ବାଦାମପାହାଡ଼ରୁ ପୁରୀକୁ ଗଡ଼ିଲା ରଥଯାତ୍ରା ସ୍ୱତନ୍ତ୍ର ଟ୍ରେନ୍‌

Advertisment

ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଉପଲକ୍ଷେ ମୟୂରଭଂଜ ଜିଲ୍ଲା ବାଦାମପାହାଡ଼ରୁ ପୁରୀ ସ୍ୱତନ୍ତ୍ର ଟ୍ରେନ୍‌ ସେବା ଆରମ୍ଭ ହୋଇଛି। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରୟାସ କ୍ରମେ ବାମନଘାଟିବାସୀଙ୍କ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ସ୍ବପ୍ନ ପୂରଣ ହୋଇଛି।

ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଉପଲକ୍ଷେ ମୟୂରଭଂଜ ଜିଲ୍ଲା ବାଦାମପାହାଡ଼ରୁ ପୁରୀ ସ୍ୱତନ୍ତ୍ର ଟ୍ରେନ୍‌ ସେବା ଆରମ୍ଭ ହୋଇଛି। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରୟାସ କ୍ରମେ ବାମନଘାଟିବାସୀଙ୍କ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ସ୍ବପ୍ନ ପୂରଣ ହୋଇଛି।

rairangpur train

ରାଇରଙ୍ଗପୁର: ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଉପଲକ୍ଷେ ମୟୂରଭଂଜ ଜିଲ୍ଲା ବାଦାମପାହାଡ଼ରୁ ପୁରୀ ସ୍ୱତନ୍ତ୍ର ଟ୍ରେନ୍‌ ସେବା ଆରମ୍ଭ ହୋଇଛି। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରୟାସ କ୍ରମେ ବାମନଘାଟିବାସୀଙ୍କ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ସ୍ବପ୍ନ ପୂରଣ ହୋଇଛି।

ଏହି ପବିତ୍ର ରଥ ଯାତ୍ରା ଟ୍ରେନ୍‌ ଚଳାଚଳ ନେଇ ଅଞ୍ଚଳବାସୀଙ୍କ ପାଖରେ ଖୁସି ପରିଲିକ୍ଷିତ ହୋଇଥିବା ବେଳେ ଟ୍ରେନ୍‌ ପାଇଲଟଙ୍କୁ ରାଇରଙ୍ଗପୁର ରେଳ ଷ୍ଟେସନରେ ଫୁଲମାଳ ଦେଇ ସ୍ୱାଗତ କରିଥିଲେ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି। ସେ କହିଲେ ଗ୍ରାମୀଣ ଭାରତର ସାଧାରଣ  ଲୋକଙ୍କୁ ବିକଶିତ ଭାରତରେ ଯୋଡ଼ିବା ପାଇଁ ସରକାରଙ୍କ ଏହା ଏକ ସ୍ବାଗତଯୋଗ୍ୟ ପ୍ରୟାସ। 

ଉକ୍ତ ଟ୍ରେନଟି ପ୍ରଥମେ ୨୫ ଜୁନ୍‌ ସକାଳ ୬ରେ ବାଦାମପାହାଡ଼ ଛାଡ଼ି ପୁରୀ ଅଭିମୁଖେ ଗସ୍ତ କରିଛି। ସେହି ଟ୍ରେନ ପୁରୀରୁ ବାଦାମପାହାଡ ୨୭ ଜୁନ ରାତି ୧୧.୪୦ରେ ଫେରିବ। ସେହିପରି ଦ୍ବିତୀୟରେ ପୁଣି ୪ ଜୁଲାଇ ସକାଳ ୬ ଟାରେ ବାଦାମପାହାଡ଼ରୁ ପୁରୀ ଯାଇ ପୁଣି ପୁରୀରୁ ୬ ଜୁଲାଇ ରାତି ୨୩.୪୦ରେ ଫେରିବାର ବ୍ୟବସ୍ଥା ରହିଛି ବୋଲି ଚିଠିରେ ଉଲ୍ଲେଖ ଅଛି।

ବାଦାମପାହାଡ-ପୁରୀ ରେଳ ରୁଟର ଭାୟା ରାଇରଙ୍ଗପୁର, ଟାଟା ନଗର, ଘାଟସିଲା, ବାଲେଶ୍ଵର, ଭଦ୍ରକ, କଟକ, ଭୁବନେଶ୍ୱର ଖୋର୍ଦ୍ଧା ଜଙ୍କସନ ଷ୍ଟେସନ ଦେଇ ପୁରୀ ଷ୍ଟେସନରେ ପହଂଚିବ। ପ୍ରଥମେ ବାଦାମପାହାଡ ରେଳ ଷ୍ଟେସନରୁ ଛାଡିବା ପରେ ଛନୁଆ, କୁଲଡିହା, ରାଇରଙ୍ଗପୁର ଷ୍ଟେସନ, ଅଁଳାଯୋଡି ଜ°, ବହଳଦା ଓ ଟାଟା ନଗର ଷ୍ଟେସନରେ ଟ୍ରେନଟି ରହିବ ବୋଲି ଉଲ୍ଲେଖ ଥିବା ବେଳେ ସମୟ ସାରଣୀରେ ପରିବର୍ତନ ହେବାର ସୂଚନା ମିଳିଛି।

ଉକ୍ତ ସତନ୍ତ୍ର ଟ୍ରେନ ଚାଲିବା ଖବର ପ୍ରଚାର ହେବା ପରେ ବାମନଘାଟୀ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି। ମୟୂରଭଂଜ ଜିଲ୍ଲାରେ ବିଜେପି ଓ ରାଜ୍ୟରେ ବିଜେପି ସରକାର ଗଠନ କରିଥିବାରୁ ଉପଖଣ୍ଡ ବାସୀଙ୍କୁ ଉପହାର ଦିଆଯାଇଥିବା ନେଇ ଚର୍ଚ୍ଚା ହେଉଛି। ସେଥିପାଇଁ ବିଜେପି ସରକାରଙ୍କୁ ଅଂଚଳବାସୀ କୃତଜ୍ଞତା ଜ୍ଞାପନ କରିଛନ୍ତି। ରଥଯାତ୍ରା ସ୍ବତନ୍ତ୍ର ଟ୍ରେନ ଚଳାଚଳ ପାଇଁ ପୂର୍ବତନ ବିଧାୟକ ପ୍ରହ୍ଲାଦ ମୁର୍ମୁ ଦାବି କରିଥିଲେ।

 rath yatra | Puri Jagannath temple  Mayurbhanj 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe