ଶ୍ରୀଜିଉଙ୍କ ରଥ ନିର୍ମାଣ ପାଇଁ ଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ ଅନୁଷ୍ଠିତ

ବିଶ୍ବ ପ୍ରସିଦ୍ଧ ପୁରୀରେ ମହାପ୍ରଭୁଙ୍କ ‘ରଥଯାତ୍ରା’ର ଆଦ୍ୟପର୍ବ ରଥକାଠ ଅନୁକୂଳ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରଂପରା ଆଜି ସନ୍ଧ୍ୟାରେ ପବିତ୍ର ଶ୍ରୀପଞ୍ଚମୀ ଅବସରରେ ହୋଇଛି।

Puri Jagannath temple

Puri Jagannath temple Photograph: (Puri Jagannath temple)

ପୁରୀ: ବିଶ୍ବ ପ୍ରସିଦ୍ଧ ପୁରୀରେ ମହାପ୍ରଭୁଙ୍କ ‘ରଥଯାତ୍ରା’ର ଆଦ୍ୟପର୍ବ ରଥକାଠ ଅନୁକୂଳ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରଂପରା ଆଜି ସନ୍ଧ୍ୟାରେ ପବିତ୍ର ଶ୍ରୀପଞ୍ଚମୀ ଅବସରରେ ହୋଇଛି। ଗୋଟି ୧୨ ଫୁଟିଆ ଧଉରା କାଠକୁ ପୂଜାର୍ଚ୍ଚନା କରାଯାଇଛି। ଏହି କାର୍ଯ୍ୟ କରିଛନ୍ତି ପୁରୋହିତ, ରାଜଗୁରୁ ଓ ଶ୍ରୋତୀୟ ବ୍ରାହ୍ମଣ। ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଜଙ୍ଗଲରୁ ଆସିଥିବା ଗୋଟି ୧୨ ଫୁଟିଆ ୩ଟି ଧଉରା କାଠକୁ ଆଜି ପୂଜାର୍ଚ୍ଚନା କରାଯାଇଥିଲା। ତିନୋଟି ରଥକାଠ ଉପରେ ପଞ୍ଚାମୃତ ସିଞ୍ଚନ କରାଯାଇଥିଲା। ଆସନ୍ତା ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।

ଶ୍ରୀପଂଚମୀ ପୂର୍ବରୁ ରଥଖଳାରେ ପ୍ରଥମ ପର୍ଯ୍ୟାୟ କାଠ ପହଁଚିବାର ନିୟମ ଥିବାବେଳେ ଅକ୍ଷୟ ତୃତୀୟା ତିଥି ପୂର୍ବରୁ ସମସ୍ତ କାଠ ପହଁଚିବାର ନିୟମ ରହିଛି। ୩ ରଥ ନିର୍ମାଣ ପାଇଁ ମୋଟ ୮ ଶହ ୬୫ ଖଣ୍ତ କାଠ ଆବଶ୍ୟକତା ରହିଥାଏ।

ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥକାଠ କାଟିବା ଅନୁକୂଳ ପୂଜା ଗତ ଜାନୁଆରି ୧୮ ତାରିଖରେ ଅନୁଷ୍ଠିତ ହୋଇଥିଲା।  ଆସନ୍ତା ରଥଯାତ୍ରା ପାଇଁ ଆବଶ୍ୟକ ରଥକାଠ କାଟିବାକୁ ଅନୁମତି ଦେବା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନର ୩ଜଣିଆ ଦଳ ମହାପ୍ରଭୁଙ୍କ ମାଳ, ମାହାର୍ଦ୍ଦ, ଲାଗି ଖଣ୍ଡୁଆ, ନଡ଼ିଆ ଆଦି ନେଇ ଆଜି ନୟାଗଡ଼ ଗସ୍ତ କରି କରିଥିଲେ। ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କୁ ଭେଟି ରଥକାଠ ଅନୁକୂଳର ପୂର୍ବପ୍ରସ୍ତୁତି ଆରମ୍ଭ କରିଥିଲେ। ପ୍ରତିବର୍ଷ ଭଳି ନୟାଗଡ଼ ବନଖଣ୍ଡ ଅଧୀନ ଗଣିଆ ବନାଞ୍ଚଳ ବଡ଼ମୂଳସ୍ଥିତ ବନଦେବୀ ବଡ଼ରାଉଳ ଠାକୁରାଣୀଙ୍କ ପୀଠରେ ଭବ୍ୟ ପୂଜାର ଆୟୋଜନ କରାଯାଇଥିଲା। ଏହି ଅବସରରେ ବଡ଼ରାଉଳ ଠାକୁରାଣୀଙ୍କୁ ମହାପ୍ରଭୁଙ୍କ ମାଳ, ମାହାର୍ଦ୍ଦ ସହ ଲାଗି ଖଣ୍ଡୁଆ, ନଡ଼ିଆ ଆଦି ସମର୍ପଣ କରାଯାଇଥିଲା ଏବଂ ନୟାଗଡ଼ ବନଖଣ୍ଡରୁ ରଥଯାତ୍ରାରେ ତିନିରଥ ପାଇଁ ଆବଶ୍ୟକ କାଠ କାଟିବାର ଅନୁମତି ମଗାଯାଇଥିଲା।

 ନୟାଗଡ ଜିଲ୍ଲା ଗଣିଆ ବଡମୂଳ ସ୍ଥିତ ବନଦେବୀ ମା’ ବଡରାଉଳ ଠାକୁରାଣୀଙ୍କ ପୀଠରେ ରୀତିନୀତି ଅନୁଯାୟୀ ଭବ୍ୟ ପୂଜାର୍ଚ୍ଚନା କରାଯାଇଥିଲା। ବଡ ଠାକୁରଙ୍କ ଆଜ୍ଞାମାଳ, ମାହାର୍ଦ୍ଦ ଓ ଲାଗି ଖଣ୍ତୁଆ ପହଁଚିବା ପରେ ପରମ୍ପରା ଅନୁଯାୟୀ ପୂଜାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ହୋମଯଜ୍ଞ ସହ ଠାକୁରାଣୀଙ୍କ ପାଖରେ ନାନାଦି ଭୋଗ ଓ ନୈବେଦ୍ୟ ଲାଗି କରାଯାଇଥିଲା। ଶେଷରେ ମା’ଙ୍କୁ କାଠ କାଟିବା ପାଇଁ ଅନୁମତି ମାଗି ପ୍ରତିନିଧି ଦଳ ଶ୍ରୀକ୍ଷେତ୍ର ଅଭିମୁଖେ ଫେରି ଯାଇଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe