ଚେନ୍ନାଇକୁ ୫୦ ରନ୍‌ରେ ପରାସ୍ତ କଲା ଆରସିବି; ପାଟିଦାର, ହେଜେଲଉଡ୍‌ ଦେଖାଇଲେ ଯାଦୁ

ଆଇପିଏଲ୍‌ର ଅଷ୍ଟାଦଶ ସଂସ୍କରଣର ଅଷ୍ଟମ ମ୍ୟାଚ୍ ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସକୁ ନିଜ ଗଡ଼ରେ ୫୦ ରନ୍‌ରେ ପରାସ୍ତ କରିଛି।

ଅଦ୍ୟତନ ହୋଇଛି

ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଅଷ୍ଟାଦଶ ସଂସ୍କରଣର ଅଷ୍ଟମ ମ୍ୟାଚ୍ ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସକୁ ନିଜ ଗଡ଼ରେ ୫୦ ରନ୍‌ରେ ପରାସ୍ତ କରିଛି। ଏଥିପାଇଁ, ରଜତ ପାଟିଦାରଙ୍କ ପରେ, ଜୋସ ହାଜେଲଉଡ୍ ତାଙ୍କର ଯାଦୁ ଦେଖାଇଲେ।

୧୯୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଚେନ୍ନାଇ ବ୍ୟାଟିଂ କରିଥିଲା। ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ରଚିନ ରବୀନ୍ଦ୍ର ୩୧ ବଲ୍ ରେ ୪୧ ରନ୍ କରିଥିଲେ। ସେ ୫ଟି ଚୌକା ମାରିଥିଲେ। ରବିନ୍ଦ୍ର ଜାଡେଜା ୨୫ ରନ କରି ଆଉଟ ହୋଇଥିଲେ। ଅଶ୍ୱିନ ୧୧ ରନ୍ ଯୋଗଦାନ ଦେଇଥିଲେ। ରାହୁଲ ତ୍ରିପାଠି ମାତ୍ର ୫ ରନ କରି ଆଉଟ ହୋଇଥିଲେ। ଏହି ସମୟରେ, ଆର୍ସିବି ପକ୍ଷରୁ ଜୋଶ ହାଜେଲଉଡ୍ ୩ଟି ୱିକେଟ ନେଇଥିଲେ। ୟଶ ଦୟାଲ ଏବଂ ଲିଭିଂଷ୍ଟୋନ ୨ଟି ଲେଖାଏଁ ୱିକେଟ ନେଇଥିଲେ।

ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସକୁ ନିଜ ଗଡ଼ରେ ୫୦ ରନ୍‌ରେ ପରାସ୍ତ କରିଛି। ଏଥିପାଇଁ, ରଜତ ପାଟିଦାରଙ୍କ ପରେ, ଜୋସ ହାଜେଲଉଡ୍ ତାଙ୍କର ଯାଦୁ ଦେଖାଇଲେ।

publive-image

ପ୍ରଥମେ ବ୍ୟାଟିଂ କରି ବେଙ୍ଗାଲୁରୁ ୨୦ ଓଭରରେ ୭ ୱିକେଟ ହରାଇ ୧୯୬ ରନ କରିଥିଲା। ଏହି ସମୟରେ ରଜତ ପାଟିଦାର ୩୨ ବଲ୍‌ରେ ୫୧ ରନ୍ କରିଥିଲେ। ସେ ୪ଟି ଚୌକା ଏବଂ ୩ଟି ଛକା ମାରିଥିଲେ। ବିରାଟ କୋହଲି ୩୧ ରନର ଅବଦାନ ଦେଇଥିଲେ। ଫିଲିପ୍ ସଲ୍ଟ ୧୬ ବଲ୍‌ରେ ୩୨ ରନ୍ କରିଥିଲେ। ଦେବଦତ୍ତ ପାଡିକାଲ ୨୭ ରନ ଏବଂ ଟିମ୍ ଡେଭିଡ ୨୨ ରନର ଅବଦାନ ରଖିଥିଲେ।


ଚେନ୍ନାଇ ପାଇଁ ନୁର ଅହମଦ୍ ସର୍ବଶ୍ରେଷ୍ଠ ବୋଲିଂ କରିଥିଲେ। ସେ ୪ ଓଭର ବୋଲିଂ କରି ୩୬ ରନ୍ ଖର୍ଚ୍ଚ କରିଥିଲା ବେଳେ ବେଙ୍ଗାଲୁରୁର ଦୁଇ ପ୍ରାରମ୍ଭିକ ବ୍ୟାଟରଙ୍କ ସମେତ ଲିଆମ୍ ଲିଭିଂଷ୍ଟୋନ୍‌ଙ୍କୁ ଆଉଟ୍ କରିଥିଲେ। ମଥୀଶା ପଥିରଣା ୨ଟି ୱିକେଟ୍ ନେଇଥିଲା ବେଳେ ଖଲୀଲ ଅହମଦ ଓ ରବିଚନ୍ଦ୍ରନ ଅଶ୍ବିନ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। 

Cricket | IPL

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe