ରାସ୍ତା ପାଲଟିଛି ମରଣଯନ୍ତା

Advertisment

କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ବଣ୍ଡଗୁଡା ପଞ୍ଚାୟତ ଡାଡି ଗ୍ରାମର ଆରଡି ରାସ୍ତାର ଇରିପିସରୁ ପର୍ଯ୍ୟନ୍ତ ଖାଲଖମା ହୋଇ ପଡ଼ିରହିଛି ରାସ୍ତା। ଇରିପିସରେ ବାସ କରୁଥିବା ଜନସାଧାରଣ ରାସ୍ତା ଖାଲଖମା ହୋଇ ପଡ଼ି ରହିଛି।

କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ବଣ୍ଡଗୁଡା ପଞ୍ଚାୟତ ଡାଡି ଗ୍ରାମର ଆରଡି ରାସ୍ତାର ଇରିପିସରୁ ପର୍ଯ୍ୟନ୍ତ ଖାଲଖମା ହୋଇ ପଡ଼ିରହିଛି ରାସ୍ତା। ଇରିପିସରେ ବାସ କରୁଥିବା ଜନସାଧାରଣ ରାସ୍ତା ଖାଲଖମା ହୋଇ ପଡ଼ି ରହିଛି।

G Udayagiri

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ବଣ୍ଡଗୁଡା ପଞ୍ଚାୟତ ଡାଡି ଗ୍ରାମର ଆରଡି ରାସ୍ତାର ଇରିପିସରୁ ପର୍ଯ୍ୟନ୍ତ ଖାଲଖମା ହୋଇ ପଡ଼ିରହିଛି ରାସ୍ତା। ଇରିପିସରେ ବାସ କରୁଥିବା ଜନସାଧାରଣ ରାସ୍ତା ଖାଲଖମା ହୋଇ ପଡ଼ି ରହିଥିବାରୁ ଇରିପିସରୁ ନିକଟରେ ଥିବା ଠାକୁରାଣୀ ମନ୍ଦିରଙ୍କୁ ଦର୍ଶନପାଇଁ ଦୂରଦୂରାନ୍ତରୁ ଭକ୍ତ ପ୍ରତ୍ୟେକ ମଙ୍ଗଳବାର, ଶନିବାର ଦିନ ଭକ୍ତ ଯିବାକୁ ହେଲେ ଖାଲଖମା ରାସ୍ତା ଦେଇ ଯିବାକୁ ପଡୁଥିବା ଦେଖିବାକୁ ମିଳିଛି। 

ଦିନେ ନୁହେଁ କି ମାସେ ନୁହେଁ ବର୍ଷ ବର୍ଷ ଗ୍ରାମବାସୀ ସହ ଭକ୍ତମାନେ ଖାଲ ଖମା ରାସ୍ତା ହିଁ ଏକମାତ୍ର ଭରଷା ରହିଛି। ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳକୁ ଗମନାଗମନ ସୁବିଧା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରି ପକ୍କାରାସ୍ତା ନିର୍ମାଣ କହୁଥିବା ବେଳେ ଆଜି ବି ଅନେକ ଗାଁକୁ ଗମନାଗମନ ପାଇଁ ଭଲ ରାସ୍ତା ଖଣ୍ଡିଏ ନାହିଁ।

ବର୍ଷ ବର୍ଷ ଧରି ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି। ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିବା ସହ ଆରଡ଼ି ରାସ୍ତା ଠାରୁ ଇରିପି ସରୁ ପର୍ଯ୍ୟନ୍ତ ପକ୍କା ରାସ୍ତା ଯୋଗାଇ ଦେବା ପାଇଁ  ସୁମିତ୍ରା ପ୍ରଧାନ, ମାଦୁରି ପ୍ରଧାନ, ମିନତି ପ୍ରଧାନ, ଜିନିମା ପ୍ରଧାନ, କଳ୍ପନା ପ୍ରଧାନ, ଜାଗଶେନି ନାୟକ, ରଶ୍ମିତା ପ୍ରଧାନ, ତୈଲତମା ପ୍ରଧାନ, ସମେତ ଗ୍ରାମବାସୀ ଦାବି କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe