୋଷଣୀ କରାଯାଇ ରଥ ଉପରକୁ ନିଆ ଯାଇଥିଲା। ଉପସ୍ଥିତ ସେବାୟତ ଓ ଦର୍ଶକ ମାନଙ୍କ ଦ୍ୱାରା ଶଙ୍ଖ, ଘଣ୍ଟ, କର୍ତାଳ, ଝାଞ୍ଜ ଓ ମୃଦଙ୍ଗ ବାଜଣାର ଗହ ଗହ ନାଦ, ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନୀରେ ସମଗ୍ର ଗଗନ ପବନ ପ୍ରକମ୍ପିତ ହୋଇଉଠିଥିଲା।

604f360c-b698-48d9-a53e-e2dfed9c7af5

ମନ୍ଦିର ପରିଚାଳନା କମିଟି ଶ୍ରୀ ଜଗନ୍ନାଥ ମନ୍ଦିର ସେବା ସମିତିର ସଭାପତି ପୁରନ୍ଦର ମିଶ୍ର ଙ୍କର ତତ୍ୱାବଧାନରେ ସ୍ବେଚ୍ଛାସେବକମାନଙ୍କ ଦ୍ଵାରା ଶାନ୍ତି ଶୃଙ୍ଖଳା ରକ୍ଷା ଏବଂ ବ୍ୟାପକ ମାତ୍ରାରେ ପ୍ରସାଦ ବଣ୍ଟନର ବ୍ୟବସ୍ଥା କରାଯାଇଥିଲା


                                               
ଏଠାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛତିଶଗଡ଼ର ରାଜ୍ୟପାଳ ରମେନ ଡେକା ରଥ ଗୁଡିକ ସାମ୍ନାରେ ଛେରାପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ। ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ତାଙ୍କୁ ସହଯୋଗ କରିଥିଲେ। ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନଙ୍କ ମଧ୍ଯରେ ରାଜ୍ୟପାଳଙ୍କ ସହଧର୍ମିଣୀ ରାଣୀ ଡେକା କାକୋତି, ରାଜ୍ୟ ରାଜସ୍ୱ ମନ୍ତ୍ରୀ ଟଙ୍କରାମ ବର୍ମା, ପୂର୍ବତନ ମନ୍ତ୍ରୀ ତଥା ସାଂସଦ ବ୍ରିଜମୋହନ ଅଗ୍ରୱାଲ, ମୁଖ୍ୟମନ୍ତ୍ରୀଙ୍କ କନ୍ୟା ସ୍ମୃତିସାଇ, ବିଧାୟକ ଗୁରୁ ଖୁସୱନ୍ତ ସାହାବ, ଧରମ ଲାଲ କୌଶିକ, ମୋତିଲାଲ ସାହୁ ଏବଂ ରାଜ୍ୟ ନାଗରିକ ଆପୂର୍ତ୍ତୀ ନିଗମ ଅଧ୍ୟକ୍ଷ ସଞ୍ଜୟ ଶ୍ରୀବାସ୍ତବ ପ୍ରମୁଖ ଉପସ୍ଥିତ ଥିଲେ।   

rath yatra | Chhattisgarh    

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe